News18 Odia Digital
ନୂଆ ଦିଲ୍ଲୀ: ୩ଦିନ ଧରି ଜନ୍ତରମନ୍ତରରେ ଆନ୍ଦୋଳନ କରିଥିବା ରେସଲର ନିଜ ପ୍ରତିବାଦ ପ୍ରତ୍ୟାହାର କରିଛନ୍ତି। ଗତକାଲି ଦିଲ୍ଲୀର କୁସ୍ତି ଯୋଦ୍ଧାଙ୍କୁ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭେଟିଥିଲେ। ଏହି ଆଲୋଚନା ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା । 'ରେସଲିଙ୍ଗ ଫେଡେରେସନ ଅଫ ଇଣ୍ଡିଆ' ଅଧ୍ୟକ୍ଷ ପଦରୁ ୪ସପ୍ତାହ ପାଇଁ ଅବ୍ୟାହତି ନେବା ଲାଗି ବ୍ରିଜ ଭୂଷଣ ଶରଣ ସିଂଙ୍କୁ କୁହାଯାଇଛି।
କୁସ୍ତି ଯୋଦ୍ଧାଙ୍କୁ ଭେଟିବା ପରେ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ବବିତା ଫୋଗଟ ଓ ବିନେଶ ଫୋଗଟ ଭଳି କୁସ୍ତି ଖେଳାଳିମାନେ ତାଙ୍କ ସହ ଉପସ୍ଥିତ ଥିଲେ।
କେଉଁ ଦଳ କେତେ ଧନୀ ? ଚମକାଇ ଦେଲା ନିର୍ବାଚନ କମିଶନଙ୍କ ଅଡିଟ୍ ରିପୋର୍ଟ
ସାମ୍ବାଦିକ ସମ୍ମିଳନୀରେ ଅନୁରାଗ ଠାକୁର କହିଥିଲେ, ଖେଳାଳିଙ୍କ ସହ ବହୁତ ଗମ୍ଭୀର ବାର୍ତ୍ତାଳାପ ହୋଇଛି। ସେମାନେ କରିଥିବା ଗମ୍ଭୀର ଅଭିଯୋଗକୁ ଶୁଣିଲି। କୁସ୍ତି ସଙ୍ଗଠନରେ ସକରାତ୍ମକ ଦିଗ କ’ଣ ହେବ ସେନେଇ ଆଲୋଚନା ମଧ୍ୟ କରାଯାଇଛି, ଯେଉଁମାନେ ଅଭିଯୋଗ କରିଛନ୍ତି ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କ୍ରୀଡାମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରସଙ୍ଗରେ ବର୍ତ୍ତମାନ ଏକ ତଦାରଖ କମିଟି ଗଠନ କରାଯିବ। ଆଜି ଏହାର ସଦସ୍ୟଙ୍କ ନାମ ଘୋଷଣା କରାଯିବ। ଏକ ମାସ ମଧ୍ୟରେ ତଦନ୍ତ ଶେଷ ହେବ। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ବ୍ରଜ ଭୂଷଣ ସିଂ ପଦରୁ ଦୂରରେ ରହିବେ।
ଗୋଟେ ମୁଠା ଲୁଣ କରିଦେବ ଆପଣଙ୍କୁ ମାଲାମାଲ; ଦୂର ହେବ ଅଶୁଭ ପ୍ରଭାବ!
ଏଥିସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବଜରଙ୍ଗ ପୁନିଆ କହିଛନ୍ତି ଆମ ପ୍ରତିବାଦ ଶୁଣିଛନ୍ତି। ଆମେ ନିଶ୍ଚିତ ଯେ ଏକ ନିରପେକ୍ଷ ତଦନ୍ତ ହେବ। ଆମେ ବର୍ତ୍ତମାନ ପ୍ରତିବାଦ ଶେଷ କରୁଛୁ। ଆମର ସରକାର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଏକ ମାସ ପରେ ଅନୁସନ୍ଧାନ କମିଟିର ଫଳାଫଳ ସନ୍ତୋଷଜନକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।