News18 Odia Digital
AC fan launch in India: ଆଜି କାଲି ଅସହ୍ୟ ତାତି ପାଇଁ କଲବଲ ହେଉଛନ୍ତି ଲୋକେ। ଅନେକ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା ଏଭଳି ଅସହ୍ୟ ତାତିରୁ କେବଳ ଟିକେ ଥଣ୍ଡା ପବନ ହିଁ ସମସ୍ତଙ୍କୁ ଶାନ୍ତି ଦେଉଛି।
ତେବେ ଗରମ ଦାଉରୁ ବର୍ତ୍ତିବା ପାଇଁ ଲୋକେ ନିଜ ନିଜ ଘରେ ଦାମୀ ଏସି, କୁଲର ଆଦି ବହୁମାତ୍ରାରେ ବ୍ୟବହାର କରୁଛନ୍ତି। କିନ୍ତୁ ସମସ୍ତଙ୍କ ପକ୍ଷେ ଏସି କୁଲର ଲଗାଇବା ସମ୍ଭବ ହୋଇପାରୁନାହିଁ। ଅତ୍ୟାଧିକ ବିଜୁଳି ଖର୍ଚ୍ଚ ହେଉଥିବାରୁ ଏସି ବା କୁଲର ଚଲଇବା ଅତ୍ୟନ୍ତ କଷ୍ଟକର। ତେଣୁ ଲୋକଙ୍କ ଏହି କଷ୍ଟକୁ ଦୂର କରିବା ପାଇଁ ଓରିଏଣ୍ଟ କମ୍ପାନୀ ଏଭଳି ଏକ ଟେବୁଲ ଫ୍ୟାନ୍ ଲଞ୍ଜ୍ କରିଛି ଯାହାକି ଆପଣଙ୍କୁ ଏସି ଆଉ କୁଲର ଭଳି ପବନ ଯୋଗାଇବ।
ଯେଉଁଥିରେ ଆପଣଙ୍କ ବିଜୁଳି ବି ବଞ୍ଚିବ ଆଉ ଆପଣଙ୍କୁ ଥଣ୍ଡା ପବନ ବି ଯୋଗାଇବ। ଏହି ଟେବୁଲ ଫ୍ୟାନ୍ ନାଁ ରହିଛି ORIENT AC FAN। ଏଥିରେ ୧୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍ ହୋଇପାରିବ। ଏହି ଫ୍ୟାନର ତିନୋଟି ବ୍ଲେଡ୍ ଗ୍ରାହକଙ୍କୁ କ୍ଲାଉଡ୍ କୁଲିଂର ଅନୁଭବ ମଧ୍ୟ କରାଇବ। ଗ୍ରାହକମାନଙ୍କର ପସନ୍ଦ ଅନୁଯାୟୀ ଏଥିରେ ତିନୋଟି କୁଲିଂ ସେଟିଂ ସୁଇଚ୍ ରହିଛି।
ଫ୍ୟାନର ପେଡେଷ୍ଟାଲର ତଳ ଭାଗରେ ଥିବା ୪.୫ ଲିଟର ଟ୍ୟାଙ୍କକୁ ଥଣ୍ଡା ପବନ ପାଇବା ପାଇଁ ସେଥିରେ ପାଣିରେ ଭରିବା ଉଚିତ୍, ଯାହା ୮ ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ରାତିରେ ମଧ୍ୟ ଆପଣଙ୍କ ଶୋଇବା ସମୟରେ ଏହାକୁ ଟାଇମ ସେଟିଙ୍ଗ କରି ଶୋଇପାରିବେ।
ଏହା ଏସି ଏବଂ କୁଲର ତୁଳନାରେ କମ୍ ବିଜୁଳି ଖର୍ଚ୍ଚ କରାଇବ। ଆପଣ ଯଦି ଏହାକୁ ୮ ଘଣ୍ଟା ପର୍ଯ୍ୟନ୍ତ ଚଲାଇବେ ତେବେ କେବଳ ଏକ ୟ୍ୟୁନିଟ୍ ବିଦ୍ୟୁତ ଖର୍ଚ୍ଚ ହେବ।
ତେବେ ଏହି ଟେବୁଲ କୁଲିଂ ଫ୍ୟାନର ଦାମ ରହିଛି ୧୫,୯୯୯ ଟଙ୍କା। ଏହା ୨ ବର୍ଷର ୱାରେଣ୍ଟି ସହିତ ଆସୁଛି। ଖରାପ ହେବା ଦ୍ବାରା ଏହାକୁ ଆପଣ ବଦଳାଇ ନୂଆ ଫ୍ୟାନ୍ ନେଇପାରିବେ।
ପଢନ୍ତୁ ଏହି ଖବର: ନୂଆ ସଂସଦ ଭବନ ଉଦଘାଟନ ପୂବର୍ରୁ ତାତିଲେ ବିରୋଧୀ; ୧୯ ବିରୋଧୀ ଦଳ କରିଲେ ବୟକଟଯଦି ଆପଣ ଏହି ଫ୍ୟାନକୁ ଅନଲାଇନ୍ ସପିଂ କରନ୍ତି ତେବେ ଆପଣଙ୍କୁ ୧୧,୯୯୯ ଟଙ୍କାରେ ମିଳିଯିବ। ଫ୍ୟାନ ୨ଟି ରଙ୍ଗରେ ଧଳା ଏବଂ କଳାରେ ଲଞ୍ଜ୍ କରାଯାଇଛି। ଟିଲ୍ଟକୁ ଛାଡ଼ିଦେଲେ ଫ୍ୟାନର ସମସ୍ତ କାର୍ଯ୍ୟ ରିମୋଟ ମାଧ୍ୟମରେ ହିଁ ପରିଚାଳିତ ହେବ।
ରାଜଶ୍ରୀ ନାୟକଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।