ଜିଓ ପକ୍ଷରୁ ନୂଆ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକଅପ୍ ପ୍ଲାନ୍ ଘୋଷଣା

ରିଲାଏନ୍ସ ଜିଓ ପକ୍ଷରୁ ଫିକ୍ସଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା କ୍ଷେତ୍ର ଲାଗି ସୁଲଭ ମୂଲ୍ୟର ନୂଆ “ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍ ଘୋଷଣା କରାଯାଇଛି ।

ଜିଓ ପକ୍ଷରୁ ନୂଆ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକଅପ୍ ପ୍ଲାନ୍ ଘୋଷଣା

ଜିଓ ପକ୍ଷରୁ ନୂଆ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକଅପ୍ ପ୍ଲାନ୍ ଘୋଷଣା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ରିଲାଏନ୍ସ ଜିଓ (Reliance jio) ପକ୍ଷରୁ ଫିକ୍ସଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା କ୍ଷେତ୍ର ଲାଗି ସୁଲଭ ମୂଲ୍ୟର ନୂଆ “ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍ ଘୋଷଣା କରାଯାଇଛି । ମାସିକ ମାତ୍ର ୧୯୮ ଟଙ୍କା ରହିଥିବା ଏହି ପ୍ଲାନ୍‌ରେ ସେକେଣ୍ଡ୍ (second) ପିଛା ୧୦ ମେଗାବିଟ୍‌ର ଇଂଟରନେଟ୍ ସ୍ପିଡ୍ (internet speed) ମିଳିବ । ଏଥିରେ ଗ୍ରାହକମାନଙ୍କ ଲାଗି ଇଣ୍ଟରନେଟ୍ ସ୍ପିଡ୍‌କୁ ୧୦ ଏମ୍‌ବିପିଏସ୍‌ (mbps)ରୁ ୩୦ ଏମ୍‌ବିପିଏସ୍ କିମ୍ବା ୧୦୦ ଏମ୍‌ବିପିଏସ୍ ପର୍ଯ୍ୟନ୍ତ ବଢ଼ାଇବାର ସୁଯୋଗ ମିଳିବ । ଦରକାର ସମୟରେ ସେମାନେ ୧, ୨ ଓ ୭ ଦିନିଆ ଅବଧି ପାଇଁ ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇପାରିବେ ।

ଏହି ପ୍ଲାନ୍‌ରେ ଗ୍ରାହକମାନେ ୨୪ ଘଣ୍ଟା ନିରବଚ୍ଛିନ୍ନ ଇଣ୍ଟରନେଟ୍ ସଂଯୋଗ ପାଇପାରିବେ । ସଂଯୋଗ ପହଞ୍ଚିନଥିବା ଘର ଗୁଡ଼ିକୁ ଏହି ପ୍ଲାନ୍ ଜରିଆରେ ପାଠପଢ଼ା, କାର୍ଯ୍ୟ, ମନୋରଂଜନ ଆଦିକୁ ନେଇ ବାଧାମୁକ୍ତ ଅନୁଭୂତି ପାଇପାରିବେ ।

ଏହି ପ୍ଲାନ୍ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଭାରତର ସର୍ବବୃହତ ଗୃହ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ଜିଓରେ ଆମେ ଏହା ଭଲ ଭାବେ ବୁଝୁଛୁ ଯେ ଗ୍ରାହକମାନେ ଘରେ ଚବିଶ ଘଣ୍ଟା ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ଚାହୁଛନ୍ତି । ଜିଓଫାଇବର୍ ବ୍ୟାକ୍‌ଅପ୍ ପ୍ଲାନ୍ ଜରିଆରେ ଆମେ ସେମାନଙ୍କ ଘରେ ବିକଳ୍ପ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପହଞ୍ଚାଇବାକୁ ଚାହୁଁଛୁ । ବ୍ୟାକ୍ ଅପ୍ କନେକ୍ସନର ଏହି ନୂଆ ଚିନ୍ତାଧାରା ଘରଗୁଡ଼ିକୁ ସୁଲଭ ମୂଲ୍ୟରେ ନିଶ୍ଚିତ ଡାଟା ଯୋଗାଣର ଏକ ବିକଳ୍ପ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ (broadband connection)  ପ୍ରଦାନ କରୁଛି । ଏହି ସଂଯୋଗର ଉଲ୍ଲେଖନୀୟ ଲାଭଗୁଡ଼ିକୁ ଜାଣିବା ପରେ ଗ୍ରାହକମାନେ ଇଚ୍ଛାକଲେ ନିରବଚ୍ଛିନ୍ନ ଭାବେ ହାଇ ସ୍ପିଡ୍‌କୁ ଅପ୍‌ଗ୍ରେଡ୍ ହୋଇପାରିବେ ।’’

