BSNL Rs 22 Plan: BSNLର ଧମାକା ଅଫର୍‌; ୩ ମାସକୁ ମାତ୍ର ୨୨ ଟଙ୍କା

BSNL Rs 22 Plan: BSNLର ଧମାକା ଅଫର୍‌; ୩ ମାସକୁ ମାତ୍ର ୨୨ ଟଙ୍କା

BSNL Rs 22 Plan: BSNLର ଧମାକା ଅଫର୍‌; ୩ ମାସକୁ ମାତ୍ର ୨୨ ଟଙ୍କା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

BSNL Rs 22 Plan : ଅନେକ ଟେଲିକମ୍ କମ୍ପାନୀଗୁଡ଼ିକ (Telecom Companies in India) ସେମାନଙ୍କର ରିଚାର୍ଜ ପ୍ଲାନ୍‌କୁ ମହଙ୍ଗା କରିଦେଇଛନ୍ତି । ଯାହା ଫଳରେ ଦୁଇଟି ସିମ୍ କାର୍ଡ ଥିବା ଉପଭୋକ୍ତାମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଉପଭୋକ୍ତାମାନେ ଦୀର୍ଘ ସମୟ ଧରି ସିମ୍ ରିଚାର୍ଜ କରୁନାହାନ୍ତି ‌ତେବେ ସିମ୍‌ଟିର ସେବା ବନ୍ଦ ହୋଇଯାଉଛି । ଏହି ସମୟରେ, ଉପଭୋକ୍ତାମାନେ ଶସ୍ତା ରିଚାର୍ଜ ପ୍ଲାନ୍‌(Cheapest Recharge Plan) ବିଷୟରେ ଜାଣିବାକୁ ଚାହାଁନ୍ତି । ଯାହା କମ୍ ମୂଲ୍ୟ ସହିତ ଅଧିକ ଦିନର‌ ବୈଧତା ସହିତ ଆସିଥାଏ । ଯଦି ଆପଣ ଦୁଇ ଦୁଇଟି ସିମ୍‌ ରଖି ମହଙ୍ଗା ରିଚାର୍ଜ ସମସ୍ୟାର (Recharge Plan) ସମ୍ମୁଖୀନ ହେଉଛନ୍ତି, ତେବେ ବିଏସ୍‌ଏନ୍‌ଏଲ୍‌ ଆପଣଙ୍କ ପାଇଁ ଖୁସି ଖବର ଆଣିଛି ।

ଯଦି ଆପଣ ସିମ୍ କାର୍ଡ଼କୁ ଆକ୍ଟିଭ୍ ରଖିବା (SIM Active Plan) ପ୍ଲାନ୍‌ ସହ ଶସ୍ତା ରିଚାର୍ଜ ସୁବିଧା ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଏକ ସ୍ୱତନ୍ତ୍ର ପ୍ଲାନ୍‌ ବିଷୟରେ କହିବାକୁ ଯାଉଛୁ । ସରକାରୀ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଅନେକ ପ୍ରକାରର ଶସ୍ତା ରିଚାର୍ଜ ପ୍ଲାନ୍‌ ପ୍ରଦାନ କରେ। କମ୍ପାନୀ ଦ୍ୱାରା ଏବେ ଏକ ଶସ୍ତା ପ୍ଲାନ୍ ପ୍ରଦାନ କରାଯାଉଛି, ଯାହାକି ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବ।

ପଢନ୍ତୁ ଏହି ଖବର :  ୧୨ ଭଉଣୀଙ୍କର ଗୋଟିଏ ଭାଇ; ଗର୍ଭଧାରଣ ପାଇଁ ପସନ୍ଦ କରୁଥିଲେ ତାଙ୍କ ମାଆ

ବିଏସ୍‌ଏନ୍‌ଏଲ୍‌ର ୨୨ଟଙ୍କା ପ୍ରିପେଡ୍ ପ୍ଲାନ୍‌ (SIM Active Plan For BSNL) ୯୦ ଦିନ ଅର୍ଥାତ୍ ୩ ମାସ ପର୍ଯ୍ୟନ୍ତ ବୈଧତା ସହ ଆସୁଛି । ୯୦ ଦିନର ବୈଧ୍ୟତ‌ା ସହିତ ଏହା ହେଉଛି ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍‌। ଏଥିରେ ଆପଣଙ୍କୁ ପ୍ରତି ମିନିଟରେ ୩୦ ପଇସାରେ ସ୍ଥାନୀୟ ଏବଂ ଏସ୍‌ଟିଡି ଭଏସ୍ କଲିଂର ସୁବିଧା ମିଳିବ। କିନ୍ତୁ ମାଗଣା ଭଏସ୍ କଲିଂ ଏବଂ ଡାଟା ଲାଭ ଏଥିରେ ଉପଲବ୍ଧ ନାହିଁ । କିନ୍ତୁ ଏହା କେବଳ ଆସମ ସର୍କଲ ପାଇଁ ଉର୍ଦ୍ଦିଷ୍ଟ ।

ପଢନ୍ତୁ ଏହି ଖବର :  BSNL ଆଣିଲା ଦମ୍‌ଦାର ପ୍ଲାନ୍‌; ୧୦୭ ଟଙ୍କାରେ ୮୪ ଦିନର ଭ୍ୟାଲିଡିଟି

ସିମକୁ ସକ୍ରିୟ ରଖିବା ପାଇଁ ଏହା ସବୁଠାରୁ ଶସ୍ତା ପ୍ଲାନ୍‌। ସିମ୍ ସକ୍ରିୟ ରଖିବା ପାଇଁ ବିଏସ୍‌ଏନ୍‌ଏଲ୍‌ର ଏହି ୨୨ ଟଙ୍କିଆ ଯୋଜନା ସବୁଠାରୁ ଭଲ ‌ବୋଲି କହିପାରିବା । ଏହି ଯୋଜନା ମାଧ୍ୟମରେ, ଆପଣ ମହଙ୍ଗା ରିଚାର୍ଜରୁ ମୁକ୍ତି ପାଇବେ। ସିମ୍‌ କାର୍ଡକୁ ମଧ୍ୟ ଆକ୍ଟିଭ ରଖିପାରିବେ ।
Published by:Sujit Swain
First published: