ହ୍ୱାଟସଆପ ପରି ଟ୍ୱିଟରରେ ଆସିବ ମେସେଜ ସହ ଜଡିତ ବଡ ଫିଚର; ପ୍ରସ୍ତୁତ ହେଉଛନ୍ତି ଏଲନ୍ ମସ୍କ

ଟ୍ୱିଟର ଏକ ନୂତନ ଫିଚର ଉପରେ କାମ କରୁଛି । ଏହି ଫିଚରରେ ଆପଣ ହ୍ୱାଟସଆପ୍ ଓ ସିଗ୍ନାଲ୍ ଭଳି ସୁବିଧା ପାଇବେ । ସିଧାସଳଖ ମେସେଜ ପାଇଁ କମ୍ପାନୀ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନର ପରୀକ୍ଷା କରୁଛି ।

ହ୍ୱାଟସଆପ ପରି ଟ୍ୱିଟରରେ ଆସିବ ମେସେଜ ସହ ଜଡିତ ବଡ ଫିଚର; ପ୍ରସ୍ତୁତ ହେଉଛନ୍ତି ଏଲନ୍ ମସ୍କ

ହ୍ୱାଟସଆପ ପରି ଟ୍ୱିଟରରେ ଆସିବ ମେସେଜ ସହ ଜଡିତ ବଡ ଫିଚର; ପ୍ରସ୍ତୁତ ହେଉଛନ୍ତି ଏଲନ୍ ମସ୍କ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଏଲନ ମସ୍କଙ୍କ ପ୍ରବେଶ ପରେ ଟ୍ୱିଟରରେ ଅନେକ ବଡ ପରିବର୍ତ୍ତନ ହେଇଛି । ଲୋକଙ୍କୁ କମ୍ପାନୀରୁ ବରଖାସ୍ତ କରାଯାଉଛି, କେତେକଙ୍କୁ ପୁନର୍ବାର ଡକାଯାଉଛି ଓ ନୂତନ ଫିଚର ଯୋଡିବାକୁ ପ୍ରସ୍ତୁତି ଚାଲିଛି । ଟ୍ୱିଟର ଏକ ନୂତନ ଫିଚର ଉପରେ କାମ କରୁଛି । ଆପଣ ନିଶ୍ଚିତ ଭାବରେ ଏହି ପ୍ଲାଟଫର୍ମରେ ଡାଇରେକ୍ଟ ମେସେଜ ବାର୍ତ୍ତା ଅର୍ଥାତ୍ DMର ବ୍ୟବହାର ତ ନିଶ୍ଚିତ କରୁଥିବେ । ବର୍ତ୍ତମାନ ଏହି ଫିଚରରେ ଆପଣ ହ୍ୱାଟସଆପ୍ ଓ ସିଗ୍ନାଲ୍ ଭଳି ସୁବିଧା ପାଇବେ । ସିଧାସଳଖ ମେସେଜ ପାଇଁ କମ୍ପାନୀ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନର ପରୀକ୍ଷା କରୁଛି । ଏହି ଫିଚର ବର୍ତ୍ତମାନ ସ୍ମାର୍ଟ ଫୋନ ବ୍ୟବହାରକାରୀଙ୍କ ପାଇଁ ପରୀକ୍ଷା କରାଯାଉଛି ।

ମସ୍କ ଦେଇଛନ୍ତି ସୂଚନା

ଆପ୍ ରିସର୍ଚର Jane Manchun Wong ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଟ୍ୱିଟର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ଡିଏମ ବା ଫିଚରକୁ ଫେରାଇ ଆଣିଛି । ସେ ତାଙ୍କ ପୋଷ୍ଟରେ ଏକ କୋଡ୍ ଷ୍ଟ୍ରିଙ୍ଗ'ର ଏକ ଫଟୋ ମଧ୍ୟ ଯୋଡ଼ିଛନ୍ତି, ଯେଉଁଥିରେ ଏନକ୍ରିପସନ୍ ଚାବିକୁ ହାଇଲାଇଟ୍ କରାଯାଇଛି ।

ଏଲନ ମସ୍କ Jane Manchun Wong
ଜେନ ମଞ୍ଚୁନ ୱଙ୍ଗଙ୍କ ଟ୍ୱିଟକୁ ମଧ୍ୟ ଏଲୋନ ମସ୍କ ଉତ୍ତର ଦେଇଛନ୍ତି । ସେ ଏକ ଇମୋଜି ସହିତ ଉତ୍ତର ଦେଇଛନ୍ତି, ଯାହା ସୂଚାଉଛି ଯେ କମ୍ପାନୀ ଏହି ଫିଚର ଉପରେ କାମ କରୁଛି । ଏହା ବ୍ୟତୀତ କମ୍ପାନୀ ଅନ୍ୟ ନୂଆ ଫିଚର ଉପରେ ମଧ୍ୟ କାମ କରୁଛି ।

ବ୍ଲୁ ଟିକ୍ ସବସ୍କ୍ରିପସନ୍ ମଧ୍ୟ ଫେରି ଆସିବ

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମରେ ଭେରିଫାଇଡ ଆକାଉଣ୍ଟ ଗୁଡିକ ପାଇଁ ବ୍ଲୁ ଟିକ୍ ମିଳୁଥିଲା, କିନ୍ତୁ ଶୀଘ୍ର ଏହି ନିୟମ ପରିବର୍ତ୍ତନ ହେବ । ବର୍ତ୍ତମାନ ଲୋକଙ୍କୁ ବ୍ଲୁ ଟିକ୍ ସହିତ ଗ୍ରେ ରଙ୍ଗର ଅଫିସିଆଲ୍ ମାର୍କ ଦିଆଯାଉଛି |

ଏହି ଫିଚର ସାହାଯ୍ୟରେ, ଉପଭୋକ୍ତାମାନେ ମୂଳ ଓ ପାରୋଡି ଆକାଉଣ୍ଟ ମଧ୍ୟରେ ପାର୍ଥକ୍ୟ କରିବାକୁ ସକ୍ଷମ ହେବେ । କିଛି ଦିନ ପୂର୍ବରୁ ଟ୍ୱିଟର ଦେୟ ଯୁକ୍ତ ସଦସ୍ୟତା ସେବା ଭାବରେ ବ୍ଲୁ ଟିକ୍ ଲଞ୍ଚ କରିଛି । ଯାହା ପରେ ଅନେକ ଉପଭୋକ୍ତା ଫେକ୍ ଆକାଉଣ୍ଟ ତିଆରି କରି ସେମାନଙ୍କ ପାଇଁ ବ୍ଲୁ ଟିକ୍ କିଣିଥିଲେ ।

ଏହି ଫେକ ଆକାଉଣ୍ଟରୁ ଏହିପରି ଅନେକ ଟ୍ୱିଟ୍ ମଧ୍ୟ କରାଯାଇଥିଲା, ଯେଉଁଥିପାଇଁ କମ୍ପାନୀଗୁଡିକୁ କ୍ଷତି ସହିବାକୁ ପଡିଲା । ତାପରେ ଏହି ଆକାଉଣ୍ଟଗୁଡିକୁ ତୁରନ୍ତ ସସ୍ପେଣ୍ଡ କରାଗଲା ଓ ବର୍ତ୍ତମାନ ପାଇଁ ଏହି ସେବାକୁ ବନ୍ଦ କରି ଦିଆଯାଇଛି । କିନ୍ତୁ ଏଲୋନ୍ ମସ୍କ ପୁଣି ଥରେ ଏହି ସେବାକୁ ଫେରାଇ ଆଣିବେ । ସେ ନିଜେ ଟ୍ୱିଟରରେ ଏହି ବିଷୟରେ ସୂଚନା ଦେଇଛନ୍ତି ଓ ସବସ୍କ୍ରିପସନ୍ ସର୍ଭିସ୍ ମଧ୍ୟ ଆଗାମୀ ଦିନରେ ଫେରି ଆସିବ ।
Published by:Soubhagya Mishra
First published: