News 18 Odia Digital
Arjun Tendulkar made IPL debut : IPLରେ ଡେବ୍ୟୁ କଲେ ଜୁନିୟର ତେନ୍ଦୁଲକର । ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଇଂ ଇଲେଭେନ୍ରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ । ୨ଟି ସିଜିନ୍ ବସିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶରେ ସ୍ଥାନ ପକ୍କା କରିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଓପନିଂ ବୋଲି କରିଥିଲେ । ଦଳରେ ଷ୍ଟାର ପେସର ଆର୍ଚର ଆହତ ସମସ୍ୟାରେ ଥିବା ବେଳେ ଦଳ ଏକ ଦ୍ରୁତ ବୋଲର ଏବଂ ବାମହାତୀ ବ୍ୟାଟର ଭାବରେ ଅର୍ଜୁନଙ୍କୁ ସୁଯୋଗ ଦେଇଛି ।..
ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ୨୦୨୧ରେ ପ୍ରଥମଥର କିଣିଥିଲା। ସେ ଦଳ ସହ ୨୦୨୧ ଓ ୨୦୨୨ ସିଜିନରେ ମଧ୍ୟ ରହିଥିଲେ। ହେଲେ ତାଙ୍କୁ ୨ଟି ଯାକ ସିଜିନରେ କୌଣସି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳି ନଥିଲା। ଦୁର୍ଭାଗ୍ୟର କଥା ଆଘାତ କାଳ ହେଲା । ୨୦୨୧ ସିଜିନରେ ଡେବ୍ୟୁ କରିପାରିଲେ ନାହିଁ ଆଇପିଏଲରେ । ୨୦୨୨ ମସିହାରେ, ଅନ୍ୟତମ ଖରାପ ପ୍ରଦର୍ଶନ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏମିତି ସ୍ଥିତିରେ ଦଳ ଅର୍ଜୁନଙ୍କ ପରି ନବାଗତଙ୍କୁ ପଡିଆକୁ ଓହ୍ଲାଇ ଚାପ ସୃଷ୍ଟି କରିବାକୁ ଚାହିଁ ନଥିଲା । ୨୦୨୨ ସିଜିନରେ ପଏଣ୍ଟ ଟେବୁଲରେ ଏମଆଇ ଶେଷ ହେବା ସତ୍ବେ ତାଙ୍କୁ ସୁଯୋଗ ଦିଆଯାଇନଥିଲା। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ହୋଇ ମଧ୍ୟ ଅର୍ଜୁନ ତେନ୍ଦୁଲକର ଆଜି ଯାଏ ଆଇପିଏଲ ଡେବ୍ୟୁ କରିନପାରିବ ଅନେକଙ୍କୁ ତାଜୁବ୍ କରିଥାଏ ।
୨୦୨୩ରେ ଇମ୍ପାକ୍ଟ ଖେଳାଳି ନିୟମ ଲାଗୁ ହେବାରୁ ଅର୍ଜୁନଙ୍କୁ ସମ୍ଭାବ୍ୟ ୫ ଜଣିଆ ତାଲିକାରେ ରଖା ଯାଇଥିଲା। ହେଲେ ସେ କେବେ ବି ଇମ୍ପାକ୍ଟ ଖେଳାଳି ଭାବେ ମଧ୍ୟ ସୁଯୋଗ ପାଇ ନଥିଲେ। କିନ୍ତୁ ଆଜି ତାଙ୍କ ଅପେକ୍ଷାର ଅନ୍ତ ଘଟିଛି। ସେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ଏଥିସହ ମୁମ୍ବାଇ ପାଇଁ ପ୍ରଥମ ଓଭର ବୋଲିଂ କରି ୫ ରନ ଦେଇଛନ୍ତି। ହେଲେ କ୍ରିକେଟକୁ ନେଇ ସଚିନଙ୍କ ମତ ପୁରା ସ୍ପଷ୍ଟ । କ୍ରିକେଟକୁ ନେଇ କ୍ୟାରିୟର କରିବାକୁ ହେଲେ, ପ୍ରଦର୍ଶନରେ ନିଜ ଗୋଡରେ ଠିଆ ହେବାକୁ ପଡିବ...
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଥିବା ଅର୍ଜୁନ ଏଯାଏ ୭ଟି ଲିଷ୍ଟ ଏ ଓ ୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଲିଷ୍ଟ ଏରେ ସେ ସେ ୪.୯୮ ଇକୋନୋମିରେ ୮ଟି ୱିକେଟ ଦଖଲ କରିଛନ୍ତି। ଟି-୨୦ରେ ସେ ୬.୬୦ ହାରରେ ରନ ଦେଇ ୧୨ଟି ୱିକେଟ ନେଇଛନ୍ତି। ତାଙ୍କ ରନ ହାର ଭଲ ଥିବାରୁ ତାଙ୍କୁ ଆଜି ସୁଯୋଗ ମିଳିଛି।
ଅଳ୍ପରେ ଅର୍ଜୁନ.....ଅର୍ଜୁନ ତେନ୍ଦୁଲକର
ଛଅ ଫୁଟ ୧ ଇଞ୍ଚ ଉଚ୍ଚତା
ଅର୍ଜୁନ ଜଣେ ବାମହାତୀ ମିଡିୟମ ଫାଷ୍ଟ ବୋଲର
ବାମହାତୀ ବ୍ୟାଟର
ଅର୍ଥାତ୍ ଅର୍ଜୁନ ଜଣେ ବାମହାତୀ ଅଲରାଉଣ୍ଡର
୧୯ ବର୍ଷରୁ କମ୍ କ୍ରିକେଟରେ ଅର୍ଜୁନ୍ ୨୦୧୮ରେ ଡେବ୍ୟୁ କରିଥିଲେ ଶ୍ରୀଲଙ୍କା ବିପକ୍ଷରେ ।
୨୦୨୧ରେ ଟି ୨୦ କ୍ରିକେଟରେ ଡେବ୍ୟୁ ହୋଇଥିଲା
ମୁମ୍ବାଇ ପକ୍ଷରୁ ଖେଳିଥିଲେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି
ହରିୟାଣା ବିପକ୍ଷରେ ଡେବ୍ୟୁ, ୩ ଓଭରରେ ୧/୩୪ ସଫଳତା
୨୦୨୧ ଆଇପିଏଲରେ ମୁମ୍ବାଇ କିଣିଥିଲା ଅର୍ଜୁନଙ୍କୁ
୨୦୨୨ରୁ ମୁମ୍ବାଇ ଛାଡ଼ି ଗୋଆରୁ ରଣଜୀ ଖେଳୁଛନ୍ତି
ଡେବ୍ୟୁ ରଣଜୀରେ ଶତକ ମାରିଛନ୍ତି ଅର୍ଜୁନ
ପଢନ୍ତ ଏହି ଖବର :
Govt Jobs: ବିନା କୌଣସି ପରୀକ୍ଷାରେ Air indiaରେ ନିଯୁକ୍ତି ସୁଯୋଗ୨୦୨୧ ଏବଂ ୨୦୨୨ ଆଇପିଏଲ କଥା ଆପଣଙ୍କର ମନେ ଥିବ । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର, ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର । ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ବେସ୍ ପ୍ରାଇସରେ ୨୦୨୨ରେ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହେଲେ ସଚିନଙ୍କ ସୁପୁତ୍ର ଅର୍ଜୁନ କିନ୍ତୁ ପଡିଆକୁ ମୁମ୍ବାଇ ଜର୍ସିରେ ଓହ୍ଲାଇ ପାରିନଥିଲେ । ଅର୍ଜୁନ ତେନ୍ଦୁଲକର ଗତ ଦୁଇ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜର ଏକ ଅଂଶ ରହିଆସିଛନ୍ତି, କିନ୍ତୁ ଶେଷରେ ମୁମ୍ବାଇ ଜର୍ସିରେ ପଡ଼ିଆକୁ ଓହ୍ଲାଇଛନ୍ତି ।...
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।