News18 Odia Digital
ନୂଆ ଦିଲ୍ଲୀ: ଅଲମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ରବିବାର ନୂଆ ଇତିହାସ ରଚିଛନ୍ତି। ବେଲଗ୍ରେଡରେ ଖେଳାଯାଉଥିବା ବିଶ୍ୱ ଚାମ୍ପିଆନସିପରେ ପୁରୁଷ ୬୫ କିଲୋଗ୍ରାମ ଓଜନ ବର୍ଗରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ସେ ବିଶ୍ୱ ଚାମ୍ପିଆନସିପରେ ଚତୁର୍ଥ ପଦକ ଜିତିବା ପାଇଁ ପ୍ୟୁର୍ଟୋ ରିକୋର ସେବାଷ୍ଟିଆନ୍ ରିଭେରାକୁ ୧୧-୯ରେ ପରାସ୍ତ କରିଛନ୍ତି। ଏହା ସହ ବିଶ୍ୱ ରେସଲିଂ ଚାମ୍ପିଆନସିପରେ ଚାରିଟି ପଦକ ଜିତି ବର୍ତ୍ତମାନ ଏକମାତ୍ର ଭାରତୀୟ ସାଜିଛନ୍ତି ରେସଲର ବଜରଙ୍ଗ ପୁନିଆ।
ବିଶ୍ୱ ଚାମ୍ପିଆନସିପରେ ତୃତୀୟ ବ୍ରୋଞ୍ଜ ପଦକଗତ ବର୍ଷ ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ବଜରଙ୍ଗ କ୍ୱାର୍ଟର ଫାଇନାଲରେ ଆମେରିକାର ଜନ୍ ମାଇକେଲ ଡାଏକୋମିହାଲିସଙ୍କୁ ହରାଇଥିଲେ। ପରେ ବଜରଙ୍ଗ ରିପେଜ୍ ରାଉଣ୍ଡ ମାଧ୍ୟମରେ ବ୍ରୋଞ୍ଜ ପଦକ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
ବିଶ୍ୱ ଚାମ୍ପିଆନସିପ୍ରେ ଏହା ବଜରଙ୍ଗର ତୃତୀୟ ବ୍ରୋଞ୍ଜ ପଦକ। ସେ ପୂର୍ବରୁ ୨୦୧୩ରେ ବ୍ରୋଞ୍ଜ, ୨୦୧୮ରେ ରୌପ୍ୟ ଓ ୨୦୧୯ରେ ବ୍ରୋଞ୍ଜ ଜିତିଥିଲେ।
କେବଳ ଦୁଇଟି ପଦକ ଜିତିଛନ୍ତିଚାଲିଥିବା ବିଶ୍ୱ ଚାମ୍ପିଆନସିପ୍ ପାଇଁ ଭାରତ ୩୦ ଜଣିଆ ଦଳ ଫିଲ୍ଡ କରିଥିଲା କିନ୍ତୁ ଖରାପ ପ୍ରଦର୍ଶନ କରି ମାତ୍ର ଦୁଇଟି ପଦକ ଜିତିଥିଲା। ଟୋକିଓ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ରବି କୁମାର ଦାହିଆ ଶୀଘ୍ର ଆଉଟ୍ ହୋଇଥିଲେ ଓ ପୋଡିୟମ୍ ଫିନିସ୍ ପାଇବାରେ ବିଫଳ ହୋଇଥିଲେ।
ବଜରଙ୍ଗଙ୍କ ବ୍ୟତୀତ ବିନେଶ ଫୋଗାଟ୍ ମହିଳା ୫୩ କିଲୋଗ୍ରାମ ବର୍ଗରେ ଦ୍ୱିତୀୟ ବିଶ୍ୱ ଚାମ୍ପିଆନସିପ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ସ୍ବଡେନର ଏମା ମାଲମଗ୍ରେନଙ୍କୁ ୮-୦ରେ ପରାସ୍ତ କରି ବିନେଶ ବ୍ରୋଞ୍ଜ ପଦକ ଜିତିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।