WTC: ଭାରତ ସପକ୍ଷରେ ସମୀକରଣ; ୨୦ ବର୍ଷ ପୂର୍ବର ପୁରୁଣା ପ୍ରତିଶୋଧ ନେବ କି ଟିମ ଇଣ୍ଡିଆ?

WTC final 2023: ଲଗାତର ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ। ଏହି ବିଶ୍ବ ମୁକାବିଲା ଆଗରୁ ଭାରତ ଜିତି ସାରିଛି ୨୦୨୩ ବର୍ଡର ଗାଭାସ୍କର ଟ୍ରଫି।

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

WTC Final 2023: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ହାଇଭୋଲଟେଜ୍ ମ୍ୟାଚ ଆସନ୍ତା ୭ ଜୁନରେ ଓଭାଲରେ ଖେଳାଯିବ।

ଲଗାତର ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ। ଏହି ବିଶ୍ବ ମୁକାବିଲା ଆଗରୁ ଭାରତ ଜିତି ସାରିଛି ୨୦୨୩ ବର୍ଡର ଗାଭାସ୍କର ଟ୍ରଫି। ଅହମ୍ମଦାବାଦ ଟେଷ୍ଟ ଡ୍ରରେ ଶେଷ ହେଲା ସତ, କିନ୍ତୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଟେଷ୍ଟରେ ଶେଷ ବଲରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ, ଭାରତର ବିଶ୍ବ ଟେଷ୍ଟ ଚାମ୍ପିଅନସପ ଫାଇନାଲ ପ୍ରବେଶର ସବୁ ଆଶଙ୍କାକୁ ସଫା କରିଦେଇଥିଲା।

କହିବାକୁ ଗଲେ ଟେଷ୍ଟ ଜିତିଲା ନ୍ୟୁଜିଲାଣ୍ଡ, ଭାରତକୁ ମିଳିଗଲା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଟିକେଟ୍। ଏହି ରେସରେ ଭାରତ ସହିତ ରହିଥିଲା ସିଂହଳି ଟିମ। ଶ୍ରୀଲଙ୍କା ଆଗରେ ନ୍ୟୁଜିଲାଣ୍ଡକୁ ହରାଇବାକୁ ବି ଏକ କଷ୍ଟସାଧ୍ୟ ସ୍କୋର ବି ରହିଥିଲା। ନ୍ୟୁଜିଲାଣ୍ଡକୁ ତା ଘରୋଇ ମାଟିରେ ହ୍ବାଇଟ୍ ୱାସ କରିବାର ଲକ୍ଷ୍ୟ ବି ଥିଲା ସିଂହଳି ଟିମ ଆଗରେ। ହେଲେ ଶ୍ରୀଲଙ୍କାର ସମସ୍ତ ଆଶା ପାଣି ଫୋଟକା ମିଳେଇ ଯାଇଥିଲା ଶେଷ ବଲରେ।

ଗତ ଥରର ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଚାମ୍ପିଅନ ନ୍ୟୁଜିଲାଣ୍ଡ ଶେଷ ବଲରେ ବିଜୟୀ ହେବା, ଭାରତକୁ ପୁଣି ଥରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବାକୁ ବାଟ ଖୋଲିଦେଇଛି। ଆସନ୍ତା ୭ ଜୁନରେ ଏହି ମୁକାବିଲା ଖେଳାଯିବ ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ।

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲ

୬୮.୫୨ ପଏଣ୍ଟ ସହ ଶୀର୍ଷରେ ଅଷ୍ଟ୍ରେଲିଆ
୬୦.୨୯ ପଏଣ୍ଟ ସହ ଦ୍ବିତୀୟରେ ଭାରତ

ଏହି ପଏଣ୍ଟ ହିଁ ଭାରତକୁ ଲଗାତର ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଖେଳିବାକୁ ଆଉ ଏକ ସୁଯୋଗ ଆଣିଦେଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜିନରେ ଭାରତ ଖେଳିଥିଲା ଫାଇନାଲ। ହେଲେ ଚାମ୍ପିଅନ ହୋଇଥିଲା ନ୍ୟୁଜିଲାଣ୍ଡ ଟିମ୍। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଭାରତକୁ ଧୂଳି ଚଟେଇ ଟାଇଟେଲ ନିଜ ନାଁରେ କରି ନେଇଥିଲା।

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ବିଜୟ ପରେ ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମର ସେହି ଦବଦବା ଆଉ ଦେଖିବାକୁ ମିଳିଲାନି। ୱାର୍ଲଡ ଟେଷ୍ଟ ଚାମ୍ପିଅନସିପର ଏହି ସିଜିନରେ କେବଳ ୩ଟି ମ୍ୟାଚ ହିଁ ଜିତି ପାରିଥିଲା। ୮ଟି ଯାକ ଟିମର ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଥିଲା। ହେଲେ ଭାରତ ଏହି ସିଜିନରେ ୧୮ରୁ ୧୦ ମ୍ୟାଚ ବିଜୟୀ ହୋଇଥିଲା। ପୂରା ଚାମ୍ପିଅନସିପ୍ ସିଜିନରେ ଭାରତ ପରି ଅଧିକ ମ୍ୟାଚ୍ କେହି ଜିତି ନାହାଁନ୍ତି। ଅଷ୍ଟ୍ରେଲିଆ ଭାରତ ଠାରୁ ଗୋଟିଏ ମ୍ୟାଚ୍ କମ୍ ଜିତିଛି। କିନ୍ତୁ ଭାରତ ଠାରୁ ୨ଟି ମ୍ୟାଚ୍ କମ୍ ହାରିବା କାରଣରୁ ଟିମ ଇଣ୍ଡିଆକୁ ପଏଣ୍ଟ ଟେବୁଲରେ ପଛକୁ ଠେଲି ଦେଇ ପ୍ରଥମ ହୋଇଥିଲା କଙ୍ଗାରୁ ଦଳ।

୨୦ ବର୍ଷ ତଳର ପ୍ରତିଶୋଧ ନେବ କି ଭାରତ?

୨୦୨୩ ଜୁନ୍ ୭ ତାରିଖରେ ହେବ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍। ଏହି ବିଶ୍ବ ମୁକାବିଲା ଖେଳାଯିବ ଇଂଲଣ୍ଡର ଓଭାଲରେ। ଆଇସିସି ମୁକାବିଲାରେ ଏହା ଦ୍ବିତୀୟ ମଉକା, ଯେବେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୨୦୦୩ରେ ଦୁଇ ଟିମ୍ ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ସାମ୍ନାସାମ୍ନୀ ହୋଇଥିଲେ। ମ୍ୟାଚ୍ ଥିଲା ୨୦୦୩ ଦିନିକିଆ ବିଶ୍ବ କପ୍ ଫାଇନାଲ୍। ଏହି ମୁକାବିଲାରେ କଙ୍ଗାରୁ ଦଳ ତାରକା ଖଚିତ ଭାରତୀୟ ଦଳକୁ ବେଶ୍ ଆରାମରେ ପରାସ୍ତ କରିଥିଲା।

ଏବେ ଆଗାମୀ ଜୁନ୍ ମାସରେ ଭାରତ ନିକଟରେ ଏହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ଆସୁଛି। ତେବେ କଣ ଏହି ପ୍ରତିଶୋଧ ପୂରଣ କରିପାରିବେ ରୋହିତ ବ୍ରିଗେଡ୍।

ଭାରତକୁ ଏଥର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଟାଇଟେଲ୍ ଦାବିଦାର ବୋଲି ଗଣନା କରାଯାଉଛି । କିଛି ବର୍ଷ ତଳେ ଭାରତ ଅଷ୍ଟ୍ରେଲିଆକୁ ତା ଘରୋଇ ମାଟିରେ ସିରିଜ ହରାଇଥିଲା । ରୋହିତ ଶର୍ମାଙ୍କ ଟିମ୍ ଏବେ ଭାରତରେ କଙ୍ଗାରୁ ଦଳକୁ ସିରିଜ୍ ହରାଇ ବର୍ଡର ଗାଭାସ୍କର ଟ୍ରଫି ଅକ୍ତିଆର କରିଛି।

ଏହି ଖବର ବି ପଢ଼ନ୍ତୁ: DA Hike: ଶୀଘ୍ର ଘଟିବ ଅପେକ୍ଷାର ଅନ୍ତ; ଏହି ଦିନ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର

ବର୍ଡର ଗାଭାସ୍କର ଟ୍ରଫି ଏବେ ଆମ ପାଖରେ ରହିଛି। ଯଦି ଭାରତୀୟ ଟିମ୍ ଏହି ସୁନ୍ଦର ପ୍ରଦର୍ଶନ ଜାରି ରଖେ, ତେବେ ୨୦୨୩ରେ ଆଇସିସିର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଟ୍ରଫି ମଧ୍ୟ ଟିମଇଣ୍ଡିଆ ହାତରେ ଶୋଭା ପାଇବ। ସବୁ କିଛି ନିର୍ଭର କରେ, ରୋହିତ ବ୍ରିଗେଡର ପ୍ରଦର୍ଶନ ଉପରେ।
Published by:Lipina Das
First published: