କୁଲଦୀପ-ଚହଲଙ୍କ ମଧ୍ୟରୁ କିଏ ପାଇବେ ସୁଯୋଗ ? ପ୍ରଥମ ଦିନିକିଆରେ ଏହି ଖେଳାଳିଙ୍କର ଲାଗିବ ଲଟେରୀ !

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳରେ ଉଭୟ ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇଛି। ଏଭଳି ପରିସ୍ଥିତିରେ କ୍ୟାପଟେନ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡ ଏହିକଥାକୁ ନେଇ ଚିନ୍ତାରେ ଅଛନ୍ତି କି ପ୍ଲେଇଂ ଇଲେଭେନରେ କାହାକୁ ସୁଯୋଗ ଦିଆଯିବ।

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

INDvNZ; ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦିନିକିଆ: ଭାରତୀୟ ଦଳ ୧୮ ଜାନୁଆରୀରେ ନ୍ୟୁଜିଲ୍ୟାଣ୍ଡ ( New zealand) ବିପକ୍ଷରେ ପ୍ରଥମ ଦିନିକିଆ ଖେଳିବ । ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ Team India ) କିୱି ଦଳ ବିରୋଧରେ ଏକ ଭଲ ଆରମ୍ଭ କରିବା ଉପରେ ଚେଷ୍ଟା କରିବ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳରେ ଉଭୟ ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇଛି। ଏଭଳି ପରିସ୍ଥିତିରେ କ୍ୟାପଟେନ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡ ଏହିକଥାକୁ ନେଇ ଚିନ୍ତାରେ ଅଛନ୍ତି କି ପ୍ଲେଇଂ ଇଲେଭେନରେ କାହାକୁ ସୁଯୋଗ ଦିଆଯିବ।

କୁଲଦୀପ ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ

ଭାରତୀୟ ପିଚ୍ ସବୁବେଳେ ସ୍ପିନରଙ୍କ ପାଇଁ ସହାୟକ ହୋଇଥାଏ । ଉଭୟ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଏହି ପିଚରେ ଭଲ ବୋଲିଂ କରିଥିଲେ, କିନ୍ତୁ କୁଲଦୀପ ଶ୍ରୀଲଙ୍କା ବିପକ୍ଷରେ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ଦ୍ୱିତୀୟ ଓ ତୃତୀୟ ଦିନିକିଆରେ ଖେଳିବାର ସୁଯୋଗ ପାଇଥିଲେ ଓ ସେ ସୁଯୋଗକୁ ଭଲଭାବେ ଉପଯୋଗ କରିଥିଲେ। ଦ୍ୱିତୀୟ ଦିନିକିଆରେ ସେ ୩ ୱିକେଟ୍ ନେଇଥିଲେ ଓ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ମଧ୍ୟ ହୋଇଥିଲେ ।

ଘରେ କୁଲଦୀପ ଯାଦବ ପ୍ରଭାବଶାଳୀ !

କୁଲଦୀପ ତାଙ୍କ ODI କ୍ୟାରିୟରର ପ୍ରାୟ ଅଧା ୱିକେଟ୍ ଘରେ ହିଁ ନେଇଛନ୍ତି। ଏଭଳି ପରିସ୍ଥିତିରେ ସେ ହୋମ କଣ୍ଡିସନରେ ଏକ ଉତ୍ତମ ବିକଳ୍ପ ହୋଇପାରନ୍ତି । ସେ ଘରେ ହାରାହାରି ୩୧ ଟି ମ୍ୟାଚରେ ୪୯ ୱିକେଟ୍ ନେଇଛନ୍ତି। ତାଙ୍କ ବଲକୁ ବୁଝିବା ଏତେ ସହଜ ନୁହେଁ। ସେ ଟର୍ନ ବଲରେ ଶୀଘ୍ର ୱିକେଟ୍ ନେଇଥାନ୍ତି। ଅନ୍ୟପକ୍ଷରେ ୟୁଜବେନ୍ଦ୍ର ଚହଲ ଘରେ ମାତ୍ର ୧୭ ଟି ଦିନିକିଆ ଖେଳିଛନ୍ତି ଯେଉଁଥିରେ ସେ ୨୮ ୱିକେଟ୍ ନେଇଛନ୍ତି।

ଏହି ଖେଳାଳି ଏକ ସୁଯୋଗ ପାଇପାରନ୍ତି

ୟୁଜଭେନ୍ଦ୍ର ଚହଲଙ୍କୁ କିଛି ସମୟ ପାଇଁ ତାଙ୍କର ସର୍ବଶ୍ରେଷ୍ଠ ଫର୍ମରେ ଦେଖିବାକୁ ମିଳିନଥିଲା। ଏହି କାରଣରୁ ସେ ଦଳରେ ଭିତର-ବାହାର ହୋଇଥିଲେ । ଚହଲ ଭାରତ ପାଇଁ ୭୧ଟି ଦିନିକିଆରେ ୧୧୯ ୱିକେଟ୍ ନେଇଛନ୍ତି। ଏଥି ସହ କୁଲଦୀପ ଯାଦବ ଭାରତ ପାଇଁ ୭୫ଟି ଦିନିକିଆରେ ୧୨୪ ୱିକେଟ୍ ନେଇଛନ୍ତି। ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମା କୁଲଦୀପ ଯାଦବଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ପପ୍ଳେଇଂ ଇଲେଭେନରେ ଅନ୍ତର୍ଭୁକ୍ତ କରିପାରନ୍ତି ।

ଅଧିକ ପଢ଼ନ୍ତୁ - http://PM Kisan Yojna; ଏହି ଲୋକମାନେ ପାଇବେନି ପିଏମ କିସାନ ୧୩ ତମ କିସ୍ତି
Published by:Soubhagya Mishra
First published: