Ola S1ରେ ବସିଲେ ୬ଜଣ ବ୍ୟକ୍ତି: କମ୍ପାନି ସିଇଓ ଦେଖି କହିଲେ ଏମିତି...

ଆଶ୍ଚର୍ଯ୍ୟ ! ଇଲେକ୍ଟ୍ରିକ୍ ସ୍କୁଟରରେ ବସିଲେ ୬ ଜଣ ବ୍ୟକ୍ତି । ଲୋକେ କହିଲେ ଇଞ୍ଜିନରେ ଅଛି ଦମ୍ ।

Ola S1ରେ ବସିଲେ ୬ଜଣ ବ୍ୟକ୍ତି: କମ୍ପାନି ସିଇଓ ଦେଖି କହିଲେ ଏମିତି...

Ola S1ରେ ବସିଲେ ୬ଜଣ ବ୍ୟକ୍ତି: କମ୍ପାନି ସିଇଓ ଦେଖି କହିଲେ ଏମିତି...

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେବା ପରଠାରୁ ଓଲା ଏସ ୧ (Ola S1) ଇଲେକ୍ଟିକ୍ ସ୍କୁଟରକୁ ନେଇ ଅନେକ ସମାଲୋଚନା କରାଯାଉଛି । ଏହାର କିଛି ଅଂଶ ସହଜରେ ଭାଙ୍ଗିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ଓଲା ଏସ ୧ ଇଲେକ୍ଟ୍ରିକ୍ ସ୍କୁଟର (electric scooter)  କମ୍ପାନିର ସିଇଓ (ceo) ଭବୀ ଅଗ୍ରୱାଲ ଏକ ପୋଷ୍ଟ୍ ସେୟାର କରିଥିଲେ । ଯେଉଁଥିରେ ଓଲା ଏସ୍ ୧ର ପାୱାର (power) ଦେଖାଇବା ତଥା ସ୍କୁଟରର କ୍ଷମତା ଉପରେ ପୋଷ୍ଟ୍ କରିଥିଲେ ।

ଚିତ୍ରରେ ଆପଣ ଦେଖିପାରୁଥିବେ ଯେ, ଓଲା S1 ଇଲେକ୍ଟ୍ରିକ୍ ସ୍କୁଟରରେ ୬ ଜଣ ଲୋକ ଚଢିଛନ୍ତି । ଛୋଟ ସିଟରେ ଏତେ ଲୋକ ବସିବା ପରେ ମଧ୍ୟ ବଳକା ସ୍ଥାନ ଏପରି କି ଫୁଟ୍ ବୋର୍ଡରେ ଜଣେ ଯୁବକ ବସିଛନ୍ତି । ଜଣେ ଯୁବକ ଷ୍ଟଣ୍ଟ୍ (stunt) ଦେଖାଇବା ପରି ବନ୍ଧୁଙ୍କ କାନ୍ଧକୁ ଧରି ବାଲାନ୍ସ (balance) କରି ସ୍କୁଟର ଉପରେ ଛିଡା ହୋଇଛନ୍ତି । କିନ୍ତୁ ନିଜର ସୁରକ୍ଷା ପାଇଁ ସମସ୍ତେ ହେଲମେଟ (helmet)  ପିନ୍ଧି ଏପରି ଷ୍ଟଣ୍ଟ୍ କରୁଛନ୍ତି । ଓଲା ଏସ ୧ର ସିଇଓ ଏହି ପୋଷ୍ଟରେ ଷ୍ଟଣ୍ଟ୍ ଭିଡିଓର ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି । ଏହି ଛବି ସେୟାର କରି ଭବୀଶ ଅଗ୍ରୱାଲ ଲେଖିଛନ୍ତି ଯେ, ଆଶ୍ଚର୍ଯ୍ୟ ! ମୁଁ ଆଜି ପର୍ଯ୍ୟନ୍ତ କୌଣସି ସ୍କୁଟରକୁ ଏପରି ଅତ୍ୟଧିକ ଓଜନ ବହୁଥିବାର ଦେଖିନାହିଁ । ଏହା ଦେଖିବା ପରେ ଓଲା ଏସ୧ର ଇଞ୍ଜିନ (engine) ତଥା ଭାର ବହିପାରୁଥିବା କ୍ଷମତା ନିଶ୍ଚିତ ଭାବରେ ପ୍ରଶଂସନୀୟ ।

https://twitter.com/bhash/status/1647949110589403138?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1647949110589403138%7Ctwgr%5E28473bbdc9166486c5c2dbad11cfd7f188b96051%7Ctwcon%5Es1_&ref_url=https%3A%2F%2Fwww.punjabkesari.in%2Fautomobile%2Fnews%2F6-people-stunt-on-ola-s1-ceo-bhavish-agarwal-shared-post-1808781

ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଓଲା ଏସ ୧ ଇଲେକ୍ଟ୍ରିକ ସ୍କୁଟରର ଏକ ସ୍ୱତନ୍ତ୍ର ମାଉଣ୍ଟ ଫ୍ରକ୍ ଅଛି । ଯାହା ଆଜି ପର୍ଯ୍ୟନ୍ତ କୌଣସି ସ୍କୁଟରରେ ଦେଖିବାକୁ ମିଳିନାହିଁ ।

ସୋସିଆଲ ମିଡିଆ (social media) ଚିତ୍ର ଭାଇରାଲ ପରେ ଅନେକ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସୁଛି । ତେବେ କୁହାଯାଉଛି ଯେ, ଗାଡ଼ିରେ ଦୁଇ ଜଣରୁ ଅଧିକ ବ୍ୟକ୍ତି ବସିବା ଆଇନଗତ ଦଣ୍ଡନୀୟ । କେଉଁପରି ସ୍ଥିତିରେ ଏମାନେ ୨ରୁ ଅଧିକ ବ୍ୟକ୍ତି ଏକ ଛୋଟ ସ୍କୁଟରରେ ବସିଲେ ? ଆଉ ଏକ କଥା ମଧ୍ୟ କୁହାଯାଉଛି ଏହି ଟେଷ୍ଟ୍ କୌଣସି ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ନୁହେଁ , କିମ୍ୱା ମୁଖ୍ୟ ରାସ୍ତା (main road)ରେ ନୁହେଁ, ଏକ ଖୋଲା ସ୍ଥାନ ତଥା ପଡିଆରେ ଏପରି ଟେଷ୍ଟ୍ କରାଯାଇଥିଲା ।

ଏହି ଖବର ପଢ଼ନ୍ତୁ -  ସ୍ଥାନ ଖୋଜୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ: ଖୋଲିବେ ଚା' ଦୋକାନ !
Published by:Soubhagya Mishra
First published: