News 18 Digital
ଏୟାରଟେଲ ଏହାର ପୁରୁଣା ଯୋଜନାକୁ ଅପଡେଟ୍ କରିଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଏହି ଯୋଜନାରେ ଅଧିକ ବୈଧତା ଓ ତଥ୍ୟ ଉପଲବ୍ଧ ହେବ। ଏୟାରଟେଲ ଯୋଜନାରେ, ଉପଭୋକ୍ତାମାନେ ଡାଟା ସହିତ କଲିଂ ଓ SMS ସୁବିଧା ମଧ୍ୟ ପାଇବେ । ଆସନ୍ତୁ ଜାଣିବା ନୂଆ ଅପଡେଟ୍ ଗୁଡ଼ିକ।
କମ୍ପାନୀ ନିକଟରେ ଦୁଇଟି ରେଟ୍ କଟର ଓ ଦୁଇଟି ସ୍ମାର୍ଟ ରିଚାର୍ଜ ଯୋଜନା ଆରମ୍ଭ କରିଛି। ଏଥିମଧ୍ୟରୁ ଦୁଇଟି ଏକ ମାସର ବୈଧତା ଏବଂ ଦୁଇଟି ୩୦ ଦିନର ବୈଧତା ସହିତ ଆସିବା। ବର୍ତ୍ତମାନ କମ୍ପାନୀ ୨୬୫ ଟଙ୍କା ରିଚାର୍ଜ ଯୋଜନାକୁ ନବୀକରଣ କରିଛି। ଏହାପୂର୍ବରୁ ଏହି ଯୋଜନାରେ ଗ୍ରାହକମାନେ ୨୮ ଦିନର ବୈଧତା ପାଇଁ ୧ ଜିବି ଡାଟା ପାଉଥିଲେ।
ଏୟାରଟେଲ ୨୬୫ ଟଙ୍କା ଯୋଜନା: ଏହାର ଲାଭ କ’ଣ?
ଏହି ରିଚାର୍ଜ ଯୋଜନା ବର୍ତ୍ତମାନ ୩୦ ଦିନର ବୈଧତା ସହିତ ଆସିଛି। ତାହା ହେଉଛି, ପୂର୍ବ ତୁଳନାରେ ଦୁଇ ଦିନର ଅତିରିକ୍ତ ବୈଧତା ପାଇବେ। ଏହା ବ୍ୟତୀତ ଉପଭୋକ୍ତାମାନେ ପ୍ରତିଦିନ ୧ ଜିବି ଡାଟା ବଦଳରେ ୧.୫ ଜିବି ଡାଟା ପାଇବେ। ଡାଟା କ୍ଷେତ୍ରରେ ମଧ୍ୟ କମ୍ପାନୀ ୫୦୦ MB ବୃଦ୍ଧି କରିଛି।
ସୀମା ସମାପ୍ତ ହେବା ପରେ, ଉପଭୋକ୍ତାମାନେ 64Kbps ବେଗରେ ଡାଟା ପାଇବେ। ଏୟାରଟେଲ ଯୋଜନାରେ ଉପଭୋକ୍ତାମାନେ ଅସୀମିତ କଲ୍ ଓ ୧୦୦ SMS ର ଲାଭ ମଧ୍ୟ ପାଇବେ।ଏହି ଯୋଜନା ସହିତ ଗ୍ରାହକମାନେ ଏୟାରଟେଲ୍ ୱିଙ୍କ୍ ମ୍ୟୁଜିକ୍ ଓ ହେଲୋ ଟ୍ୟୁନ୍ସକୁ ମଧ୍ୟ ପାଇପାରିବେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।