IPL 2023: ଜୟସ୍ୱାଲଙ୍କ ରେକର୍ଡ ବ୍ରେକିଂ ବ୍ୟାଟିଂ; କୋଲକାତା ବିପକ୍ଷରେ ରାଜସ୍ଥାନର ରୟାଲ ବିଜୟ

IPL 2023: କୋଲକାତାର ଇଡେନ ଗାଡେନ୍ସଠାରେ ଆଇପିଏଲ୍‌ ୨୦୨୩ର ୫୬ ତମ ମ୍ୟାଚ୍‌ରେ ନୂଆ ରେକର୍ଡ କଲେ ଯଶସ୍ବୀ ଜୟସ୍ୱାଲ। କୋଲକାତା ନାଇଟ ରାଇଡର୍ସ ବନାମ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ।

IPL 2023: ଜୟସ୍ବାଲଙ୍କ ଦ୍ରୁତତମ ଅର୍ଦ୍ଧଶତକ; କୋଲକାତାକୁ ଥରାଇ ଦେଲେ ଏହି ୨୧ ବର୍ଷୀୟ ଓପନର୍

IPL 2023: ଜୟସ୍ବାଲଙ୍କ ଦ୍ରୁତତମ ଅର୍ଦ୍ଧଶତକ; କୋଲକାତାକୁ ଥରାଇ ଦେଲେ ଏହି ୨୧ ବର୍ଷୀୟ ଓପନର୍

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL 2023: କୋଲକାତାର ଇଡେନ ଗାଡେନ୍ସଠାରେ ଆଇପିଏଲ୍‌ ୨୦୨୩ର ୫୬ ତମ ମ୍ୟାଚ୍‌ରେ ନୂଆ ରେକର୍ଡ କଲେ ଯଶସ୍ବୀ ଜୟସ୍ୱାଲ । କୋଲକାତା ନାଇଟ ରାଇଡର୍ସ ବନାମ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ  ଖେଳାଯାଇଥିବା ମ୍ୟାଚ୍‌ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। କୋଲକାତା ଦେଇଥିବା ୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ୧୩.୧ ଓଭରରେ ପୂରା କରିଛି ରାଜସ୍ଥାନ ରୟାଲ୍‌ସ।

ଦଳ ପକ୍ଷରୁ ଯଶସ୍ବୀ ଜୟସ୍ୱାଲଙ୍କ ଦମଦାର ୯୮ ରନ୍‌ର ପ୍ରଦର୍ଶନ ଦଳକୁ ବିଜୟ ଦେବାରେ ସକ୍ଷମ ହୋଇଛି। ଏଥିସହିତ ସେ ଆଇପିଏଲ୍‌ ଇତିହାସରେ ମାତ୍ର ୧୩ ବଲ୍‌ରେ ୫୦ ରନ୍‌ କରି ଦ୍ରୁତତମ ଅର୍ଦ୍ଧଶତକ ତାଲିକାରେ ନାମିତ ହୋଇଛନ୍ତି। ରାଜସ୍ଥାନ ୯ ଓ୍ବିକେଟରେ ମ୍ୟାଚ୍‌ ହାତେଇଛି।

ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଜାସନ ରଏଙ୍କ ଓ୍ବିକେଟ ହରାଇଥିଲା । ସେ ମାତ୍ର ୧୦ ରନ କରିଥିଲେ । ତାଙ୍କ ପରେ ପରେ ରେହମାନୁଲ୍ଲା ଗୁରବାଜ୍ ବି ୧୮ ରନ କରିଆଉଟ ହୋଇଥିଲେ । ତେବେ ଭେଙ୍କଟେଶ ଆୟର ଓ ନୀତିଶ ରାଣା ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲେ । ଆୟର ସର୍ବାଧିକ୫୭ରନ ଓ ରାଣା ୨୨ରନ କରିଥିଲେ । ରିଙ୍କୁ ସିଂ ୧୬ରନ କରି ଚହଲଙ୍କ ବଲରେ ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୪ଟି ଓ୍ବିକେଟ ଓ ଟ୍ରେଣ୍ଟ ବୋଲଟ୍ ୨ଟି ଓ୍ବିକେଟ ନେଇଥିଲେ ।

ପ୍ଲେଅପକୁ ଯିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବ ବହନ କରୁଛି । ଉଭୟ ଦଳ ଏପର୍ଯ୍ୟନ୍ତ ୧୦ଟି ଲେଖାଏଁ ମ୍ୟାଚ ଖେଳି ୫ ବିଜୟ ସହ ୧୦ ପଏଣ୍ଟ ପାିଇଥିଲେ । କିନ୍ତୁ ରାଜସ୍ଥାନ ରୟାଲ୍‌ସ ଏହି ମ୍ୟାଚ୍‌ରେ ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ।

ପଢନ୍ତୁ ଏହି ଖବର : ଗରିବଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଉଛନ୍ତି ସରକାର; ଲିଷ୍ଟରେ ଚେକ୍ କରନ୍ତୁ ଆପଣଙ୍କ ନାମ
Published by:Sujit Swain
First published: