ଜାତୀୟ ଭାରୋତ୍ତୋଳନ ଚମ୍ପିୟନସିପ: ସ୍ୱର୍ଣ୍ଣ ପଦକ ହାସଲ କଲେ ଯୋଗିତା, ମାର୍ଟିନା ଓ ଲଭପ୍ରୀତ

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପର ଜୁନିୟର ମହିଳା ୮୭ କେଜିରେ ଯୋଗିତା ଖେଦକର, ୮୧ କେଜିରେ ମଣିପୁରର ଏମ. ମାର୍ଟିନା ଦେବୀ ଏବଂ ସିନିୟର ପୁରୁଷ ୧୦୯ରେ ଲଭପ୍ରୀତ ସିଂ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସମସ୍ତ ଶୃଙ୍ଖଳରେ ରେକର୍ଡ଼ ସହ ସ୍ୱର୍ଣ୍ଣ ପଦକ ହାସଲ କଲେ ଯୋଗିତା, ମାର୍ଟିନା ଓ ଲଭପ୍ରୀତ (ପ୍ରତୀକାତ୍ମକ ଛବି)

ସମସ୍ତ ଶୃଙ୍ଖଳରେ ରେକର୍ଡ଼ ସହ ସ୍ୱର୍ଣ୍ଣ ପଦକ ହାସଲ କଲେ ଯୋଗିତା, ମାର୍ଟିନା ଓ ଲଭପ୍ରୀତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପର ଜୁନିୟର ମହିଳା ୮୭ କେଜି ଓଜନ ବର୍ଗରେ ମହାରାଷ୍ଟ୍ରର ଯୋଗିତା ଖେଦକର, ୮୧ କେଜି ୟୁଥ ମହିଳା ବର୍ଗରେ ମଣିପୁରର ଏମ. ମାର୍ଟିନା ଦେବୀ ଏବଂ ସିନିୟର ପୁରୁଷ ୧୦୯ କେଜି ବର୍ଗରେ ଏସଏସସିବିର ଲଭପ୍ରୀତ ସିଂ ସମସ୍ତ ଶୃଙ୍ଖଳରେ ନୂଆ ରେକର୍ଡ଼ ପ୍ରତିଷ୍ଠା କରିବା ସହ ବ୍ୟକ୍ତିଗତ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I

ଜୁନିୟର ମହିଳା ୮୭ କେଜି ଓଜନ ବର୍ଗରେ ମହାରାଷ୍ଟ୍ରର ଯୋଗିତା ଖେଦକର ସ୍ନାଚରେ ୭୭ କେଜି, କ୍ଲିନ ଆଣ୍ଡ ଜର୍କରେ ୯୭ କେଜି ଏବଂ ମୋଟରେ ୧୭୪ କେଜି ଉତ୍ତୋଳନ କରି ତିନୋଟି ନୂଆ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି I ସେହିପରି ୮୧ କେଜି ୟୁଥ ମହିଳା ବର୍ଗରେ ମଣିପୁରର ଏମ. ମାର୍ଟିନା ଦେବୀ ସ୍ନାଚରେ ୭୭ କେଜି, କ୍ଲିନ ଆଣ୍ଡ ଜର୍କରେ ୯୫ କେଜି ଏବଂ ମୋଟରେ ୧୭୨ କେଜି ଉତ୍ତୋଳନକରି ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି I

ସିନିୟର ପୁରୁଷ ୧୦୯ କେଜି ଓଜନ ବର୍ଗରେ ଏସଏସସିବିର ଲଭପ୍ରୀତ ସିଂ  ସ୍ନାଚରେ ୧୬୨ କେଜି, କ୍ଲିନ ଆଣ୍ଡ ଜର୍କରେ ୧୮୮ କେଜି ଏବଂ ମୋଟରେ ୩୫୦ କେଜି ଭାରଉତ୍ତୋଳନ କରି ସମସ୍ତ ୩ଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ଜୁନିୟର ପୁରୁଷ ୧୦୯ କେଜି ଓଜନ ବର୍ଗରେ ଉତ୍ତରପ୍ରଦେଶର ଚ. ପୁଷ୍ପେନ୍ଦ୍ର ସିଂହ ସ୍ନାଚରେ ୧୩୫ କେଜି ଏବଂ ମୋଟରେ ୨୯୨ କେଜି ଉତ୍ତୋଳନ କରି ଉଭୟ ସ୍ନାଚ ଓ ମୋଟ ଉତ୍ତୋଳନରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି I ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ୮୭ କେଜି ଜୁନିୟର ମହିଳା ବର୍ଗରେ ଓଡିଶାକୁ ରୌପ୍ୟ ପଦକ ମିଳିଛି I

ଏହି ବର୍ଗରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶିବାନୀ ୟାଦବ ସ୍ନାଚରେ ୭୫ କେଜି, କ୍ଲିନ ଆଣ୍ଡ ଜର୍କରେ ୮୫ କେଜି ସହ ମୋଟ ୧୬୦ କେଜି ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି I ଏହି ବର୍ଗରେ ମହାରାଷ୍ଟ୍ରର ଯୋଗିତା ଖେଦକର ମୋଟ ୧୭୪ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଏବଂ ରୁଚିକା ଧୋରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I  ୮୭ କେଜି ସିନୟର ମହିଳା ବର୍ଗରେ ଆରଏସପିବିର ବି. ଏନ. ଉଷା ମୋଟ ୨୦୩ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ମହାରାଷ୍ଟ୍ରର କୋମଲ ୱାକଲେ ମୋଟ ୨୦୨ କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ମୋଟ ୨୦୧ କେଜି ଉତ୍ତୋଳନ ଆସାମର ମଧୁସମ୍ରିତା ବରୁହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I

୧୦୨ କେଜି ୟୁଥ ପୁରୁଷ ବର୍ଗରେ ଚଣ୍ଡିଗଡ଼ର ପରମବୀର ସିଂ ମୋଟ ୧୭୧ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ରାଜସ୍ଥାନର କେଶବ ବିଶା ମୋଟ ୨୬୩ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଛତିଶଗଡ଼ର ନବଜୋତ ସିଂହ ଲାଲ ମୋଟ ୨୬୧ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I  ୮୧ କେଜି ୟୁଥ ମହିଳା ବର୍ଗରେ ମଣିପୁରର ଏମ. ମାର୍ଟିନା ଦେବୀ ମୋଟ ୧୭୨ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ଉତ୍ତରପ୍ରଦେଶର ଅଦିତି ମୋଟ ୧୬୧ କେଜି ଉତ୍ତୋଳନ କରି ରୌପ୍ୟ ଓ ତାମିଲନାଡୁର କେ ଓବିତା ମୋଟ ୧୫୫ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I   

ସିନିୟର ପୁରୁଷ ୧୦୯ କେଜି ଓଜନ ବର୍ଗରେ ଏସଏସସିବିର ଲଭପ୍ରୀତ ସିଂ  ସ୍ନାଚରେ ୧୬୨ କେଜି, କ୍ଲିନ ଆଣ୍ଡ ଜର୍କରେ ୧୮୮ କେଜି ଏବଂ ମୋଟରେ ୩୫୦ କେଜି ଭାରଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ଉତ୍ତରପ୍ରଦେଶର ମୋହିତ ଟିବିତ୍ୟା ମୋଟ ୩୨୩ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଆରଏସପିବିର ବିଶାଳ ସୋଲାଙ୍କି ମୋଟ ୩୨୨ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I

ଜୁନିୟର ପୁରୁଷ ୧୦୯ କେଜି ଓଜନ ବର୍ଗରେ ଉତ୍ତରପ୍ରଦେଶର ଚ. ପୁଷ୍ପେନ୍ଦ୍ର ସିଂହ ମୋଟ ୨୯୨ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ସଂଜୀବ ରାଣା ୨୬୯ କେଜି ଉତ୍ତୋଳନ କରି ରୌପ୍ୟ ଓ ଚଣ୍ଡିଗଡ଼ର ପ୍ରିନ୍ସ ମୋଟ ୨୬୮ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
Published by:Soumya Das
First published: