BSNL କର୍ମଚାରୀଙ୍କୁ ଧମକ ଦେବା ପ୍ରସଙ୍ଗ: ଅଶ୍ଵନୀ ବୈଷ୍ଣବଙ୍କ ବିବୃତ୍ତିକୁ ବିରୋଧ କଲା AITUC

ବିଏସଏନଏଲ କର୍ମଚାରୀଙ୍କୁ ଚେତାବନୀ ପ୍ରସଙ୍ଗ । BSNL କର୍ମଚାରୀଙ୍କ ପ୍ରତି ଧମକ ଦେବା ପରିବର୍ତ୍ତେ ସରକାର BSNL ସହିତ ଛିଡା ହୁଅନ୍ତୁ ବୋଲି କହିଛି AITUC।

ଅଶ୍ଵନୀ ବୈଷ୍ଣବ (ପ୍ରତୀକାତ୍ମକ ଛବି)

ଅଶ୍ଵନୀ ବୈଷ୍ଣବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ନିକଟରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଅଡ଼ିଓ ଭାଇରାଲ ହୋଇଥିଲା। ଆସନ୍ତା ୨୪ ମାସ ମଧ୍ୟରେ ବିଏସଏନଏଲ କର୍ମଚାରୀ ଚାକିରି ଛାଡ଼ିବା ପ୍ରସଙ୍ଗକୁ ନେଇ AITUC ଅସନ୍ତୋଷ ବ୍ୟକ୍ତ କରିଛି। ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏହି ବିବୃତ୍ତିକୁ ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ (AITUC) ବିରୋଧ କରିଛି। ଜବରଦସ୍ତ VRS ଦେବା ସରକାରଙ୍କ ନୀତି ଭଳି ମନେହେଉଛି ବୋଲି କହିଛି ୟୁନିଅନ।

ବିଏସଏନଏଲ କର୍ମଚାରୀଙ୍କୁ ହଇରାଣ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। AITUC କହିଛି ଯେ BSNL କୁ ବଦନାମ କରିବା ପାଇଁ କେନ୍ଦ୍ର ସରକାର କ୍ରମାଗତ ଭାବରେ କାର୍ଯ୍ୟ କରିଛନ୍ତି।  କେହି ବି ଭୁଲି ପାରିବେ ନାହିଁ ଯେ ୨୦୧୮ରେ କେରଳ ବନ୍ୟା ସମୟରେ ଚ୍ୟାନେଲ ଖୋଲା ରହିଥିଲା। ତେଣୁ AITUC ଦାବି କରିଛି ଯେ ଟେଲିକମ୍ ମନ୍ତ୍ରୀ ଏହା ସ୍ପଷ୍ଟ କରନ୍ତୁ ଯେ BSNL କର୍ମଚାରୀଙ୍କ ପ୍ରତି ଧମକ ଦେବା ପରିବର୍ତ୍ତେ ସରକାର BSNL ସହିତ ଛିଡା ହୋଇଛନ୍ତି।

ସାର୍ବଜନୀନ କ୍ଷେତ୍ର ଟେଲିକମ୍ ଅପରେଟର ବିଏସଏନଏଲ୍ କର୍ମଚାରୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ସମୟରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୌଷ୍ଣବ ତାଙ୍କର ବାର୍ତ୍ତା ଦେଇଥିଲେ । ସେହି ବୈଠକର ଏକ ଲିକ୍ ହୋଇଥିବା ଅଡିଓରେ ଖରାପ ଅବସ୍ଥାରେ ଥିବା କମ୍ପାନୀର ୬୨,୦୦୦ କର୍ମଚାରୀ ମାନଙ୍କୁ ଚେତାବନୀ ଦେଇ କହୁଛନ୍ତି ଯେ ​​ଯିଏ ବି ଭଲ ପ୍ରଦର୍ଶନ କରୁନାହାଁନ୍ତି ସେ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିପାରିବେ।

ବିଏସଏନଏଲର ପୁନଃସ୍ଥାପନା ପାଇଁ ୧.୬୪ ଲକ୍ଷ କୋଟି ପ୍ୟାକେଜ ଘୋଷଣା କରିବାର କିଛି ଦିନ ପରେ ଅଶ୍ଵିନୀ ବୈଷ୍ଣବ ଗୁରୁବାର କମ୍ପାନୀର ବରିଷ୍ଠ ମ୍ୟାନେଜମେଣ୍ଟ ସହିତ ଏହି ବୈଠକ ଡାକିଥିଲେ।
Published by:Soumya Das
First published: