ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»IPL 2021: ଯଶସ୍ୱୀ ଜୈସୱାଲ ଖେଳିଳେ କରିଅରର ସର୍ବୋତ୍ତମ ଇନିଂସ୍, ତୃତୀୟ ଦିନ ବି ଧମାକା କଲେ

IPL 2021: ଯଶସ୍ୱୀ ଜୈସୱାଲ ଖେଳିଳେ କରିଅରର ସର୍ବୋତ୍ତମ ଇନିଂସ୍, ତୃତୀୟ ଦିନ ବି ଧମାକା କଲେ

Yashasvi Jaiswal plays career best cricket IPL | ଲିଷ୍ଟ୍-‘ଏ’ କ୍ରିକେଟରେ ୧୯-ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲଙ୍କର ପ୍ରଦର୍ଶନ ଖୁବ୍ ଭଲ ରହିଛି । ସେ ୨୧ଟି ମ୍ୟାଚରେ ହାରାହାରି ୫୨ ରନ୍ ହିସାବରେ ୯୮୭ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ଅଛି ତିନିଟି ଶତକ ଓ ଚାରିଟି ଅର୍ଦ୍ଧଶତକ ।

IPL 2021: ଯଶସ୍ୱୀ ଜୈସୱାଲ ଖେଳିଳେ କରିଅରର ସର୍ବୋତ୍ତମ ଇନିଂସ୍, ତୃତୀୟ ଦିନ ବି ଧମାକା କଲେ
୧୯-ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ
  • News18 Odia
  • Last Updated: September 21, 2021, 11:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଇ.ପି.ଏଲ୍‌. ୨୦୨୧ର (IPL 2021) ଦ୍ୱିତୀୟ ପର୍ଯ୍ୟାୟରେ ଯଶସ୍ୱୀ ଜୈସୱାଲ (Yashasvi Jaiswal) ଏକ ବଡ଼ ଡେବ୍ୟୁ କରିଛନ୍ତି । ରାଜସ୍ଥାନ ରୟାଲ୍ସ (Rajasthan Royals, RR) ପାଇଁ ଖେଳୁଥିବା ଏହି ୧୯-ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ପଞ୍ଜାବ କିଙ୍ଗ୍ସ (Punjab Kings) ବିପକ୍ଷରେ ୪୯ ରନ୍ ସଂଗ୍ରହ କରିଥିଲେ । ଦ୍ୱାଦଶ ଟି-୨୦ ମ୍ୟାଚ୍ ଖେଳୁଥିବା ଯଶଶ୍ୱୀଙ୍କର ଏହା ହେଉଛି କରିୟରର ସର୍ବୋତ୍ତମ ପ୍ରଦର୍ଶନ (career best) ।

ଏହି ଯୁବ ଓପନର୍ ବ୍ୟାଟ୍ସମ୍ୟାନ୍ କ୍ରମାଗତ ତୃତୀୟ ଦିନ ପାଇଁ ଟି-୨୦ ଲିଗରେ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଦିନରେ ଋତୁରାଜ ଗାଇକୱାଡ଼ ଓ ଦ୍ୱିତୀୟ ଦିନରେ ଶୁଭମନ ଗିଲ୍‌ ଭଲ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ ପଞ୍ଜାବର ଅଧିନାୟକ କେ.ଏଲ୍. ରାହୁଲ୍‌ (KL Rahul) ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଖେଳି ରାଜସ୍ଥାନ ୧୮୫ ରନ୍ ସଂଗ୍ରହ କରିଛି ।

ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା

ଯଶସ୍ୱୀ ଜୈସୱାଲ ୩୬ ବଲର ସମ୍ମୁଖୀନ ହୋଇ ୪୯ ରନ୍ ସଂଗ୍ରହ କରିଥିଲେ। ସେ ଛଅଟି ଚୌକା ଓ ଦୁଇଟି ଛକା ମାରିଥିଲେ । ତେବେ ସେ ତାଙ୍କ ଟି-୨୦ କରିୟରରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ । ଏହା ପୂର୍ବରୁ ସେ ୧୧ଟି ଟି-୨୦ ମ୍ୟାଚରେ ହାରାହାରି ୧୯ ରନ୍‌ ହିସାବରେ ମୋ’ଟ ୨୦୯ ରନ୍ ସ୍କୋର କରିଛନ୍ତି । ୪୦ ରନ୍ ତାଙ୍କର ସର୍ବାଧିକ ସ୍କୋର୍‌ ଥିଲା । ଯଦିଓ ଲିଷ୍ଟ୍‌-‘ଏ’ କ୍ରିକେଟରେ ତାଙ୍କର ପ୍ରଦର୍ଶନ ଭଲ ରହିଛି । ସେ ୨୧ଟି ମ୍ୟାଚରେ ହାରାହାରି ୫୨ ରନ୍‌ ହିସାବରେ ୯୮୭ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ଅଛି ତିନିଟି ଶତକ ଓ ଚାରିଟି ଅର୍ଦ୍ଧଶତକ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ଛାତ୍ରଙ୍କ ମୃ୍ତ ଦେହ ମିଳିଲା

୧୯ ସେପ୍ଟେମ୍ବରରେ ଚଳିତ ସିଜିନର ପ୍ରଥମ ମ୍ୟାଚରେ CSK ର ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡ୍ ଖରାପ ଆରମ୍ଭ ପରେ ଦଳକୁ ଭଲ ସ୍କୋରକୁ ନେଇଥିଲେ । ସେ ୫୮ ବଲରୁ ଅପରାଜିତ ୮୮ ରନ୍ କରିଥିଲେ । ସେଥିରେ ଥିଲା ନଅଟି ଚୌକା ଓ ଚାରିଟି ଛକା । ତାଙ୍କ ଇନିଂସ ଯୋଗୁଁ ଚେନ୍ନାଇ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ କେ.କେ.ଆର.ର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍‌ ଆର.ସି.ବି. ବିପକ୍ଷରେ ୩୪ ବଲରୁ ୪୮ଟି ଚମତ୍କାର ରନ୍‌ ସ୍କୋର୍‌ କରିଥିଲେ । ସେ ଛଅଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ତାଙ୍କ ଦଳ ସେହି ମ୍ୟାଚ୍‌ ନଅ ୱିକେଟରେ ଜିତିଥିଲା ।

ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ

ପଞ୍ଜାବ କିଙ୍ଗସର ଖେଳାଳିମାନେ: କେ.ଏଲ୍. ରାହୁଲ (କ୍ୟାପଟେନ୍‌/ୱିକେଟକିପର୍‌), ମୟଙ୍କ ଅଗ୍ରୱାଲ, ଏଡେନ୍ ମାର୍କ୍ରମ, ନିକୋଲାସ୍ ପୁରନ୍, ଦୀପକ ହୁଡା, ଫାବିଆନ୍ ଏଲେନ୍, ଆଦିଲ ରସିଦ, ଇଶାନ ପୋରେଲ, ହରପ୍ରୀତ ବ୍ରାଡ଼, ଅର୍ଶଦୀପ ସିଂ ଓ ମହମ୍ମଦ ଶାମି ।

ଏହା ବି ପଢ଼ନ୍ତୁ | BJP କର୍ମୀ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନ

ରାଜସ୍ଥାନ ରୟାଲ୍ସର ଖେଳାଳିମାନେ:  ଏଭିନ୍ ଲୁଇସ୍, ଯଶସ୍ୱୀ ଜୈସୱାଲ, ସଞ୍ଜୁ ସାମସନ୍ (କ୍ୟାପଟେନ୍‌ / ୱିକେଟକିପର୍‌), ଲିଆମ୍ ଲିଭିଙ୍ଗଷ୍ଟୋନ୍, ରିୟାନ୍ ପରାଗ, ମହିପାଲ ଲୋମରୋର, ରାହୁଲ ତେୱତିଆ, କ୍ରିସ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସକାରିଆ ଓ କାର୍ତ୍ତିକ ତ୍ୟାଗୀ।
Published by: Anand S.T. Das
First published: September 21, 2021, 11:20 PM IST