ଜିଓର ନୂଆ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍‌ରେ ଗ୍ରାହକମାନେ ଅସୀମିତ ଲ୍ୟାଣ୍ଡ୍‌ଲାଇନ୍ ଭଏସ୍ କଲ୍ କରିପାରିବେ । ଗୋଟିଏ କ୍ଲିକ୍‌ରେ ୨୧ ଟଙ୍କାରେ ଗୋଟିଏ ଦିନ, ୩୧ ଟଙ୍କାରେ ୨ ଦିନ ଓ ୧୦୧ ଟଙ୍କାରେ ୭ ଦିନ ପାଇଁ ୩୦ ଏମ୍‌ବିପିଏସ୍ ସ୍ପିଡ୍‌କୁ ଅପ୍‌ଗ୍ରେଡ୍ କରିପାରିବେ । ସେହିପରି ୩୨ ଟଙ୍କାରେ ଗୋଟିଏ ଦିନ, ୫୨ ଟଙ୍କାରେ ଦୁଇ ଦିନ ଓ ୧୫୨ ଟଙ୍କାରେ ୭ ଦିନ ପାଇଁ ଇଂଟରନେଟ୍ ସ୍ପିଡ୍‌କୁ ୧୦୦ ଏମ୍‌ବିପିଏସ୍‌କୁ ବଢ଼ାଇପାରିବେ ।

ମାସିକ ମାତ୍ର ୧୦୦ କିମ୍ବା ୨୦୦ ଟଙ୍କା ଅତିରିକ୍ତ ଦେଇ ଅସୀମିତ ମନୋରଂଜନ ହାସଲ କରିହେବ । ଜିଓ ସିନେମା ସହ ଏକାଧିକ କ୍ୟାମେରା ଆଙ୍ଗଲ୍‌ରୁ ଆଇପିଏଲ୍‌, ୫୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ୧୪ ଓଟିଟି ଆପ୍‌, ୟୁଟ୍ୟୁବ୍‌, ଗେମିଂ ଓ ଶତାଧିକ ଆପ୍ଲିକେସନ ଦେଖିହେବ ।

ବ୍ୟାକ୍‌ଅପ୍ ପ୍ଲାନ୍‌ର ମୂଲ୍ୟ ହେଉଛି ୧୪୯୦ ଟଙ୍କା (୫ ମାସର ସେବା ପାଇଁ ୯୯୦ ଟଙ୍କା ଓ ଇନଷ୍ଟଲେସନ୍ ଚାର୍ଜ ୫୦୦ ଟଙ୍କା) । ମନୋରଂଜନ ଅପ୍‌ଗ୍ରେଡ୍ ୫୦୦ କିମ୍ବା ୧୦୦୦ ଟଙ୍କା (୫ ମାସ ପାଇଁ ମାସିକ ୧୦୦/୨୦୦ ଟଙ୍କା) । ନୂଆ ଜିଓ ଫାଇବର ବ୍ୟାକ୍ ଅପ୍ ସଂଯୋଗ ୨୦୨୩ ମାର୍ଚ୍ଚ ୩୦ରୁ ଉପଲବ୍ଧ ହେବ । ଗ୍ରାହକମାନେ ଯେକୌଣସି ଜିଓ ରିଟେଲର ଓ ପାର୍ଟନରଙ୍କ ଜରିଆରେ ମାତ୍ର ୯୯ ଟଙ୍କା ଦେଇ ଏହି ପ୍ଲାନ୍‌କୁ ବୁକ୍ କରିପାରିବେ । ୬୦୦୦୮ ୬୦୦୦୮୍‌କୁ କଲ୍ କରି କିମ୍ବା jio.com/fiber ରେ ଲଗ୍ ଇନ୍ କରି ଏହାର ବୁକିଂ କରାଯାଇପାରିବ ।

ଏହି ଖବର ପଢ଼ନ୍ତୁ -  ଦହିବରାର ଇତିହାସ ବିଷୟରେ ଜାଣିଛନ୍ତି କି? ଏହା କ'ଣ କଟକର? ଖାଉଛନ୍ତି ଯଦି ଜାଣିରଖନ୍ତୁ ...
Published by:Soubhagya Mishra
First published: