BSNLର ଦମଦାର ପ୍ଲାନ; ମାତ୍ର ୨.୮୦ ଟଙ୍କା ଖର୍ଚ୍ଚରେ ପାଇବେ ୭୦ ଦିନର ଭ୍ୟାଲିଡିଟି

BSNL New plan: ନିକଟରେ ବିଏସ୍ଏନ୍ଏଲ୍ ଏକ ପ୍ରିପେଡ୍ ରିଚାର୍ଜ ଯୋଜନା ଆରମ୍ଭ କରିଥିଲା। ଏହି ରିଚାର୍ଜ ଯୋଜନା ଜିଓ ଏବଂ ଏୟାରଟେଲର ବୈଧତା ଯୋଜନା ସହ ଏକ ଚ୍ୟାଲେଞ୍ଜ ଦେଉଛି।

BSNLର ଦମଦାର ପ୍ଲାନ

BSNLର ଦମଦାର ପ୍ଲାନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

BSNL New plan: ସ୍ମାର୍ଟଫୋନ୍ ଆମ ସମସ୍ତଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି ତାହା କହିବା ଆବଶ୍ୟକ ନାହିଁ । ଇଣ୍ଟରନେଟ୍ ବ୍ୟବହାର ଠାରୁ ଆରମ୍ଭ କରି କଲ୍‌ କରିବା ଓ ଅନ୍ୟାନ୍ୟ ସୁବିଧା ପାଇଁ, ଆମେ ରିଚାର୍ଜ କରିଥାଉ । ସମସ୍ତ ଟେଲିକମ୍ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ନିଜର ହୋଇ ରଖିବା ପାଇଁ ଓ ଅନ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଦାନ କରଥାନ୍ତି। ଏଥି ମଧ୍ୟରେ ସାମିଲ ଅଛି ସରକାରୀ ଟେଲିକମ୍ କମ୍ପାନୀ ଭରତ ସଞ୍ଚାର ନିଗମ ଲିମିଟେଡ୍ ଅର୍ଥାତ୍ ବିଏସ୍ଏନ୍ଏଲ୍ (BSNL)।

ନିକଟରେ ବିଏସ୍ଏନ୍ଏଲ୍ (BSNL) ଏକ ପ୍ରିପେଡ୍ ରିଚାର୍ଜ ଯୋଜନା ଆରମ୍ଭ କରିଥିଲା। ଏହି ରିଚାର୍ଜ ଯୋଜନା ଜିଓ ଏବଂ ଏୟାରଟେଲର ବୈଧତା ଯୋଜନା ସହ ଏକ ଚ୍ୟାଲେଞ୍ଜ ଦେଉଛି। ଏହି ଯୋଜନା ୭୦ ଦିନ ପାଇଁ ୧୯୭ ଟଙ୍କା ପାଇଁ ଅସୀମିତ ଡାଟା କଲିଂ ଏବଂ SMS ପ୍ରଦାନ କରେ।

୨୦୨୧ରେ ପ୍ରଥମ ଥର ପାଇଁ ଏହି ରିଚାର୍ଜ ଯୋଜନା ଗ୍ରାହକଙ୍କୁ ଅଣାଯାଇଥିଲା। ତା’ପରେ ୧୯୭ ଟଙ୍କା ପାଇଁ ୧୮୦ ଦିନର ବୈଧତା ଦିଆଗଲା। ତା’ପରେ ଏଥିରେ ୧୮ ଦିନ ପାଇଁ ମାଗଣା ସୁବିଧା ଦିଆଗଲା। ବର୍ତ୍ତମାନ ଏଥିରେ କିଛି ପରିବର୍ତ୍ତନ କରାଯାଇଛି।

ବିଏସ୍ଏନ୍ଏଲ୍ କିଛି ପରିବର୍ତ୍ତନ ସହିତ ଏହି ପୁରୁଣା ଯୋଜନାକୁ ପୁଣି ଥରେ ଆରମ୍ଭ କରିଛି। ବର୍ତ୍ତମାନ ଏହି ଯୋଜନାରେ, ବିଏସଏନଏଲ ୧୫ ଦିନ ପାଇଁ ଅସୀମିତ ଡାଟା ସହିତ ଅସୀମିତ ସ୍ଥାନୀୟ ଏବଂ STD କଲିଂ ଦେବାକୁ ମଧ୍ୟ ଘୋଷଣା କରିଛି। ଏହା ସହିତ ପ୍ରତିଦିନ ୨ଜିବି ଡାଟା ହାଇ ସ୍ପିଡ୍ ସହିତ ଦିଆଯାଉଛି, ଯାହା ପରେ ଗତି 40 kbpsକୁ ହ୍ରାସ ପାଇବ।

୧୯୭ ଟଙ୍କା ମଧ୍ୟରେ ୭୦ ଦିନର ବୈଧତା ଅର୍ଥ ହେଉଛି ଦୁଇ ମାସରୁ ଅଧିକ ବୈଧତା। ସେହିପରି ପ୍ରତିଦିନ କଥା ହେବାରେ ୨.୮୦ ଟଙ୍କା ପଡ଼ିବ। ଯୋଜନା ଗ୍ରହଣ କରିବା ପୂର୍ବରୁ, ଦୋକାନ କିମ୍ବା BSNL ସାଇଟ୍ ପରିଦର୍ଶନ କରି ଯୋଜନାକୁ ବିସ୍ତୃତ ଭାବରେ ଆପଣ ଜାଣିପାରିବେ। ଏହି ଯୋଜନାରେ ଅସୀମିତ ଡାଟା, ଭଏସ୍ କଲିଂ ଏବଂ ଦୈନିକ ୧୦୦ ମେସେଜ୍ ସୁବିଧା ମଧ୍ୟ ରହିଛି।

ପ୍ରକାଶ ଥାଉକି ନିକଟରେ BSNL ଦ୍ବାରା ୩୯୭ ଟଙ୍କାର (BSNL 397 plan) ଏକ ଅଫର ଆରମ୍ଭ କରିଥିଲା। ଏହି ଅଫର ମାଧ୍ୟମରେ, ଗ୍ରାହକମାନେ ୧୫୦ ଦିନର ଅର୍ଥାତ୍ ୬ ମାସର ବୌଧତା ରିଚାର୍ଜ ପାଇ ପାରିବେ। ଏହି ଅଫର ହେଉଛି BSNLର ସବୁଠାରୁ ଭଲ ଅଫର ବୋଲି କହୁଯାଉଛି।

ଏହି ଅଫର ମାଧ୍ୟମରେ ଯେକୌଣସି ନେଟୱାର୍କରେ ସହିତ ଅସୀମିତ କଲ ସୁବିଧା ଉପଲବ୍ଧ ରହିଛି। ଏଥିପାଇଁ ପ୍ରତି ୬୦ ଦିନ ପରେ ଗ୍ରାହକଙ୍କୁ ରିଚାର୍ଜ କରିବାକ ପଡ଼ିବ । ଏଥିରେ ଅସୀମିତ ଡାଟା, କଲ ଓ ଦୌନିକ ୧୦୦ SMSର ସୁବିଧା ମଧ୍ୟ ଉପଲବ୍ଧ ରହିଛି।

ପଢ଼ନ୍ତୁ ଏହି ଖବର:  କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଉପହାର; ବଢ଼ିଲା ଦରମା ସହିତ ପେନସନ୍

କିଛି ଦିନ ତଳେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଭାରତର ଟେଲିକମ୍ କମ୍ପାନୀ ଏୟାରଟେଲ (Airtel) ନୂଆ ଅଫର (Offer) ଆଣିଥିଲା। ଗ୍ରାହକମାନେ କମ୍ପାନୀର ପୋର୍ଟଫୋଲିଓରେ ଅନେକ ଯୋଜନା ଦେଖିବାକୁ ପାଇବେ। କମ୍ପାନୀ ଏହାର ପୋଷ୍ଟପେଡ୍ ଗ୍ରାହକଙ୍କୁ (Postpaid Customer) ଏକ ଉତ୍ତମ ସେବା ପ୍ରଦାନ କରିଛି। ଏହି ପୋଷ୍ଟପେଡ୍ ସେବା କେବଳ ଗ୍ରାହକଙ୍କ ପାଇଁ ନୁହେଁ ବରଂ ତାଙ୍କ ପରିବାର ପାଇଁ ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ।
Published by:Lipina Das
First published: