"ଋଷକୁ ଦାନ କରନ୍ତୁ"; ହ୍ୟାକ ହେଲା ବିଜେପି ଅଧ୍ଯକ୍ଷ ଜେପି ନଡ଼୍ଡାଙ୍କ ଟ୍ୱିଟର ଆକାଉଣ୍ଟ

ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ତଥା ସାଂସଦ ଜେପି ନଡ୍ଡାଙ୍କ ଟ୍ଵିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିଲା। ଋଷକୁ ସାହାଯ୍ଯ କରନ୍ତୁ ବୋଲି ଟ୍ୱିଟରରେ ଲେଖାହୋଇଥିଲା ।

ଜେପି ନଡ଼୍ଡା (ଏବିପି ନ୍ଯୁଜ)

ଜେପି ନଡ଼୍ଡା (ଏବିପି ନ୍ଯୁଜ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ତଥା ସାଂସଦ ଜେପି ନାଡ୍ଡାଙ୍କ ଟ୍ଵିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିଲା। ରବିବାର ସକାଳେ ହ୍ୟାକର୍ସ ତାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଏକ ଟୁଇଟ୍ କରିଥିଲେ। ଏହି ଟୁଇଟରେ ଏହା ଲେଖାଯାଇଛି, 'ଦୁଃଖୀତ ମୋର ଆକାଉଣ୍ଟ ହ୍ୟାକ୍ ହୋଇଛି। ଋଷକୁ ସାହାଯ୍ୟ କରିବାକୁ ଆମେ ଦାନ  ଆବଶ୍ୟକ କରୁଛୁ। ପରେ ହ୍ୟାକର ମାନେ ପ୍ରୋଫାଇଲର ନାମକୁ ICG OWNS INDIAରେ ପରିବର୍ତ୍ତନ କଲେ। ତେବେ ଏହି ଟ୍ୱିଟକୁ ଡିଲିଟ କରାଯାଇଛି।

ଆକାଉଣ୍ଟ ବିଷୟରେ ସୂଚନା ଆସିବା ମାତ୍ରେ ଏକ ଦଳ ତାଙ୍କ ଆକାଉଣ୍ଟକୁ ପୁନରୁଦ୍ଧାର କରିବା ଆରମ୍ଭ କଲେ। ଅଧ ଘଣ୍ଟା ମଧ୍ୟରେ ତାଙ୍କ ଟ୍ୱିଟର ଆକାଉଣ୍ଟ ଉଦ୍ଧାର କରାଯାଇଥିଲା ଓ ହ୍ୟାକରଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ବିବାଦୀୟ ଟ୍ୱିଟକୁ ହଟାଇ ଦିଆଯାଇଥିଲା। ଆକାଉଣ୍ଟ କିପରି ହ୍ୟାକ୍ ହେଲା ତାହାର ଅନୁସନ୍ଧାନ କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରାଯାଇଛି

ସମୟ ସମୟରେ ବଡ ନେତାମାନଙ୍କୁ ଟାର୍ଗେଟ କରି ହ୍ୟାକରମାନେ ସେମାନଙ୍କର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିଥା’ନ୍ତିଏହାପୂର୍ବରୁ ଗତ ବର୍ଷ ଡିସେମ୍ବରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକରମାନେ ମଧ୍ୟ ହ୍ୟାକ୍ କରିଥିଲେ।  ତା’ପରେ ହ୍ୟାକର୍ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛନ୍ତି ଯେ "ଭାରତ ବିଟକଏନକୁ ଆଇନଗତ ମାନ୍ୟତା ଦେଇଛି ଓ ସରକାର ୫୦୦ ବିଟକଏନ୍ କ୍ରୟ କରି ଏହାକୁ ଲୋକମାନଙ୍କ ନିକଟରେ ବଣ୍ଟନ କରୁଛନ୍ତି"। ଦୁଇ ମିନିଟ୍ ପରେ, ଯେତେବେଳେ ଆକାଉଣ୍ଟ୍ ହ୍ୟାକ୍ ହେବାର ସୂଚନା ବିସ୍ତାର ହେଲା, ଏହି ଟ୍ୱିଟ୍ ତୁରନ୍ତ ଡିଲିଟ୍ ହୋଇଗଲା।
Published by:Soumya Das
First published: