ଜୁଲାଇ ୨୨ରୁ ଆରମ୍ଭ ହେବ ଦିନିକିଆ ସିରିଜ ।
News 18 Odia Digital
ନୂଆଦିଲ୍ଲୀ; ୱେଷ୍ଟଇଣ୍ଡିଜ୍ ବନାମ ଭାରତ, ୱିଣ୍ଡିଜ୍ ଗସ୍ତରେ ଭାରତ ୱାନଡେ ଟିମ୍ ପୂର୍ବରୁ ଘୋଷଣା ହୋଇସାରିଥିବା ବେଳେ ଚୟନକର୍ତ୍ତାମାନେ ଗୁରୁବାର ଦିନ ଭାରତୀୟ ଟି -୨୦ ଦଳ ଘୋଷଣା କରିଛନ୍ତି । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ସିରିଜରେ ଖେଳାଳିଙ୍କ ଧମକାଦାର ପ୍ରଦର୍ଶନ ବର୍ଷ ପରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଚୟନକର୍ତ୍ତାଙ୍କ ମନୋବଳକୁ ପ୍ରଭାବିତ କରିବ ।
ଆସନ୍ତୁ ଜାଣିବା ଏହି ଗସ୍ତ ପାଇଁ ଥିବା ଭାରତୀୟ ଦଳ, ସହିତ ମ୍ୟାଚର କାର୍ଯ୍ୟସୂଚୀ ଏବଂ ସମୟ । ଜୁଲାଇ ୨୨ରୁ ଦିନିକିଆ ସିରିଜରୁ ଆରମ୍ଭ ହେବାକୁ ଯାଉଛି । ୱାନଡେ ସିରିଜ୍ ଅଧୀନରେ ତିନୋଟି ଟି -୨୦ ମ୍ୟାଚ୍ ଏବଂ ଟି-୨୦ ଶୃଙ୍ଖଳା ଅଧୀନରେ ପାଞ୍ଚଟି ଟି -୨୦ ମ୍ୟାଚ୍ ଖେଳାଯିବ । ଚାଲନ୍ତୁ ପ୍ରଥମେ କାର୍ଯ୍ୟସୂଚୀକୁ ଦେଖିବା ।
ଦିନିକିଆ ଶୃଙ୍ଖଳା (୩ମ୍ୟାଚ୍) ଜୁଲାଇ ୨୨ , ୨୪, ୨୭ ତାରିଖରେ ସ୍ପେନର ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ । ଟି -୨୦ ଶୃଙ୍ଖଳା (୫ ମ୍ୟାଚ୍) ଜୁଲାଇ ୨୯ , ଅଗଷ୍ଟ ୧ , ଅଗଷ୍ଟ ୨, ଅଗଷ୍ଟ ୬, ଏବଂ ଅଗଷ୍ଟ ୯ରେ ଖେଳାଯିବ ।
DD ସ୍ପୋର୍ଟସରେ ଲାଇଭ୍ ଟେଲିକାଷ୍ଟ
ପ୍ରଶଂସକଙ୍କ ପାଇଁ ଖୁସି ଖବର ହେଉଛି ୱିଣ୍ଡିରେ ଖେଳାଯାଉଥିବା ସିରିଜର ମ୍ୟାଚ୍ ଭାରତରେ ସିଧା ପ୍ରସାରଣ ହେବ । ଏହି ସମସ୍ତ ମ୍ୟାଚ୍ କେବଳ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ହେବ । ଏହା ଅଧୀନରେ ସମସ୍ତ କେବୁଲ, DTH ପ୍ଲାଟଫର୍ମ ଏବଂ ଡିଡି ଫ୍ରି ଡିସରେ ମ୍ୟାଚ୍ ପ୍ରସାରିତ ହେବ । ପ୍ରସାର ଭାରତ ସିଇଓ ମୟଙ୍କ ଅଗ୍ରୱାଲ କହିଛନ୍ତି ଯେ କ୍ରିକେଟ୍ ଭାରତରେ କ୍ରୀଡା, ମନୋରଞ୍ଜନ କ୍ଷେତ୍ରରେ ଅଗ୍ରଣୀ ଅଟେ । ଆମ ପ୍ଲାଟଫର୍ମରେ ଭାରତର ଆଗାମୀ ୱିଣ୍ଡିଜ ମ୍ୟାଚ୍ ପ୍ରସାରିତ କରୁଥିବାରୁ ଆମେ ଖୁସି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।