News18 Odia Digital
ATM Franchise Business : ଆପଣ ଯେକୌଣସି କାର୍ଯ୍ୟ ଆରମ୍ଭ କରନ୍ତି, ଏହା ବେଳେବେଳେ ଆପଣଙ୍କୁ କଷ୍ଟକର ମନେହୁଏ । ଜଟିଳ ମଧ୍ୟ ହୋଇପାରେ ଓ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡ଼ିଥାଏ । କିନ୍ତୁ ଯଦି କେହି ଆପଣଙ୍କୁ କୁହନ୍ତି ଯେ ଆପଣ ପ୍ରାୟ ୫ ଲକ୍ଷ ଟଙ୍କା (ଯାହା ଫେରସ୍ତଯୋଗ୍ୟ) ବିନିଯୋଗ କରି ମାସକୁ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରିବେ ? ତେବେ ଆପଣ କଣ ଚିନ୍ତା କରିବେ ? ନିବେଶ କରିବେ ନା ନାହିଁ ? । ତେବେ ଆସନ୍ତୁ ଆପଣଙ୍କୁ ଆମେ କହିବୁ କେମିିତି ଏଟିଏମ୍ ଫ୍ରାଞ୍ଚାଇଜ୍ ପ୍ରକ୍ରିୟାରେ ଏଭଳି କରି ହେବ.....
ବ୍ୟାଙ୍କ ବ୍ରାଣ୍ଡେଡ୍ ଏଟିଏମ୍ ଯେପରିକି SBI, ICICI, HDFC, PNB ଏବଂ UBI, ଏହି ସମସ୍ତ ବ୍ୟାଙ୍କ ଗୁଡ଼ିକ ଯେଉଁମାନେ ନିଜେ ଏଟିଏମ୍ ସଂସ୍ଥାପନ କରନ୍ତି ନାହିଁ । ଆପଣଙ୍କୁ ପ୍ରଥମେ ବୁଝିବାକୁ ପଡ଼ିବ ଯେ ଏସ୍ବିଆଇ ଏଟିଏମ୍ ତା’ର ବ୍ୟାଙ୍କ ସ୍ଥାପନ କରେ ନାହିଁ । ଏଟିଏମ୍ ସ୍ଥାପନ କଣ୍ଟ୍ରାକ୍ଟର ମାନେ କରିଥାନ୍ତି ଯେଉଁମାନେ ଏହି ବ୍ୟାଙ୍କଗୁଡିକ ଦ୍ୱାରା ନିଯୁକ୍ତ ହୋଇଥାନ୍ତି । ପରେ ସେମାନେ ବିଭିନ୍ନ ସ୍ଥାନରେ ଏଟିଏମ୍ ସ୍ଥାପନ କରିଥାନ୍ତି ।
SBI ATM କିପରି ସ୍ଥାପିତ ହୋଇଥାଏ ?ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India)ଟାଟା ଇଣ୍ଡିକ୍ୟାସ୍ (Tata Indicash), ମୁଥୁଟ୍ ଏଟିଏମ୍ ( Muthoot ATM) ଏବଂ ଇଣ୍ଡିଆ ୱାନ୍ ଏଟିଏମ୍ (India One ATM ) ସହିତ ଭାରତରେ ଏଟିଏମ୍ ସ୍ଥାପନ କରିଥାଏ । ଯଦି ଆପଣ SBIର ଏଟିଏମ୍ ଫ୍ରାଞ୍ଚାଇଜ୍ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏହି କମ୍ପାନୀଗୁଡିକର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । କେବଳ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରନ୍ତୁ ନହେଲେ ଠକେଇ ଶିକାର ହୋଇପାରନ୍ତି । କାରଣ ଏଟିଏମ୍ ଫ୍ରାଞ୍ଚାଇଜ୍ ନାମରେ ଗ୍ରାହକଙ୍କୁ ବିଭ୍ରାନ୍ତ କରି ଅନେକ ଠକେଇ ମଧ୍ୟ କରାଯାଇଥାଏ ।
ଆବେଦନରେ ସର୍ତ୍ତ କଣ ଥାଏ ?ଏଟିଏମ୍ କ୍ୟାବିନ୍ ସେଟ୍ ଅପ୍ କରିବାକୁ ଆପଣଙ୍କର ୫୦ ରୁ ୮୦ ବର୍ଗଫୁଟର ଏକ କ୍ଷେତ୍ର ଥିବା ଆବଶ୍ୟକ । ଏହା ଅନ୍ୟ ଏଟିଏମ୍ ଠାରୁ ଅତି କମରେ ୧୦୦ ମିଟର ଦୂରରେ ରହିବା ଉଚିତ ଏବଂ ଏପରି ଏକ ସ୍ଥାନରେ ରଖାଯିବା ଉଚିତ୍ ଯେଉଁଠାରେ ଲୋକମାନେ ଏହାକୁ ସହଜରେ ଦେଖିପାରିବେ । କାରବାର କ୍ରମାଗତ ହେବାରେ ଦରକାର । ଏବଂ ଅତିକମରେ 1kW ବିଦ୍ୟୁତ୍ ସଂଯୋଗ ମଧ୍ୟ ଆବଶ୍ୟକ । କ୍ୟାବିନଟି ଏକ କଂକ୍ରିଟ ଛାତ ସହିତ ଏକ ସ୍ଥାୟୀ କୋଠା ହେବା ଜରୁରୀ ।
ପଢନ୍ତୁ ଏହି ଖବର :
ଆମେରିକାରେ ଚୀନ୍ର ସିକ୍ରେଟ ପୋଲିସ ଷ୍ଟେସନ; ୨ ସ୍ଥାନୀୟ ନାଗରିକଙ୍କୁ ଗିରଫ !ଏହି କାଗଜପତ୍ର ଗୁଡ଼ିକ ଆବଶ୍ୟକ ପଡ଼ିବଆଧାର କାର୍ଡ, ପ୍ୟାନ କାର୍ଡ ,ଭୋଟର କାର୍ଡ ।
ରେସନ କାର୍ଡ, ବିଦ୍ୟୁତ୍ ବିଲ୍ ।
ବ୍ୟାଙ୍କ ଆକାଉଣ୍ଟ ଏବଂ ପାସ୍ ବୁକ୍ ।
ଫଟୋ, ଇ-ମେଲ୍ ID, ଫୋନ୍ ନମ୍ବର ।
ଜିଏସ୍ଟି ବିଲ୍ ।
କମ୍ପାନୀ ଦ୍ୱାରା ଆବଶ୍ୟକ ଆର୍ଥିକ କାଗଜପତ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।