ମାତ୍ର ୭୯୯ରେ ମିଳୁଛି 5G Smartphone! ଆମାଜନର ବଡ଼ ଅଫର୍

ଆପଣଙ୍କ ପାଇଁ ୫ଜି ଫୋନର ଆବଶ୍ୟକତା ରହିଛି କି ? ଖୁବ୍ କମ୍ ଟଙ୍କାରେ ଆପଣ ସହଜରେ ପାଇପାରିବେ ଏହି ମୋବାଇଲ୍ । ପଢ଼ନ୍ତୁ ପୂରା ଖବର ।

ମାତ୍ର ୭୯୯ରେ ମିଳୁଛି 5G Smartphone! ଆମାଜନର ବଡ଼ ଅଫର୍

ମାତ୍ର ୭୯୯ରେ ମିଳୁଛି 5G Smartphone! ଆମାଜନର ବଡ଼ ଅଫର୍

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ନୂଆଦିଲ୍ଲୀ: ବର୍ତ୍ତମାନ 5G ଯୁଗ ଆସିସାରିଛି । ସବୁକିଛି ହାତ ପାହାନ୍ତାରେ ଉପଲବ୍ଧ । 4Gକୁ ଛାଡି ଲୋକମାନେ 5Gକୁ ଆପଣାଉଛନ୍ତି । ଯାହାଫଳରେ 5G ଫୋନ ଗୁଡିକର ଚାହିଦା ବଢିବାରେ ଲାଗିଛି । ଲୋକଙ୍କ ଆବଶ୍ୟକତା ତଥା ମାର୍କେଟର ଚାହିଦାକୁ ଦୃଷ୍ଟିରେ ରଖି ମୋବାଇଲ କମ୍ପାନି (Mobile company) ଗୁଡିକ ମଧ୍ୟ 5G ଫୋନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କମ ଦାମରେ କିପରି ଦମଦାର ଫିଚର ସହ 5G ସର୍ଭିସ୍ ଉପଲବ୍ଧ ହେବ ସେନେଇ କମ୍ପାନି ଗୁଡିକ ଧ୍ୟାନ ଦେଉଛନ୍ତି । ଯଦି ଆପଣ ଶସ୍ତା ତଥା ସହଜରେ 5G ସ୍ମାର୍ଟଫୋନ (Smartphone) ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଗୋଟିଏ ଦମଦାର ଅଫର  ।

ସପିଂ ୱେବସାଇଟ୍ (website) ତଥା ମୋବାଇଲ୍ ଆପ ଆମାଜନ ବର୍ତ୍ତମାନ ଏକ ଦମଦାର ଅଫର ଆଣିଛି । ଲାଭା ବ୍ଲେଜ୍ 5G ଫୋନ ଆପଣ ଖୁବ କମ ଦାମରେ କିଣିପାରିବେ । ଯଦି ଆପଣ ଏହି ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହାର ସମ୍ପୂର୍ଣ୍ଣ ବିବରଣୀ ପଢିନିଅନ୍ତୁ ।



ଯଦି ଆପଣ ନୂଆ ମୋବାଇଲ ଫୋନ୍ EMI ରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଫୋନକୁ ମାତ୍ର ୫୭୩ଟଙ୍କାରେ ପାଇପାରିବେ । କାରଣ ପ୍ରତି ମାସରେ ମାତ୍ର ୫୭୩ ଟଙ୍କା କିସ୍ତିରେ କିପରି ଫୋନ କିଣିହେବ ସେନେଇ ସପିଂ ଆପ୍ ଆମାଜନ (amazon) ପକ୍ଷରୁ ଏହି ଅଫର ଦିଆଯାଇଛି । ଯଦି ଆପଣ ବ୍ୟାଙ୍କ ଅଫର ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ, ଆପଣ ସିଟିବ୍ୟାଙ୍କ କ୍ରେଡିଟ କାର୍ଡ (credit card) ମାଧ୍ୟମରେ ସମ୍ପୂର୍ଣ୍ଣ ଦେୟ ଉପରେ ୨ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇପାରିବେ । HSBC କ୍ୟାସବ୍ୟାକ୍ (cash back) କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲେ ସମ୍ପୂର୍ଣ୍ଣ ଦେୟ ଉପରେ ତୁରନ୍ତ ୫ ପ୍ରତିଶତ ରିହାତି ପାଇବା ସହିତ ଆପଣ ଏକ ଭଲ ସଞ୍ଚୟ କରିପାରିବେ ।

ଯଦି ଆପଣ ଫୋନ ଏକ୍ସଚେଞ୍ଜ (exchange) କରିବାକୁ ଚାହୁଁଛନ୍ତି ତେବେ ଏହାର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଯଦି ଆପଣଙ୍କର ପୁରୁଣା ଫୋନ ଅଛି ତେବେ ଆପଣ ଏକ୍ସଚେଞ୍ଜ ମାଧ୍ୟମରେ ୧୧ହଜାର ୨ଶହ ଟଙ୍କା ପର୍ଯ୍ୟନ୍ତ  ବିନିମୟ ଟଙ୍କା ପାଇପାରିବେ । ଯଦି ଆପଣ ସମ୍ପୂର୍ଣ୍ଣ ବିନିମୟ ମୂଲ୍ୟ ପାଇବ, ତେବେ ଫୋନଟିର ମୂଲ୍ୟ କେବଳ ୭୯୯ ଟଙ୍କା ହେବ । ଏହି ଫୋନରେ ୬.୫ଇଞ୍ଚର ଏଚଡି ପ୍ଲସ୍ ଡିସପ୍ଲେ (HD Plus Display) ଦିଆଯାଇଛି । ଏହି ଫୋନରେ ଆଣ୍ଡ୍ରଏଡ୍ 12 ଉପଲବ୍ଧ । ଫୋନର ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଏଥିରେ ଆପଣଙ୍କୁ ୫ ହଜାର ଏମଏଏଚର ବ୍ୟାଟେରୀ ମିଳିବ ଯାହାଦ୍ୱାରା ଆପଣ ଲମ୍ୱା ସମୟ ପର୍ଯ୍ୟନ୍ତ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ । ଫିଙ୍ଗର ପ୍ରିଣ୍ଟ୍ ଲକ୍ ସମେତ ଫୋନରେ 6 GB RAM ସହ 128 GB ଷ୍ଟୋରେଜ୍ (storage) ରହିଛି ।

ଯଦି ଆପଣ ଫୋନରେ କ୍ୟାମେରା (camera) ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଜଣାଇବୁ ଯେ, ଏହି ଫୋନରେ ଆପଣ ୫୦ଏମପିର ଏଆଇ ଟ୍ରିପଲ କ୍ୟାମେରା ପାଇବେ । ବର୍ତ୍ତମାନ ଭାରତରେ ଏହି ମୋବାଇଲର ବଜାର ମୂଲ୍ୟ ରହିଛି ୧୦ ହଜାର ୯୯୯ଟଙ୍କା ।





ଏହି ଖବର ପଢ଼ନ୍ତୁ -  ସ୍ଥାନ ଖୋଜୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ: ଖୋଲିବେ ଚା' ଦୋକାନ !
Published by:Soubhagya Mishra
First published: