Game Over: କ୍ରିକେଟ୍ ଇତିହାସରେ ବଡ଼ ଖୁଲାସା: କୋହଲିଙ୍କ କ୍ଯାପଟେନ ଛାଡ଼ିବା ପଛରେ କାହା ହାତ..

Game Over: ଷ୍ଟିଙ୍ଗ ଅପରେସନରେ ଫସିଲେ ଚର୍ଚ୍ଚିତ କ୍ରିକେଟର। ଭାରତୀୟ କ୍ରିକେଟ ଓ ବିରାଟ କୋହଲିଙ୍କୁ ନେଇ କହିଦେଲେ ସତ କଥା

କ୍ରିକେଟ୍ ଇତିହାସରେ ବଡ଼ ଖୁଲାସା

କ୍ରିକେଟ୍ ଇତିହାସରେ ବଡ଼ ଖୁଲାସା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Game Over: ଭାରତୀୟ କ୍ରିକେଟ(Team India)ରେ ନେଇ ବଡ଼ ଖୁଲାସା । ଏଭିଳ ପ୍ରକାଶ ପାଇବା ପରେ ଭାରତୀୟ  କ୍ରିକେଟ୍ ନୁହେଁ ବିଶ୍ୱ କ୍ରିକେଟ୍ ରେ ଉତ୍ତେଜନା ସୃଷ୍ଟି କରିବ। ଷ୍ଟିଙ୍ଗ ଅପରେସନ(Sting Operation)ରେ ଫସିଲେ ମୁଖ୍ୟ ଚୟନକର୍ତା ଚେତନ ଶର୍ମା(Chetan Sharma) । କହିଛନ୍ତି ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ୍ ନେଉଛନ୍ତି । ଯାହା ଜଣେ ଖେଳାଳିଙ୍କ କ୍ୟାରିୟର କରିପାରେ ଓ ଏହାକୁ ମଧ୍ୟ ନଷ୍ଟ କରିପାରେ। ବାସ୍ତବରେ, ଚେତନ ଶର୍ମା  ମିଡିଆର ଗୁପ୍ତଚର କ୍ୟାମେରାରେ ଏପରି ସତ୍ୟତା ପ୍ରକାଶ କରିଛନ୍ତି।

ଆପଣ ବିଶ୍ୱାସ କରିବେ କି ଟିମ୍ ଇଣ୍ଡିଆ(Team India)ର ଖେଳାଳିମାନେ ଇଞ୍ଜେକସନ ନେଇ ଫିଟନେସ୍ ସାର୍ଟିଫିକେଟ୍ ପାଇବେ? ଚୟନ କମିଟିରେ ଚେତନ ଶର୍ମାଙ୍କ କଥାକୁ ମଧ୍ଯ ଏଡ଼ାଇ ହେବ ନାହିଁ। ଚେତନ ଶର୍ମାଙ୍କ କଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଭାରତୀୟ ଦଳର କିଛି ବଡ଼ ବଡ଼ କ୍ରିକେଟର ଇଞ୍ଜେକ୍ସନ୍ ନେଉଛନ୍ତି ବୋଲି ଚେତନ ଶର୍ମା କହିଛନ୍ତି । ଖେଳାଳି ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଶାରୀରିକ ଭାବେ ଅଯୋଗ୍ୟ ଥାନ୍ତି। ହେଲେ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ । କିଛି ଷ୍ଟାର ଖେଳାଳି ସଂପୂର୍ଣ୍ଣ ଅସୁସ୍ଥ ଥିଲେ ମଧ୍ୟ ଏନସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ । କେବଳ ଏତିକି ନୁହେଁ ବିରାଟ କୋହଲୀ, ରୋହି ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ବଡ଼ ବଡ଼ କଥା କହିଛନ୍ତି ଚେତନ ଶର୍ମା ।
 ବିରାଟ କୋହଲିଙ୍କ ଅଧିନାୟକତ୍ୱ ଛଡ଼ାଇବାରେ କିଏ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି ସେ ନେଇ ମଧ୍ଯ ମୁହଁ ଖୋଲିଛନ୍ତି ଚେତନ ଶର୍ମା । ଭାରତୀୟ କ୍ରିକେଟ୍ ର ବିବାଦ ଉପରେ ଚେତନ ଶର୍ମା ପ୍ରକାଶ କରିଛନ୍ତି  ଯେ ଭାରତୀୟ ଟିମରେ କିଛି ଠିକ ଚାଲୁନାହିଁ ।



ପ୍ରଥମ କଥା: ବିରାଟ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ସୌରଭ ଗାଙ୍ଗୁଲି ନିଷ୍ପତ୍ତି ନେଇ ନାହାଁନ୍ତି।

ଦ୍ଵିତୀୟ କଥା: ଗାଙ୍ଗୁଲି ଏବଂ ବିରାଟଙ୍କ ମଧ୍ୟରେ ବିବାଦର ସବୁଠାରୁ ବଡ କାରଣ ହେଉଛି ବିରାଟ କୋହଲିଙ୍କ ଇଗୋ ।

ତୃତୀୟ କଥା: କୋହଲି ଅନୁଭବ କରିଛନ୍ତି ଯେ ଗାଙ୍ଗୁଲିଙ୍କ କାରଣରୁ ତାଙ୍କ ଅଧିନାୟକତ୍ୱ ଛଡ଼ାଯାଇଛି।

ଚତୁର୍ଥ କଥା: ଗାଙ୍ଗୁଲି ଉପରେ ବିରାଟ କୋହଲିଙ୍କ ଅଭିଯୋଗ ମିଥ୍ୟା ଥିଲା।

ପଞ୍ଚମ କଥା: ବିରାଟ କୋହଲି ଜାଣିଶୁଣି ଗାଙ୍ଗୁଲିଙ୍କୁ ଅଭିଯୋଗ କରିଛନ୍ତି।

ଚେତନ ଶର୍ମା ନିଜେ ସ୍ୱୀକାର କରିଛନ୍ତି ଯେ ଅଧିନାୟକତ୍ୱକୁ ନେଇ ଭାରତୀୟ କ୍ରିକେଟ୍ ଦଳରେ ଅନେକ ଲଢେଇ ଚାଲିଛି।  ଏହାର ମୂଳ ଉଦ୍ଦେଶ୍ୟ ହେଉଛି ବିରାଟ କୋହଲିଙ୍କୁ ଧଳା ବଲ ଅଧିନାୟକତ୍ୱରୁ ହଟାଇବା ନିଷ୍ପତ୍ତି ଚେତନ ଶର୍ମାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବରେ ଗ୍ରହଣ କରିଥିଲେ। କିନ୍ତୁ ଚେତନ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ସୌରଭ ଗାଙ୍ଗୁଲି ବିରାଟ କୋହଲିଙ୍କୁ ପସନ୍ଦ କରନ୍ତି ନାହିଁ। ଚେତନ ଶର୍ମାଙ୍କ ଅନୁଯାୟୀ, ବିରାଟଙ୍କୁ ଅଧିନାୟକତ୍ୱରୁ ହଟାଇବା ଓ ରୋହିତଙ୍କୁ ଅଧିନାୟକ କରିବା ଚୟନ କମିଟିର ନିଷ୍ପତ୍ତି ଥିଲା।
Published by:Soumya Das
First published: