Bulli Bai App Case: ଓଡିଶାରୁ ପଞ୍ଚମ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ

ବହୁ ଚର୍ଚ୍ଚିତ ବିବାଦୀୟ ବୁଲିବାଇ ଆପ୍ ମାମଲାରେ ସାମିଲ ଜଣେ ଅଭିଯୁକ୍ତକୁ ଓଡ଼ିଶାରୁ ମୁମ୍ବାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତକୁ ଆସାମରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ।

ବୁଲିବାଇ ଆପ ମାମଲାରେ ଓଡ଼ିଶାରୁ ଜଣେ ଗିରଫ ହେଲା (ପ୍ରତୀକାତ୍ମକ ଛବି)

ବୁଲିବାଇ ଆପ ମାମଲାରେ ଓଡ଼ିଶାରୁ ଜଣେ ଗିରଫ ହେଲା (ପ୍ରତୀକାତ୍ମକ ଛବି)

  • Share this:
Newa18 Odia Digital

ନୂଆ ଦିଲ୍ଲୀ: ବହୁ ଚର୍ଚ୍ଚିତ ବିବାଦୀୟ ବୁଲିବାଇ ଆପ୍ ମାମଲାରେ ସାମିଲ ଜଣେ ଅଭିଯୁକ୍ତକୁ ଓଡ଼ିଶାରୁ ମୁମ୍ବାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତକୁ ଆସାମରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ।

ସୂଚନାଯୋଗ୍ୟ,  ବୁଲି ବାଇ (‘Bulli Bai’ ) ସୋସିଆଲ ମିଡି଼ଆରେ ଘୃଣା ସୃଷ୍ଟି କରୁଥିଲା । କିଛି ଅସାମାଜିକ ବ୍ୟକ୍ତି ବୁଲି ବାଇ ଆପରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଉଥିଲେ । ମାନସିକ ବିକୃତିକୁ ଅନଲାଇନ୍ ପ୍ଲାଟଫର୍ମରେ ଜାହିର କରୁଥିବାରୁ ବିବାଦ ଉପୁଜିଥିଲା । ଏହି ଆପରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ଟାର୍ଗେଟ କରାଯିବା ସହ ସେମାନଙ୍କ ବିରୋଧରେ ଅଶ୍ଳୀଳ ଓ ଆପତ୍ତିଜନକ ଟିପ୍ପଣୀ ଦେଉଥିଲେ ।

ବୁଲିବାଇ ଆପ ଖୋଲିବା ମାତ୍ରେ ମୁସଲମାନ ମହିଳାଙ୍କ ଫଟୋ ଦେଖିବାକୁ ମିଳୁଥିଲା । ୟୁଜର ଏହାକୁ ଦିନର ବୁଲିବାଇ ଭାବରେ ପ୍ରଦର୍ଶନ କରନ୍ତି । ଏହା ପରେ ସେହି ମୁସଲିମ୍ ମହିଳାଙ୍କ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ସହିତ ଆପରେ ନିଲାମ ଡକାଯାଏ । ଏହା ପରେ ଫଟୋରେ #BulliBai ସହିତ ଦିନସାରା ଟ୍ରେଣ୍ଡ କରାଯାଏ ।

‘ସୁଲ୍ଲି ଡିଲ୍’ ଆପ୍ ଭଳି ‘ବୁଲି ବାଇ’ ଆପ୍ କାମ କରୁଥିଲା । କିଛି ଦିନ ପୂର୍ବରୁ ‘ସୁଲ୍ଲି ଡିଲ୍’ Githubରେ ଲଞ୍ଚ କରାଯାଇଥିଲା ।

ଏବେ ‘ବୁଲି ବାଇ’ ଆପକୁ ମଧ୍ୟ Githubରେ ଲଞ୍ଚ କରାଯାଇଥିଲା । Github ଏକ ହୋଷ୍ଟିଂ ପ୍ଲାଟଫର୍ମ । ବିଭିନ୍ନ ପ୍ରକାରର ଆପର ସମ୍ମିଶ୍ରଣରେ ଏହି ଆପ ତିଆରି ହୋଇଛି । GitHub ଏକ ଓପନ ସୋର୍ସ ପ୍ଲାଟଫର୍ମ ଅଟେ । ୟୁଜର୍ସଙ୍କୁ ଆପ୍ ସୃଷ୍ଟି ଓ ଉପସ୍ଥାପନ କରିବାକୁ GitHub ଅନୁମତି ଦିଏ । ଏଥିପାଇଁ କେବଳ ଏକ ଇ-ମେଲ୍ ଆଇଡିର ଆବଶ୍ୟକତା ଥାଏ ।

ଜଣେ ମହିଳା ସାମ୍ବାଦିକ ଟ୍ୱିଟରରେ ନିଜ ଅଙ୍ଗେ ନିଭା କଥାକୁ ସେୟାର କରିବା କରେ ‘ବୁଲିବାଇ’ଆପ୍ କଥା ଜଣାପଡ଼ିଥିଲା । ଆପକୁ ଡେଭଲପ୍ କରିଥିବା ବ୍ୟକ୍ତି ମହିଳା ସାମ୍ବାଦିକଙ୍କ ଫଟୋକୁ ‘ବୁଲିବାଇ’ ଆପରେ ସେୟାର କରିଥିଲେ ଏବଂ ତାଙ୍କ ସମ୍ପର୍କରେ ଅଶ୍ଳୀଳ ମନ୍ତବ୍ୟ ଲେଖିଥିଲେ । ଏହାକୁ ବିରୋଧ କରି ସାମ୍ବାଦିକା ଜଣକ ଦିଲ୍ଲୀ ପୋଲିସରେ ମାମଲା ରୁଜୁ କରିଥିଲେ।
Published by:Soumya Das
First published: