5g Revolution: ଅଗଷ୍ଟ ଶେଷ ସୁଦ୍ଧା 5G ସେବା ଆରମ୍ଭ କରିବ ଏୟାରଟେଲ

ଅଗଷ୍ଟ ଶେଷ ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବ। ଏନେଇ ଦେଶର ବୃହତ୍ତମ କମ୍ପାନୀ ଏୟାରଟେଲ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛି।

ଏୟାରଟେଲ (ପ୍ରତୀକାତ୍ମକ ଛବି)

ଏୟାରଟେଲ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗତ କିଛି ବର୍ଷ ଧରି ଦେଶରେ 5G ନେଟୱାର୍କର ଶୁଭାରମ୍ଭ ପାଇଁ ନିରନ୍ତର ପ୍ରୟାସ ରହିଛି। ଅଗଷ୍ଟ ଶେଷ ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବ। ଏନେଇ ଦେଶର ବୃହତ୍ତମ କମ୍ପାନୀ ଏୟାରଟେଲ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛି।

ଏୟାରଟେଲ ଏହି ବିବୃତ୍ତିରେ କହିଛି, " ଅଗଷ୍ଟରେ ଏୟାରଟେଲ 5G ସେବା ଆରମ୍ଭ କରିବ। ଆମର ନେଟୱାର୍କ ଚୁକ୍ତିନାମା ଅଛି ଓ ଆମର ଗ୍ରାହକଙ୍କୁ 5G ସଂଯୋଗର ସମସ୍ତ ସୁବିଧା ପହଞ୍ଚାଇବା ପାଇଁ କମ୍ପାନୀ ବିଶ୍ୱର ସର୍ବୋତ୍ତମ ଟେକ୍ନୋଲୋଜି ସହଭାଗୀମାନଙ୍କ ସହ କାର୍ଯ୍ୟ କରିବ।"

ଏକାଧିକ ଅଂଶୀଦାରଙ୍କ ସହ ଏୟାରଟେଲ ଅଲ୍ଟ୍ରା-ହାଇ ସ୍ପିଡ୍, କମ୍ ବିଳମ୍ବତା ଓ ଉଚ୍ଚ ଡାଟା ନିୟନ୍ତ୍ରଣ କ୍ଷମତା ସହିତ 5G ସେବା ଆରମ୍ଭ କରିବ। ଏହା କରିବା ଦ୍ୱାରା ଉପଭୋକ୍ତା ଅଭିଜ୍ଞତା ଉନ୍ନତ ହେବ ଓ ଉଦ୍ୟୋଗ ଓ ଶିଳ୍ପ ଗ୍ରାହକମାନେ ନୂଆ ଓ ଅଭିନବ ଜିନିଷ ଆବିଷ୍କାର କରିବାର କ୍ଷମତା ପାଇବେ।

ଦେଶରେ 5G ସେବା ଆଣିବା ପାଇଁ ଏୟାରଟେଲ ନେଟୱାର୍କ ସହଭାଗୀ ଭାବରେ ଏରିକ୍ସନ୍, ନୋକିଆ ଓ ସାମସଙ୍ଗ ସହିତ ସହଭାଗୀ ହୋଇଛି। ଦେଶରେ DoT (ଟେଲିକମ୍ ବିଭାଗ) ଦ୍ୱାରା ଆୟୋଜିତ 5G ସ୍ପେକ୍ଟ୍ରମ୍ ନିଲାମ ପରେ ଏୟାରଟେଲ୍ ଏହି ସୂଚନା ଅଂଶୀଦାର କରିଛି। ଭାରତ ଏୟାରଟେଲ ଏହି ନିଲାମରେ ସମୁଦାୟ ୧୯୮୬୭.୮ ମେଗାଜର୍ ସ୍ପେକ୍ଟ୍ରମ କିଣିଛି ଯେଉଁଥିରେ 900 ମେଗାଜର୍, 1800 ମେଗାଜର୍, 2100 ମେଗାଜର୍, 3300 ମେଗାଜର୍ ଓ 26 ଗିଗାହାଜ୍ ଫ୍ରିକ୍ୱେନ୍ସି ଅନ୍ତର୍ଭୁକ୍ତ।
Published by:Soumya Das
First published: