ଏଥର IPLରେ ଡେବ୍ୟୁ କରିବେ ସଚିନଙ୍କ ଲାଡଲା ଅର୍ଜୁନ! ହିଣ୍ଟ ଦେଲେ କ୍ୟାପଟେନ୍ ରୋହିତ

Arjun Tendulkar make his IPL debut: ଏଥର ଫ୍ୟାନ୍ସଙ୍କ ଅପେକ୍ଷାର ଘଟିବ ଅନ୍ତ। ଚଳିତ ବର୍ଷ ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି ସଚିନଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର।

ଏଥର IPLରେ ଡେବ୍ୟୁ କରିବେ ସଚିନଙ୍କ ଲାଡଲା ଅର୍ଜୁନ!

ଏଥର IPLରେ ଡେବ୍ୟୁ କରିବେ ସଚିନଙ୍କ ଲାଡଲା ଅର୍ଜୁନ!

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Arjun Tendulkar make his IPL debut: ୨୦୨୩ ଆଇପିଏଲରେ (IPL 2023) ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ପକ୍ଷରୁ ଡେବ୍ୟୁ କରିପାରନ୍ତି ସଚିନ ତେନ୍ଦୁଲକରଙ୍କ (Sachin Tendulkar) ଲାଡଲା ଅର୍ଜୁନ ତେନ୍ଦୁଲକର (Arjun Tendulkar)।

ଏନେଇ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ ଶର୍ମାଙ୍କ ଇସାରା ବି ସେଭଳି କିଛି ଆସିଛି। ଯାହା ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି କଲାଣି, କି ୨୦୨୩ ଆଇପିଏଲରେ ପଡିଆକୁ ଓହ୍ଲାଇବେ ଅର୍ଜୁନ ତେନ୍ଦୁଲକର।

୨୦୨୧ ଏବଂ ୨୦୨୨ ଆଇପିଏଲ କଥା ଆପଣଙ୍କର ମନେ ଥିବ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର, ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର। ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ବେସ୍ ପ୍ରାଇସରେ ୨୦୨୨ରେ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ହେଲେ ସଚିନଙ୍କ ସୁପୁତ୍ର ଅର୍ଜୁନ କିନ୍ତୁ ଏ ଯାଏଁ ପଡ଼ିଆକୁ ମୁମ୍ବାଇ ଜର୍ସିରେ ଓହ୍ଲାଇ ପାରିନାହାଁନ୍ତି।

କ୍ରିକେଟ ଅଭ୍ୟାସ କରୁଥିବା ବେଳେ ଅର୍ଜୁନ ତେନ୍ଦୁଲକର


ଅର୍ଜୁନ ତେନ୍ଦୁଲକର ଗତ ଦୁଇ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜର ଏକ ଅଂଶ ରହିଆସୁଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗରେ ଡେବ୍ୟୁ କରିନାହାଁନ୍ତି।

୨୦୨୧ରେ, ଅର୍ଜୁନ ତେନ୍ଦୁଲକର ପ୍ରଥମ କରି ମୁମ୍ବାଇ ଇଣ୍ଡିଆନ୍ସ ଟିମର ଏକ ଅଂଶ ବନିଲେ। ହେଲେ ଦୁର୍ଭାଗ୍ୟର କଥା ଆଘାତ କାଳ ହେଲା। ୨୦୨୧ ସିଜନରେ ଡେବ୍ୟୁ କରିପାରିଲେ ନାହିଁ ଆଇପିଏଲରେ।

ସେହିପରି ୨୦୨୨ରେ, ଅନ୍ୟତମ ଖରାପ ପ୍ରଦର୍ଶନ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏମିତି ସ୍ଥିତିରେ ଦଳ ଅର୍ଜୁନଙ୍କ ପରି ନବାଗତଙ୍କୁ ପଡ଼ିଆକୁ ଓହ୍ଲାଇ ଚାପ ସୃଷ୍ଟି କରିବାକୁ ଚାହିଁ ନଥିଲା।

ସଚିନଙ୍କ ଲାଡଲା ଅର୍ଜୁନ ତେନ୍ଦୁଲକର


୨୦୨୨ ସିଜନରେ ପଏଣ୍ଟ ଟେବୁଲରେ ଏମଆଇ ଶେଷ ହେବା ସତ୍ତ୍ବେ ତାଙ୍କୁ ସୁଯୋଗ ଦିଆଯାଇନଥିଲା। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ହୋଇ ମଧ୍ୟ ଅର୍ଜୁନ ତେନ୍ଦୁଲକର ଆଜି ଯାଏ ଆଇପିଏଲ ଡେବ୍ୟୁ କରିନପାରିବ ଅନେକଙ୍କୁ ତାଜୁବ୍ କରିଥାଏ। ହେଲେ କ୍ରିକେଟକୁ ନେଇ ସଚିନଙ୍କ ମତ ପୁରା ସ୍ପଷ୍ଟ। କ୍ରିକେଟକୁ ନେଇ କ୍ୟାରିୟର କରିବାକୁ ହେଲେ, ପ୍ରଦର୍ଶନରେ ନିଜ ଗୋଡରେ ଠିଆ ହେବାକୁ ପଡ଼ିବ। ବର୍ତ୍ତମାନ ଅର୍ଜୁନ ୨୦୨୩ ଆଇପିଏଲ ଆଗରୁ ଦଳ ସହିତ ଜୋରଦାର ଅଭ୍ୟାସ କରୁଛନ୍ତି।

ଗଣମାଧ୍ୟମ ପ୍ରଶ୍ନରେ କଣ କହିଲେ କ୍ୟାପଟେନ୍ ରୋହିତ ଶର୍ମା?

ମୁମ୍ବାଇ ଇଣ୍ଡିଆନ୍ସ ନେଟସରେ ଜୋରଦାର ଅଭ୍ୟାସ କରୁଛି। ଦଳର କ୍ୟାପଟେନ ରୋହିତ ଶର୍ମାଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ, ଏଥର ଡେବ୍ୟୁ କରିବେ କି ଅର୍ଜୁନ ତେନ୍ଦୁଲକର? ସମ୍ଭାବ୍ୟ ଦଳରେ ସ୍ଥାନ ପାଇବେ କି ଅର୍ଜୁନ?

ରୋହିତ ଶର୍ମା ଏବଂ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମାର୍କ ବଚର୍ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ କରିଥିଲେ ସାମ୍ବାଦିକ। ରୋହିତ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏହା ଭଲ ପ୍ରଶ୍ନ। ଆଶା କରୁଛି ଯେ ଅର୍ଜୁନ ତାଙ୍କ ବୋଲିଂରେ ଅନେକ ଲୋକଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଯଦି ସେ ପ୍ରସ୍ତୁତ ଅଛନ୍ତି ତେବେ ସେ ନିଶ୍ଚିତ ଭାବରେ ଏହା କରିପାରିବେ। ତାଙ୍କ ନାମ ଚୟନ ପାଇଁ ବିଚାର କରାଯିବ।

ଆଇପିଏଲରେ ଡେବ୍ୟୁ କରିବେ ଅର୍ଜୁନ ତେନ୍ଦୁଲକର


ଦଳର ମୁଖ୍ୟ କୋଚ୍ ମାର୍କ ବାଉଚର କହିଛନ୍ତି, ‘‘ଅର୍ଜୁନ ତେନ୍ଦୁଲକର ବର୍ତ୍ତମାନ ଆଘାତ ସମସ୍ୟାରୁ ମୁକୁଳି କ୍ରିକେଟକୁ ଫେରୁଛନ୍ତି। ସେ ରାତିରେ ଅଭ୍ୟାସ କରିବାକୁ ଯାଉଛନ୍ତି। ମୁଁ ଭାବୁଛି ସେ ଗତ ମାସେ ଧରି ବିଶେଷ କରି ବୋଲିଂ କ୍ଷେତ୍ରରେ ବହୁତ ଭଲ କ୍ରିକେଟ୍ ଖେଳୁଛନ୍ତି। ତେଣୁ ହଁ, ଯଦି ଆମେ ତାଙ୍କୁ ଚୟନ ପାଇଁ ବିଚାର କରୁ ଯଦି ଆମେ କରିପାରିବୁ ତେବେ ଏହା ଆମ ପାଇଁ ଭଲ ହେବ।

ପଢ଼ନ୍ତୁ ଏହି ଖବର:  ପଢ଼ା ମାମଲାରେ କେମିତି ଥିଲେ ବିରାଟ କୋହଲି? ଦେଖନ୍ତୁ ତାଙ୍କ ଦଶମ ମାର୍କସିଟ୍

ଅର୍ଜୁନଙ୍କ ବିଷୟରେ ଅଳ୍ପ କିଛି ଖାସ୍ କଥା....

ଅର୍ଜୁନ ତେନ୍ଦୁଲକର

୧. ଛଅ ଫୁଟ ୧ ଇଞ୍ଚ ଉଚ୍ଚତା।
୨. ଅର୍ଜୁନ ଜଣେ ବାମହାତୀ ମିଡିୟମ ଫାଷ୍ଟ ବୋଲର
ବାମହାତୀ ବ୍ୟାଟର।
୩. ଅର୍ଥାତ୍ ଅର୍ଜୁନ ଜଣେ ବାମହାତୀ ଅଲରାଉଣ୍ଡର।
୪. ୧୯ ବର୍ଷରୁ କମ୍ କ୍ରିକେଟରେ ଅର୍ଜୁନ୍ ୨୦୧୮ରେ ଡେବ୍ୟୁ କରିଥିଲେ ଶ୍ରୀଲଙ୍କା ବିପକ୍ଷରେ।
୫. ୨୦୨୧ରେ ଟି ୨୦ କ୍ରିକେଟରେ ଡେବ୍ୟୁ ହୋଇଥିଲା।
୬. ମୁମ୍ବାଇ ପକ୍ଷରୁ ଖେଳିଥିଲେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି।
୭. ହରିୟାଣା ବିପକ୍ଷରେ ଡେବ୍ୟୁ, ୩ ଓଭରରେ ୧/୩୪ ସଫଳତା।
୮. ୨୦୨୧ ଆଇପିଏଲରେ ମୁମ୍ବାଇ କିଣିଥିଲା ଅର୍ଜୁନଙ୍କୁ।
୯. ୨୦୨୨ରୁ ମୁମ୍ବାଇ ଛାଡ଼ି ଗୋଆରୁ ରଣଜୀ ଖେଳୁଛନ୍ତି।
୧୦. ଡେବ୍ୟୁ ରଣଜୀରେ ଶତକ ମାରିଛନ୍ତି ଅର୍ଜୁନ।
୧୧. ୨୦୨୩ରେ ଆଇପିଏଲ ଡେବ୍ୟୁ ସମ୍ଭାବନା।

ଅଶ୍ବିନୀ କୁମାର ସାହୁଙ୍କ ରିପୋର୍ଟ, ନ୍ୟୁଜ ୧୮ ଓଡ଼ିଆ
Published by:Lipina Das
First published: