Women T20 WC: ମହିଳା ଟି-୨୦ ବିଶ୍ୱକପ ଆଜିଠାରୁ ଆରମ୍ଭ; ଟିମ୍ ଇଣ୍ଡିଆ କେବେ ଓ କାହା ସହିତ ହେବ ମୁହାଁମୁହିଁ

ଆଜି ଦକ୍ଷିଣ ଆଫ୍ରିକା ମାଟିରେ ଆଇସିସି ମହିଳା ଟି -୨୦ ବିଶ୍ୱକପ ଆରମ୍ଭ ହେଉଛି । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ଭେଟିବ ।

Women T20 WC: ମହିଳା ଟି-୨୦ ବିଶ୍ୱକପ ଆଜିଠାରୁ ଆରମ୍ଭ

Women T20 WC: ମହିଳା ଟି-୨୦ ବିଶ୍ୱକପ ଆଜିଠାରୁ ଆରମ୍ଭ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଆଜି ଦକ୍ଷିଣ ଆଫ୍ରିକା ମାଟିରେ ଆଇସିସି ମହିଳା ଟି -୨୦ ବିଶ୍ୱକପ (ICC Women's T20 World Cup) ଆରମ୍ଭ ହେଉଛି । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକା (South Africa ) ଶ୍ରୀଲଙ୍କାକୁ ( Srilanka ) ଭେଟିବ। ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ କୌରଙ୍କ ଅଧିନାୟକତ୍ଵରେ ଟିମ୍ ଇଣ୍ଡିଆ ଉପରେ ସମସ୍ତଙ୍କ ନଜର ରହିବ । ୨୦୨୦ ମସିହାରେ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଏହି ଖବର ପଢ଼ନ୍ତୁ - http://ଆଇଏଏସ୍ ଟିନା ଡାବିଙ୍କ ଠାରୁ ଆଇପିଏସ୍ ନବଜୋତଙ୍କ ପର୍ଯ୍ୟନ୍ତ; ଏହି ଅଧିକାରୀମାନେ କରିଛନ୍ତି ପ୍ରେମ ବିବାହ

ସ୍ୱାଭାବିକ ଭାବେ, ଅଷ୍ଟ୍ରେଲିଆ ଦଳ ମଧ୍ୟ ଚଳିତ ଥର ଟାଇଟଲ୍ ପାଇଁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଓ ଷଷ୍ଠ ଥର ରେକର୍ଡ ପାଇଁ ଏହି ଟାଇଟଲ୍ ଜିତିବାକୁ ଚାହିଁବ । କିନ୍ତୁ, ଭାରତ ଓ ଇଂଲଣ୍ଡ ଦଳ ମଧ୍ୟ ଶୀର୍ଷ ଯାଏଁ ପହଞ୍ଚିବାକୁ ପୁରା ଚେଷ୍ଟା କରିବେ।

ଗତ ୨୨ ମାସ ମଧ୍ୟରେ, ଅଷ୍ଟ୍ରେଲିଆ ଦଳ ଟି -୨୦ ଫର୍ମାଟରେ କେବଳ ଥରେ ପରାଜୟର ସମ୍ମୁଖୀନ ହୋଇଛି ଓ ଆଉ ତାହା ହେଉଛି ଭାରତ ବିପକ୍ଷରେ ନିଜ ମାଟିରେ ଖେଳାଯାଇଥିବା ମ୍ୟାଚରେ । ସେପଟେ ଅଧିନାୟକ ମେଗ ଲାନିଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଦଳ ମଜଭୁତ ହୋଇଛି। ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆଲିସା ହେଲି ମଧ୍ୟ ଆହତ ଅବସ୍ଥାରୁ ସୁସ୍ଥ ହୋଇଛନ୍ତି।

ଏହି ଖବର ପଢ଼ନ୍ତୁ - http://ଭାଲେଣ୍ଟାଇନ୍ ସପ୍ତାହରେ ଚର୍ଚ୍ଚା; ମହିଳାଙ୍କୁ ପ୍ରେମ ନିବେଦନ କରି ମାଡ ଖାଇଲେ ଯୁବକ

ଆସନ୍ତା ୧୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢେଇ ହେବ । ୨୩ ଓ ୨୪ତାରିଖରେ ସେମି ଫାଇନାଲ ଖେଳାଯିବ ଏବଂ ୨୬ ତାରିଖ ଫାଇନାଲ୍ ଖେଳାଯିବ । ଗତ ସଂସ୍କରଣରେ ଅଳ୍ପକେ ଟାଇଟଲ୍‌ ହାତଛଡ଼ା କରିଥିବା ଭାରତ କୌଣସି ସୁଯୋଗ ହାତଛଡ଼ା କରିବନାହିଁ ସେନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
Published by:Soubhagya Mishra
First published: