ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»CSK vs KKR: କିଏ ହେବ IPL 2021 ବିଜେତା? ୱସିମ୍ ଜାଫର୍ ଭବିଷ୍ୟତବାଣୀ କଲେ

CSK vs KKR: କିଏ ହେବ IPL 2021 ବିଜେତା? ୱସିମ୍ ଜାଫର୍ ଭବିଷ୍ୟତବାଣୀ କଲେ

IPL 2021 Final | ଫାଇନାଲରେ ପହଞ୍ଚିଥିବା କୋଲକାତା ନାଇଟ୍ ରାଇଡର୍ସକୁ (KKR) ଓ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପୂର୍ବରୁ ବି IPL ଟ୍ରଫି ଜିତିଛନ୍ତି । SCK ତିନି ଥର ବିଜେତା ହୋଇଥିବା ବେଳେ KKR ଦୁଇ ଥର ଏହି ଟ୍ରଫି ଜିତିଛି ।

CSK vs KKR: କିଏ ହେବ IPL 2021 ବିଜେତା? ୱସିମ୍ ଜାଫର୍ ଭବିଷ୍ୟତବାଣୀ କଲେ
ୱାସିମ ଜାଫର; (ଡାହାଣ) ଆଇ.ପି.ଏଲ୍. ଟ୍ରଫି
  • News18 Odia
  • Last Updated: October 15, 2021, 8:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର (IPL 2021) ସମାପନ ସମୟ ଆସିଯାଇଛି । ଏବେ ଆଇ.ପି.ଏଲ୍‌.ର ୧୪ତମ ସିଜନକୁ ବିଜେତା ମିଳିବ । ଗୋଟିଏ କଥା ସ୍ପଷ୍ଟ ଯେ ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟର ୧୪ତମ ସିଜନରେ ଏକ ନୂଆ ଦଳ ଆଇ.ପି.ଏଲ୍. ୨୦୨୧ର ଚାମ୍ପିଅନ୍ ଘୋଷିତ ହେବ, କିନ୍ତୁ ଏହା ବି ସତ୍ୟ ଯେ ବିଜେତା ଦଳ ପାଇଁ ଏହା ପ୍ରଥମ ଟ୍ରଫି ହେବ ନାହିଁ । ତିନି ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (CSK) ଓ ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ (KKR) ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏବେ ଫାଇନାଲ୍‌ ମ୍ୟାଚ୍‌ ଚାଲିଛି (IPLL 2021 final)।

ମହେନ୍ଦ୍ର ସିଂ ଧୋନିଙ୍କ (MS Dhoni) ହଳଦିଆ ୟୁନିଫର୍ମଧାରୀ ଖେଳାଳିମାନେ ନିଜ ନବମ ଆଇ.ପି.ଏଲ୍. ଫାଇନାଲରେ ଖେଳୁଛନ୍ତି ଓ ଏଓଇନ୍ ମୋର୍ଗାନଙ୍କ (Eoin Morgan) ବାଇଗଣୀ ଓ ଗୋଲ୍ଡ ୟୁନିଫର୍ମଧାରୀ ଖେଳାଳିମାନେ ୨୦୧୨ ଫାଇନାଲ୍ ପୁନରାବୃତ୍ତି କରିବାକୁ ଚେଷ୍ଟା କରୁଛନ୍ତି, ଯେଉଁଥିରେ କେ.କେ.ଆର. ଧୋନିଙ୍କ CSKକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଏହି ରାତିରେ କିମ୍ବଦନ୍ତୀ ସୃଷ୍ଟି ହେବ ଓ ଇତିହାସ ପୁଣି ଥରେ ଲେଖାଯିବ କାରଣ ଏହି ଉଭୟ ଫ୍ରାଞ୍ଚାଇଜ୍ ଲୋଭନୀୟ ଆଇ.ପି.ଏଲ୍. ଟ୍ରଫି ଉପରେ ପୁଣି ଥରେ ନିଜ ନାମ ଅଙ୍କିତ କରିବା ପାଇଁ ବ୍ୟଗ୍ର । ତେବେ ପୂର୍ବତନ ଭାରତୀୟ ଓପନର୍ ତଥା ବର୍ତ୍ତମାନର ପଞ୍ଜାବ କିଙ୍ଗ୍ସର (PBKS) ବ୍ୟାଟିଂ ପ୍ରଶିକ୍ଷକ ୱାସିମ୍ ଜାଫର (Wasim Jaffer) ଦୁବାଇରେ ହେଉଥିବା ଏହି ହାଇ-ପ୍ରୋଫାଇଲ୍ ଫାଇନାଲ୍ଲର ସଠିକ୍ ଫଳାଫଳ ପୂର୍ବାନୁମାନ କରି ଏକ ଆକର୍ଷଣୀୟ ପର୍ଯ୍ୟବେକ୍ଷଣ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | IPL 2021: ଯେବେ ମାତ୍ର ୨ଟି ବଲରୁ ରନ୍ ସ୍କୋର୍ କରିବାକୁ ଥିଲା, ଆଉ ରାଞ୍ଚିର ଖେଳାଳି ଜିତେଇଦେଲେ

ୱାସିମ ଜାଫର ଅତି ଚତୁରତାର ସହ କହିଛନ୍ତି ଯେ ଆଇ.ପି.ଏଲ. ୨୦୨୧ ଟାଇଟଲ୍‌ ଫଳାଫଳ ବିଶ୍ୱ କପ ବିଜେତା ଅଧିନାୟକ ତଥା କିୱି କୋଚଙ୍କ ସପକ୍ଷରେ ଯିବ । ଉଭୟ ଦଳର ଅଧିନାୟକ ବିଶ୍ୱ କପ୍‌ ଜିତିଛନ୍ତି । ଉଭୟଙ୍କର କୋଚ୍ ବି ନ୍ୟୁଜିଲ୍ୟାଣ୍ଡର। ୱାସିମ ଜାଫରଙ୍କ ଏହି ଭବିଷ୍ୟବାଣୀ ଉପରେ ପ୍ରଶଂସକମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି (Wasim Jaffer IPL final prediction)।

ୱସିମ୍‌ ଜାଫଲଙ୍କ ଟ୍ୱିଟ୍‌


ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଚଳିତ ବର୍ଷର ଆଇ.ପି.ଏଲ୍. ୨୦୨୧ ଟ୍ରଫି ସେମାନଙ୍କ ମହାନ ଅଧିନାୟକ ଥାଲା ଧୋନି ଓ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ଯୋଡି଼ ଉଠାଇବ । ଅନ୍ୟ ପକ୍ଷରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଶଂସକମାନେ ଅଧିନାୟକ ଏଇଓନ୍ ମୋର୍ଗାନ୍ ଓ କୋଚ୍ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ଯୋଡି଼ ଉପରେ ନିଜର ବିଶ୍ୱାସ ବ୍ୟକ୍ତ କରୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଜ ମା’ ବେକରେ ସାଇକେଲ୍ ଲକ୍ ଲଗେଇ କୋଡ଼ ଭୁଲିଗଲା ଦୁଷ୍ଟ ପିଲା! VIDEO ଭାଇରାଲ୍

ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆ ସହିତ ଦୁଇଟି ବିଶ୍ୱ କପ୍ ଅଭିଯାନର ବିଜେତା ରହିଛନ୍ତି । ସେ ଆଇ.ସି.ସି. ଟି-୨୦ ବିଶ୍ୱ କପ୍‌ ୨୦୦୭ ଓ ଆଇ.ସି.ସି. ODI ବିଶ୍ୱ କପ୍‌ ୨୦୧୧ରେ ଜିତିଛନ୍ତି । ମୋର୍ଗାନ ଆଣ୍ଡ୍‌ କୋ ଇଂଲଣ୍ଡ ସହିତ ଆଇ.ସି.ସି. ODI ବିଶ୍ୱ କପ୍‌ ୨୦୧୯ ଟ୍ରଫି ଜିତିଥିଲା । ଉଭୟ ମ୍ୟାକକୁଲମ୍ ଓ ଫ୍ଲେମିଂ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଆଇକନ୍ ଖେଳାଳି ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଉଭୟେ ଆଇ.ପି.ଏଲ୍‌.ରେ ପ୍ରତି ବର୍ଷ ଆୟୋଜିତ ହେଉଥିବା ମେଗା ଇଭେଣ୍ଟରେ କେ.କେ.ଆର୍‌. ଓ ସି.ଏସ୍‌.କେ.ରେ ପ୍ରମୁଖ ଫ୍ରାଞ୍ଚାଇଜ୍ରର ମୁଖ୍ୟ ପ୍ରଶିକ୍ଷକ ଭୂମିକା ତୁଲାଉଛନ୍ତି ।

ଏହା ବି ପଢ଼ନ୍ତୁ | Drugs Case: ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କୁ ଜେଲରେ ବିତେଇବାକୁ ହେବ ଆହୁରି ୬ ଦିନ

ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଇପିଏଲ୍ ୨୦୨୧ର ଅନ୍ତିମ ମ୍ୟାଚ୍ ଆଜି ସନ୍ଧ୍ୟା ୭:୩୦ରୁ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ।

ଏଇଠି କ୍ଲିକ୍‌ କରି ଦେଖନ୍ତୁ ଲାଇଭ୍‌ ସ୍କୋର୍‌ (LIVE Score) ।
Published by: Anand S.T. Das
First published: October 15, 2021, 8:23 PM IST