News18 Odia Digital
ନୂଆ ଦିଲ୍ଲୀ: ବିଶ୍ୱର ବଡ଼ ଇ-କମର୍ସ କମ୍ପାନୀ ଆମାଜନର (Amazon) ନାମ ଆପଣ ଭଲ ଭାବରେ ଜାଣିଥିବେ । ପ୍ରାୟ ପ୍ରତି ଦିନ ଆମେ ଅନଲାଇନ୍ ସପିଙ୍ଗ୍ ପାଇଁ ଆମାଜନର ୱେବସାଇଟକୁ ଯାଉଁ । ଏହି ୱେବସାଇଟ୍ ଯୁକ୍ତିଯୁକ୍ତ ଦାମରେ ବିଭିନ୍ନ ସାମଗ୍ରୀ ବିକୁଥିବା ପାଇଁ ଜଣାଶୁଣା । ତଥାପି ଆପଣ ହୁଏତ ଜାଣି ନ ଥିବେ ଯେ ଆପଣ ଆହୁରି ଶସ୍ତା ଦରରେ ଆମାଜନରୁ ସପିଙ୍ଗ୍ କରିପାରିବେ । ପ୍ରକୃତରେ ଆମାଜନର ଏକ 'ଗୁପ୍ତ' ୱେବସାଇଟ୍ ଅଛି, ଯେଉଁଠି ବିଭିନ୍ନ ସାମଗ୍ରୀ ଅଧାରୁ କମ୍ ଦାମରେ ଉପଲବ୍ଧ । ଏଠାରେ ୭ ହଜାର ଟଙ୍କାର ସାମଗ୍ରୀର ଦାମ୍ ମାତ୍ର ୨ ହଜାର ଟଙ୍କା ପଡ଼େ ।
କ’ଣ ଏହି ଗୁପ୍ତ ୱେବସାଇଟ୍?ଲକଡାଉନ୍ ସମୟରେ ଯେତେବେଳେ ଅନେକ ଦୋକାନ ବନ୍ଦ ହୋଇଯାଇଥିଲେ, ଅଧିକାଂଶ ଲୋକ ସପିଙ୍ଗ୍ କରିବାକୁ ଆମାଜନ୍ ଆଡ଼କୁ ମୁହାଁଇଥିଲେ । ଏଠାରେ ବିଭିନ୍ନ ସାମଗ୍ରୀ ଉପରେ ଅଫର୍ ଥିବା ବେଳେ ଆମାଜନର 'ଗୁପ୍ତ' ୱେବସାଇଟରେ ଆପଣ କମ୍ ଦାମ୍ ଥିବା ସାମଗ୍ରୀ ବା ଫେରସ୍ତ ହୋଇଥିବା ଜିନିଷ କିମ୍ବା ହାଲୁକା କ୍ଷତିଗ୍ରସ୍ତ ହୋଇଥିବା ଦ୍ରବ୍ୟ କିଣି ପାରିବେ । ଆମାଜନ୍ ବ୍ୟବହୃତ ହୋଇଥିବା ସାମଗ୍ରୀ କିମ୍ବା ଖାଲି ବାକ୍ସରେ ମିଳୁଥିବା ସାମଗ୍ରୀକୁ ରିହାତି ଦାମରେ ବିକ୍ରି କରୁଛି ।
ଏହା ବି ପଢ଼ନ୍ତୁ | ମୟୂରଭଞ୍ଜରେ ମାସକର ଶିଶୁ ପୁତ୍ରକୁ ମା’ କୋଳରୁ ଛଡ଼ାଇ ନେଲା, ₹୧,୧୦୦ ଦେଲା, ତା’ ପରେ ବିକିଦେଲାସୀଧା ୭ରୁ ୮ ହଜାର ଟଙ୍କାର ସେଭିଙ୍ଗ୍ମାର୍ଟିନ୍ ଲୁଇସଙ୍କ ୱେବସାଇଟ୍ (moneysavirngexpert.com) ଅନୁଯାୟୀ ଜଣେ ଉପଭୋକ୍ତା କହିଛନ୍ତି ଯେ ସେ ଥରେ ଗୋଟେ ପ୍ରେସର୍ ୱାଶର୍ (pressure washer) କିଣିବାକୁ ଆମାଜନ୍ ଗୋଦାମକୁ (Amazon warehouse) ଯାଇଥିଲେ । ‘‘ମୁଁ ଯେଉଁ ନିର୍ଦ୍ଦିଷ୍ଟ ମଡେଲ୍ଖୋଜୁଥିଲି ତା’ର ଦାମ୍ ଅଧିକାଂଶ ପ୍ରମୁଖ ୱେବସାଇଟରେ ୨୦,୦୦୦ ଟଙ୍କାରୁ ଅଧିକ ଥିଲା । କିନ୍ତୁ ମୁଁ ପ୍ରାୟ ୧୩ ହଜାର ଟଙ୍କାରେ ତାହା ଆମାଜନ୍ ଗୋଦାମରେ ପାଇଲି । ମୋତେ ଏହି ଡିଲ୍ ବହୁତ ଭଲ ଲାଗିଲା ଯାହା ପରେ ମୁଁ ଏଠାରୁ ସପିଙ୍ଗ୍ ଆରମ୍ଭ କଲି ।’’
