ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ସ୍ଥାନରେ ମିଳିବ 5g ସେବା

ବହୁ ପ୍ରତୀକ୍ଷିତ ୫ଜି ସେବା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବ। ୨୦୨୩ ଡିସେମ୍ବର ସୁଦ୍ଧା 5Gରେ କଭର ହେବ ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳ।

୫ଜି ସେବା (ପ୍ରତୀକାତ୍ମକ ଛବି)

୫ଜି ସେବା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ୫ଜି ସେବା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବ। ୨୦୨୩ ଡିସେମ୍ବର ସୁଦ୍ଧା 5Gରେ କଭର ହେବ ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳ। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଓଡିଶା ୫ଜି ସେବା ପାଇବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିକିରଣ ପାଇଁ ଯେଉଁ ମାନକ ସ୍ଥିର କରିଛି, ସେହି ମାନ ଅନୁଯାୟୀ ୫ଜି ସେବା ମିଳିବ। ଯାହାକି ଧାର୍ଯ୍ୟ ବିକିରଣଠୁ ୧୦ ଗୁଣା କମ ରହିଛି। ଲୋକମାନେ ଏହାକୁ ନେଇ ବିଭିନ୍ନ ଗୁଜବ ଉପରେ ବିଶ୍ୱାସ କରିବା ଠିକ ହେବନି ବୋଲି ମନ୍ତ୍ରୀ କହିଛନ୍ତି। ଏହି ୫ଜି ସେବା ଲଞ୍ଚ ହେଲେ ଉପଭୋକ୍ତାମାନେ ୪ଜି ତୁଳନାରେ ୧୦ ଗୁଣ ଅଧିକ ଓ ୩ଜି ତୁଳନାରେ ୩୦ ଗୁଣ ଅଧିକ ବେଗରେ ସେବା ପାଇବେ।

୫ଜିରେ ଇଣ୍ଟରନେଟ୍ ସ୍ପୀଡ୍ ୧୦୦ ଗୁଣ ବଢ଼ିପାରେ ପରେ ଅନେକ ବିଶେଷଜ୍ଞ ମତ ରଖିଛନ୍ତି। ଏହା ସହିତ ଉପଭୋକ୍ତାମାନେ ଆଉ ଡାଉନଲୋଡ୍ ସମସ୍ୟାର ସମ୍ମୁଖୀନ ହେବେ ନାହିଁ କାରଣ ୫ଜି ଡାଉନଲୋଡ୍ ସ୍ପିଡଠୁ ଢ଼େର ଅଧିକ ବେଗରେ ଗତି କରିବ।

ଯେପରିକି ୨ଜି ନେଟୱର୍କରେ ଡାଉନଲୋଡ୍ ପାଇଁ ୫୬ ଘଣ୍ଟା, ୩ଜି ନେଟୱାର୍କରେ ଦୁଇ ଘଣ୍ଟା ଓ ୪ଜି ନେଟୱାର୍କରେ ୪୦ ମିନିଟ୍ ଓ ୫ଜି ନେଟୱାର୍କରେ ମାତ୍ର ୩୫ ସେକେଣ୍ଡ ଲାଗିବ ।

କେବଳ ସେତିକି ନୁହେଁ ଭୁବନେଶ୍ୱର ରେଳ ଷ୍ଟେସନର ହେବ ନବକଳେବର। ଭୁବନେଶ୍ୱର ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ। ପ୍ଲାନିଂ, ଡିଜାଇନ ସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ଖୁବ ଶୀଘ୍ର ଭୂମି ପୂଜନ ହୋଇ କାମ ଆରମ୍ଭ ହେବ। ଭୂମି ପୂଜନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
Published by:Soumya Das
First published: