News 18 Odia Digital
ନୂଆଦିଲ୍ଲୀ; ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଢାକାସ୍ଥିତ ଶେର-ଇ ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଶିବିରରୁ ବଡ ଖବର ଆସିଥିଲା । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଏହି ଦିନିକିଆ ସିରିଜର ତିନୋଟି ଯାକ ମ୍ୟାଚରୁ ବାଦ ଦିଆଯାଇଛି । ଏଥି ସହିତ ସ୍ପିନର ଅକ୍ଷର ପଟେଲ ମଧ୍ୟ ପ୍ରଥମ ମ୍ୟାଚରେ ଚୟନ ପାଇଁ ଉପଲବ୍ଧ ନଥିଲେ ।
ପନ୍ତଙ୍କ ରେପ୍ଲେସମେଣ୍ଟ ଘୋଷଣା ହୋଇନାହିଁବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ବିଷୟରେ ଅପଡେଟ ଦେଇଛି । ତେବେ ଋଷଭ ପନ୍ତଙ୍କ ବିବାହ ନେଇ ସମ୍ପୂର୍ଣ୍ଣ କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିସିସିଆଇ ନିଶ୍ଚିତ ଭାବେ କହିଛି ଯେ ଡାକ୍ତରୀ ଦଳର ପରାମର୍ଶରେ ତାଙ୍କୁ ରିଲିଜ୍ କରାଯାଇଛି । ପନ୍ତ ବାହାରିଯିବା ପରେ କେଏଲ ରାହୁଲଙ୍କୁ ପ୍ରଥମ ଦିନିକିଆରେ ୱିକେଟକିପର ଭାବେ ଦାୟିତ୍ୱ ମିଳିଛି ।
ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, 'ବିସିସିଆଇର ଡାକ୍ତରୀ ଦଳ ସହିତ ପରାମର୍ଶ ପରେ ଋଷଭ ପନ୍ତଙ୍କୁ ଦିନିକିଆ ଦଳରୁ ରିଲିଜ୍ କରାଯାଇଛି । ସେ ଟେଷ୍ଟ ସିରିଜ ପୂର୍ବରୁ ଦଳରେ ଯୋଗଦେବେ। ତାଙ୍କ ସ୍ଥାନରେ କୌଣସି ରିପ୍ଲେସମେଣ୍ଟ ଖୋଜା ଯାଇନାହିଁ। ପ୍ରଥମ ଦିନିକିଆ ପାଇଁ ଚୟନ ପାଇଁ ଅକ୍ଷାର ପଟେଲ ଉପଲବ୍ଧ ନଥିଲେ ।
ନିକଟ ଅତୀତରେ ସୀମିତ ଓଭର୍ସ କ୍ରିକେଟରେ ଋଷଭ ପନ୍ତ ବହୁତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଟି-୨୦ ବିଶ୍ୱକପ ୨୦୨୨ ରେ ଜିମ୍ବାୱେ ଓ ଇଂଲଣ୍ଡ ବିପକ୍ଷରେ ପ୍ଲେଇଂଗ ଇଲେଭେନରେ ଋଷଭ ପନ୍ତଙ୍କୁ ଏକ ସୁଯୋଗ ମିଳିଥିଲା । ଉଭୟ ମ୍ୟାଚ୍ରେ ପନ୍ତ ସୁଯୋଗର ଫାଇଦା ଉଠାଇ ପାରିନଥିଲେ । ସେ ମୋଟ ୯ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ତା’ପରେ ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ ସେ ନିରାଶ ହୋଇଥିଲେ , ଏହାସହ ସେ ଟି -20 ଏବଂ ଦିନିକିଆରେ ଚାରି ଇନିଂସ ସମେତ ମୋଟ ୪୨ ରନ୍ ହିଁ ଯୋଡ଼ିବାରେ ସକ୍ଷମ ହୋଇଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।