ବିଲ ଭରିବା ସମୟରେ ମୋବାଇଲ ନମ୍ବର ଦେଉଛନ୍ତି କି? ହୋଇଯାଆନ୍ତୁ ସର୍ତକ

ଆପଣ ବି ଦୋକାନୀଙ୍କୁ ନିଜ ମୋବାଇଲ ନମ୍ବର ଦେଉଛନ୍ତି? ତାହାଲେ ଆଜିଠୁ ହୋଇଯାଆନ୍ତୁ ସାବଧାନ ।

ହୋଇଯାଆନ୍ତୁ ସର୍ତକ

ହୋଇଯାଆନ୍ତୁ ସର୍ତକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Mobile Number: ଅନେକ ସମୟରେ ଜିନିଷ କିଣିବା ପରେ ବିଲ(Billing) କରିବା ସମୟରେ ଦୋକାନୀ ଆପଣଙ୍କ ମୋବାଇଲ ନଂ(Mobile Number) ମାଗିଥାନ୍ତି। ଆପଣଙ୍କ ନଂ ନେଇ ରେଜିଷ୍ଟ୍ରର କରିବା ପରେ ଆପଣଙ୍କୁ ବିଲ ଦେଇଥାନ୍ତି । ଏବେଠୁ ଯଦି ଆପଣଙ୍କୁ ଦୋକାନୀ ମୋବାଇଲ ନଂ ମାଗୁଛନ୍ତି, ତେବେ ହୋଇଯାଆନ୍ତୁ ସର୍ତକ । ଆପଣଙ୍କୁ ମୋବାଇଲ ନଂ ଦେବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଏହି ନିୟମକୁ ବନ୍ଦ କରିବା ପାଇଁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହେବାକୁ ଯାଉଛି  ।
 କେନ୍ଦ୍ରୀୟ ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂଙ୍କ ସୂଚନାନୁସାରେ, ଅନେକ ଅଭିଯୋଗ ପାଇବା ପରେ ବର୍ତ୍ତମାନ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବିଲ୍ ସମୟରେ ଗ୍ରାହକ ମୋବାଇଲ୍ ନମ୍ବର ଦେବା ବାଧ୍ୟତାୂଳକ ନୁହେଁ । ଏଥିପାଇଁ ଦୋକନୀ ଗ୍ରାହକଙ୍କ ଉପରେ କୌଣସି ଦାବି କରିପାରିବେ ନାହିଁ । ଅଧିକାରୀଙ୍କ କହିବାନୁସାରେ, ଏହା ମଧ୍ୟ ଏକ ଗୋପନୀୟତାର ବିଷୟ ଓ ଗ୍ରାହକଙ୍କର ମୋବାଇଲ୍ ନମ୍ବର ସେୟାର୍ କରିବେ କି ନାହିଁ ତାହା ସେମାନଙ୍କର ଅଧିକାର । ଯଦି ଜଣେ ଗ୍ରାହକ ସାମଗ୍ରୀ କିଣିବା ପରେ ବିଲ ପାଇଁ ତାଙ୍କ ମୋବାଇଲ୍ ନମ୍ବର ଦେବାକୁ ଚାହୁଁନାହାଁନ୍ତି, ତେବେ ବିକ୍ରେତା ଏହା ଉପରେ ଜୋର ଦେବା ଉଚିତ୍ ନୁହେଁ। ଗ୍ରାହକଙ୍କ ସ୍ୱାର୍ଥରେ ଏହି ସମସ୍ୟାର ସମାଧାନ ପାଇଁ ଖୁଚୁରା ଶିଳ୍ପ ଏବଂ CII, FICCI ଏବଂ ASSOCHAM ପରି ସଂସ୍ଥାକୁ ନିର୍ଦ୍ଦେଶନାମା ପଠାଯିବ ।


ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ, ଯଦି ସେମାନଙ୍କ ମୋବାଇଲ୍ ନମ୍ବର ଦେବାକୁ ମନା କରନ୍ତି ତେବେ ଅନେକ ରିଟେଲର ସେମାନଙ୍କୁ ସେବା ପ୍ରଦାନ କରୁନାହାଁନ୍ତି। ଗ୍ରାହକ ଯଦି ସମ୍ମତି ନ ଦିଅନ୍ତି, ସେମାନଙ୍କ ଠାରୁ ମୋବାଇଲ ନମ୍ବର ନେବା ଉଚିତ୍ ନୁହେଁ ।

Published by:Soumya Das
First published: