News 18 Odia Digital
Rohit Sharma India vs bangladesh ODI: ବାଂଲାଦେଶ ଗସ୍ତରେ ଥିବା ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଦିନିକିଆ ସିରିଜ ହାରିଛି । ଏହାପୂର୍ବରୁ ୨୦୧୫ରେ ସେମାନେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ୍ ହାରିଥିଲେ । ବର୍ତ୍ତମାନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିପକ୍ଷରେ ଆୟୋଜକ ବାଂଲାଦେଶ ୨-୦ ରେ ଅପରାଜିତ ରହିଛି ।
ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ୧୦ ଡିସେମ୍ବରରେ ଖେଳାଯିବ କିନ୍ତୁ ଏହି ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଓ କୁଲଦୀପ ସେନ ଖେଳି ପାରିବେ ନାହିଁ । ଆହତ କାରଣରୁ ତିନିଜଣ ବାହାର ହୋଇଛନ୍ତି।
ବୁଧବାର ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଅଧିକ ରନରେ ପରାସ୍ତ ହେବାକୁ ପଡିଥିଲା। ଏହି ମ୍ୟାଚ୍ରେ ଅଧିନାୟକ ରୋହିତଙ୍କ ସମେତ ସମସ୍ତ ତିନି ଖେଳାଳି ଆହତ ହୋଇଥିଲେ । ମ୍ୟାଚରେ ଆଘାତ ସତ୍ତ୍ୱେ ଅଧିନାୟକ ରୋହିତ ବ୍ୟାଟିଂ କରିବାକୁ ଆସିଥିଲେ ଓ ୨୮ ବଲରୁ ଅପରାଜିତ ୫୧ ରନ୍ କରିଥିଲେ । ତେବେ ରୋହିତ ଶେଷ ଓଭରରେ ୨୦ ରନ୍ ସ୍କୋର କରିପାରିନଥିଲେ ଏବଂ ଟିମ୍ ଇଣ୍ଡିଆ ମ୍ୟାଚ୍ ହାରିଥିଲା ।
ପ୍ରଥମ ମ୍ୟାଚ୍ ପରି ଏହି ମ୍ୟାଚରେ ମଧ୍ୟ ଭାରତୀୟ ଦଳର ଦୁର୍ବଳ ବ୍ୟାଟିଂ ଏବଂ ବୋଲିଂ ରହିଥିଲା । ଏକ ସମୟରେ ବାଂଲାଦେଶ ଦଳ ୬୯ ରନରେ ୬ ୱିକେଟ୍ ହରାଇଥିଲା । କିନ୍ତୁ ମହମୁଦୁଲ୍ଲାଙ୍କ ସହ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ମେହେଡି ହାସନ ସପ୍ତମ ୱିକେଟ୍ ପାଇଁ ୧୬୫ ବଲରେ ୧୪୮ ରନ୍ ଭାଗିଦାରୀ କରିଥିଲେ । ଖେଳର ଶେଷ ,୫ ଓଭରରେ ବାଂଲାଦେଶ ଦଳ ୬୮ ରନ୍ ସଂଗ୍ରହ କରିଥିଲା । ଏହି କାରଣରୁ ବାଂଲାଦେଶ ମ୍ୟାଚରେ ୨୭୨ ରନ୍ ସଂଗ୍ରହ କରିଥିଲା । ମିରାଜ ଅପରାଜିତ ୧୦୦ ରନ୍ ସ୍କୋର କରିଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।