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ହସପିଟାଲରେ ଜମାନବନ୍ଦୀ ବେଳେ DFO ଥିଲେ; ବିଦ୍ୟାଙ୍କୁ ଶୀଘ୍ର ଜେରା କରାଯିବଏହି ସିକ୍ରେଟ୍ ୱେବସାଇଟ୍ ବିଷୟରେ ଆମାଜନ୍ କହିଛି ଯେ ଏଠାରେ ‘‘ପ୍ରତ୍ୟେକ ଆଇଟମର କାର୍ଯ୍ୟକ୍ଷମତା ଓ ଭୌଗୋଳିକ ଅବସ୍ଥାନକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଉତ୍ପାଦକୁ ଏକ ଗ୍ରେଡ୍ ଦିଆଯାଏ ।’’ ଏହି ସିକ୍ରେଟ୍ ୱେବସାଇଟ୍ ବ୍ୟବହାର କରୁଥିବା ବ୍ୟକ୍ତିମାନେ ବି ଆମାଜନ୍ ଭଳି ସମାନ ଗ୍ରାହକ ସେବା (customer service) ପାଆନ୍ତି ଓ ଏହି ସବୁ ସାମଗ୍ରୀ ମଧ୍ୟ ଆମାଜନର ରିଟର୍ଣ୍ଣ ପଲିସି ଅଧୀନରେ ଆସେ ।
ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ଓଡ଼ିଶା କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନାଆପଣ କେମିତି ସପିଙ୍ଗ୍ କରିପାରିବେ?ଏହି ସିକ୍ରେଟ୍ ୱେବସାଇଟରୁ କିଛିଥିବା ସାମଗ୍ରୀକୁ ନେଇ ଯଦି ଆପଣ ଅସନ୍ତୁଷ୍ଟ ଅଛନ୍ତି ତେବେ ଆପଣ ସାମଗ୍ରୀକୁ ୩୦ ଦିନ ମଧ୍ୟରେ ଫେରସ୍ତ କରିପାରିବେ ଓ ପୂରା ଟଙ୍କା ଫେରସ୍ତ ପାଇପାରିବେ । ଏକ ରିପୋର୍ଟ ଅନୁଯାୟୀ ୪୦,୦୦୦ରୁ ଅଧିକ ଆଇଟମ୍ ଆମାଜନ ଗୋଦାମରେ ଷ୍ଟକ୍ ରହିଛି ଯାହାକୁ ଆପଣ ଅଧାରୁ କମ୍ ଦାମରେ କିଣି ପାରିବେ । ଏଠାରେ ଗ୍ରାହକମାନଙ୍କ ପାଇଁ ଅନେକ ବିକଳ୍ପ ଉପଲବ୍ଧ ଅଛି ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚା’ ଦୋକାନରେ ଝଗଡ଼ାରୁ ନକଲି ନୋଟ୍ ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତଯେଉଁମାନେ ଏହି ୱେବସାଇଟରୁ ସପିଙ୍ଗ୍ କରିବେ ସେମାନେ ପ୍ରାୟ ୩୪ଟି ବିଭାଗ ପାଇବେ । ଏଥି ମଧ୍ୟରେ 'କମ୍ପ୍ୟୁଟର ଓ ଆକ୍ସେସୋରିଜ୍', ‘ଘରକରଣା ଓ ରୋଷେଇ ଘର’, ‘ଖେଳନା’, ‘ଭିଡିଓ ଗେମ୍ସ’, ‘ଇଲେକ୍ଟ୍ରୋନିକ୍ସ ଓ ଫଟୋ’ ଏବଂ ଅନେକ କିଛି ଅନ୍ତର୍ଭୁକ୍ତ ଅଛି ।
ଆମାଜନ୍ ଦ୍ୱାରା ଲୋକପ୍ରିୟ ହୋଇଥିବା ନେସ୍କାଫେ ସିଙ୍ଗଲ୍-ସର୍ଭ୍ କଫି ମେସିନ୍ (DeLonghi Nescafé Dolce Gusto Piccolo XS Pod Capsule Coffee Machine) ଏଠାରେ ପ୍ରାୟ ମାତ୍ର ୨ ଟଙ୍କାରେ ମିଳୁଛି । ଅନ୍ୟ ୱେବସାଇଟଗୁଡି଼କରେ ଏହାର ମୂଲ୍ୟ ଦାମ୍ ପ୍ରାୟ ୫ ହଜାର ଟଙ୍କା ଅଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।