News18 Odia Digital
ମୋରାଦାବାଦ: ଖେଳ ଉତ୍ତମ ସ୍ୱାସ୍ଥ୍ୟ ଓ କୌଶଳର ପ୍ରଦର୍ଶନ କରେ । ହେଲେ ଖେଳ ସମୟରେ ବି ବେଳେ ବେଳେ ଅଘଟଣା ଘଟିଯାଏ । ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର (Uttar Pradesh) ମୋରାଦାବାଦ (Moradabad) ଜିଲ୍ଲାରେ । ସେଠାରେ ଆୟୋଜିତ ଏକ କୁସ୍ତି ପ୍ରତିଯୋଗିତା ସମୟରେ ବେକ ଭାଙ୍ଗିଯିବା କାରଣରୁ ଜଣେ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଭିଡିଓ କ୍ୟାମେରାରେ କୈଦ ହୋଇଥିଲା ଓ ଏବେ ସେହି ଭିଡିଓ କ୍ଲିପ୍ ଭାଇରାଲ୍ ହେଉଛି ।
ସୂଚନା ଅନୁଯାୟୀ ଏହି କୁସ୍ତି ପ୍ରତିଯୋଗିତା ପ୍ରଶାସନର ବିନା ଅନୁମତିରେ ଆୟୋଜିତ ହୋଇଥିଲା । ଏଥିରେ ଖେଳ ଚାଲିଥିବା ବେଳେ ଜଣେ ରେସଲରଙ୍କ ଆକ୍ରମଣରେ ଅନ୍ୟ ଜଣେ ରେସଲରଙ୍କ ବେକ ଭାଙ୍ଗି ଯାଇଥିଲା ଓ ସେ ସେହି ମୈଦାନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କୁସ୍ତି ଖେଳ ସମୟରେ ରେସଲରଙ୍କ ମୃତ୍ୟୁର ଲାଇଭ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନୂଆଁଖାଇ ତିହାରରେ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହେଲା; ଇଷ୍ଟଦେବୀଙ୍କୁ ଦିଆଗଲା ନବାନ୍ନ
ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଅସଲରେ ଏହି ଭିଡିଓରୁ ଜାଣିବା ସମ୍ଭବ ହୋଇନି ଯେ ମୃତ୍ୟୁ ବରଣ କରିଥିବା ପ୍ରତିଯୋଗୀ ତାଙ୍କ ସହ ଲଢୁଥିବା ପ୍ରତିଯୋଗୀଙ୍କ ଦ୍ୱାରା ହୋଇଥିବା କୌଣସି ବେଆଇନ ଆଘାତ ଦ୍ୱାରା ପ୍ରାଣ ହରାଇଥିଲେ କି ନାହିଁ ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ହସପିଟାଲରେ ଜମାନବନ୍ଦୀ ବେଳେ DFO ଥିଲେ; ବିଦ୍ୟାଙ୍କୁ ଶୀଘ୍ର ଜେରା କରାଯିବ
ଏହି କୁସ୍ତି ପ୍ରତିଯୋଗିତା ଫରିଦନଗରରେ ଚାଲିଥିଲା । ଏଥିରେ ଉତ୍ତରାଖଣ୍ଡର ଉଦ୍ଦାମ ସିଂ ନଗର ଗଙ୍ଗାପୁରର ବାସିନ୍ଦା ମହେଶ ମଧ୍ୟ ଭାଗ ନେଇଥିଲେ। ମହେଶଙ୍କ ମ୍ୟାଚ୍ ସ୍ଥାନୀୟ ରେସଲର୍ ସାଜିଦ ଅନସାରୀଙ୍କ ସହ ହେବାର ଥିଲା । ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହୋଇଥିଲା । ମାତ୍ର ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ସାଜିଦ୍ ଏକ କୌଶଳ କରି ମହେଶଙ୍କ ବେକକୁ ଆଘାତ କରିଥିଲେ। ମହେଶ ତଳେ ପଡ଼ିଯିବା ପରେ ସାଜିଦ୍ ତାଙ୍କ ବେକକୁ ଦୁଇ ତିନି ଥର ଜୋରରେ ହଲାଇ ଦେଇ ଚାଲିଯାଇଥିଲେ । ସାଜିଦଙ୍କ ଏହି କୌଶଳକୁ ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ ମଧ୍ୟ ପ୍ରଶଂସା କରିଥିଲେ । ହେଲେ ତା’ ପରେ ମହେଶ ଆଉ ମୈଦାନରୁ ଉଠି ନ ଥିଲେ । ସେଇଠି ତାଙ୍କର ମୃତ୍ୟୁ ହୋଇଥିଲା ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଏହି କୁସ୍ତି ପ୍ରତିଯୋଗିତା ସେପ୍ଟେମ୍ବର ୨ ତାରିଖରେ ପଡ଼ିଥିବା ନବମୀ ମେଳାରେ ପ୍ରଶାସନର ବିନା ଅନୁମତିରେ ଅନୁଷ୍ଠିତ ହୋଇଥିଲା । ଦୁର୍ଘଟଣାରେ ମହେଶଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ପଞ୍ଚାୟତରେ ତାଙ୍କ ମୃତ୍ୟୁ ପାଇଁ ୬୦ ହଜାର ଟଙ୍କାର ଏକ ଚୁକ୍ତି କରାଯାଇଥିଲା । ଛଅ ଦିନ ପରେ ଯେତେବେଳେ ସୋସିଆଲ ମିଡିଆରେ ସେହି ଘଟଣାର ଭିଡିଓ ଭାଇରାଲ ହେଲା, ଲୋକେ ଏହା ବିଷୟରେ ଜାଣିବାକୁ ପାଇଲେ ।ପୋଲିସ ଏହି ଘଟଣା ଘଟିବା ସମ୍ପର୍କରେ କୌଣସି ପ୍ରକାରର ସୂଚନା ପାଇ ନ ଥିଲା ବୋଲି କହିଛି ।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍ କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ
‘‘କୁସ୍ତି ପ୍ରତିଯୋଗିତାରେ କାହାରି ମୃତ୍ୟୁ ହୋଇଥିବା ବିଷୟରେ ପୋଲିସକୁ କେହି ଜଣାଇ ନାହାଁନ୍ତି। ଇଣ୍ଟରନେଟ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଆମେ ଏବେ ଦେଖୁଛୁ । ଏହି ମାମଲା ଉପରେ ଯଦି କାହାରି ଅଭିଯୋଗ ଆସେ, ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’ କହିଛନ୍ତି ଏସ୍.ପି. (ଗ୍ରାମୀଣ) ବିଦ୍ୟା ସାଗର ମିଶ୍ର ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।