News18 Odia Digital
ଶାରଜାହ: ଆଇ.ପି.ଏଲ୍. ୨୦୨୧ର (IPL 2021) କ୍ୱାଲିଫାୟର୍-୨ ଏକ ନାଟକୀୟ ଢଙ୍ଗରେ ଶେଷ ହୋଇଛି । ୧୩୬ ରନର ଲକ୍ଷ୍ୟକୁ ପିଛା କରି କେ.କେ.ଆର୍. (KKR) ଟିମ୍ ଗୋଟିଏ ସମୟରେ ମାତ୍ର ଗୋଟିଏ ୱିକେଟ୍ ହରେଇ ୧୨୩ ରନ୍ ସଂଗ୍ରହ କରିଥିଲା । ଏମିତିରେ ଏହି ଦଳର ବିଜୟ ନିଶ୍ଚିତ ଲାଗୁଥିଲା । କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସର (Delhi Capitals, DC) ବୋଲରମାନେ ୧୧ଟି ବଲରେ ଚାରି ୱିକେଟ୍ ନେଇ ପୂରା ମ୍ୟାଚର ଦିଗ ବଦଳାଇ ଦେଇଥିଲେ । କେ.କେ.ଆର୍.କୁ ଶେଷ ଦୁଇଟି ବଲରୁ ଜିତିବା ପାଇଁ ଛଅ ରନ୍ ସ୍କୋର୍ କରିବାକୁ ଥିଲା । ଏତିକି ବେଳେ ହୋଇଥିଲା ଧମାକା (KKR vs DC)!
ରାଞ୍ଚିରେ ଜନ୍ମ ହୋଇଥିବା କେ.କେ.ଆର୍. ଖେଳାଳି ରାହୁଲ ତ୍ରିପାଠୀ (Rahul Tripathi) ଗୋଟିଏ ଛକ୍କା ମାରି କେ.କେ.ଆର୍. ଟିମକୁ ଫାଇନାଲରେ ପହଞ୍ଚାଇ ଦେଇଥିଲେ (Rahul Tripathi six) । କେ.କେ.ଆର୍. ଟିମ୍ ଫାଇନାଲରେ କେବେ ହାରିନାହିଁ । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଖେଳି ପାଞ୍ଚ ୱିକେଟରେ ୧୩୫ ରନ୍ ସଂଗ୍ରହ କରିଥିଲା । କେ.କେ.ଆର୍. ସାତ ୱିକେଟ୍ ହରାଇ ୧୯.୫ ଓଭରରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା (DC vs KKR)।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ୨ ସାଙ୍ଗ ହୋଟେଲରେ ଲୁଚିଥିଲେଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂର ଜବାବରେ କେ.କେ.ଆର୍. ଗୋଟିଏ ସମୟରେ ୧୭.୫ ଓଭରରେ ତିନି ୱିକେଟ୍ ହରାଇ ୧୨୬ ରନ୍ ସ୍କୋର୍ କରିଥିଲା । ତାକୁ ୧୩ଟି ବଲରୁ ମାତ୍ର ୧୦ ରନ୍ ସ୍କୋର୍ କରିବାକୁ ଥିଲା । ୧୮ତମ ଓଭରର ଶେଷ ବଲରେ କାଗିସୋ ରବାଡ଼ା ଦିନେଶ କାର୍ତ୍ତିକଙ୍କୁ (୦) ବୋଲ୍ଡ କରି କେ.କେ.ଆର୍.କୁ ଚତୁର୍ଥ ଝଟକା ଦେଇଥିଲେ । ୧୯ତମ ଓଭରର ଶେଷ ବଲରେ ଏନରିଚ୍ ନର୍କିଆ ଅଧିନାୟକ ଆୟନ୍ ମୋର୍ଗାନଙ୍କୁ (୦) ବୋଲ୍ଡ କରି କେ.କେ.ଆର୍.କୁ ଆଉ ଏକ ବଡ଼ ଝଟକା ଦେଇଥିଲେ । ସେ ସେହି ଓଭରରେ ମାତ୍ର ତିନି ରନ୍ ଦେଇଥିଲେ ।
ଏହା ବି ପଢ଼ନ୍ତୁ | Railway Jobs: ରେଳବାଇରେ ୩,୩୬୬ଟି ଚାକିରି ବାହାରିଛି; ଦଶମ ଶ୍ରେଣୀ ପାସ୍ କରିଥିଲେ ଆବେଦନ କରନ୍ତୁଶେଷ ଓଭରରେ କେ.କେ.ଆର୍.କୁ (KKR) ଜିତିବା ପାଇଁ ମାତ୍ର ସାତ ରନ୍ ସ୍କୋର୍ କରିବାକୁ ଥିଲା, ଆଉ ହାତରେ ପାଞ୍ଚଟି ୱିକେଟ୍ ଥିଲା । ଅଫ୍-ସ୍ପିନର ଆର୍. ଅଶ୍ୱିନଙ୍କ ପ୍ରଥମ ବଲରୁ ରାହୁଲ ତ୍ରିପାଠୀ ଗୋଟିଏ ରନ୍ ନେଇଥିଲେ । ଦ୍ୱିତୀୟ ବଲରେ ଶାକିବ୍ ସ୍କୋର କରିପାରି ନ ଥିଲେ। ତୃତୀୟ ବଲରେ ଶାକିବ୍ (ଦ) ଗୋଟିଏ ସ୍କୁପ୍ ସଟ୍ ଖେଳିବା ଚକ୍କରରେ ଏଲ୍.ବି.ଡବ୍ଲୁ. (LBW) ହୋଇଗଲେ । ଏବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତିବାକୁ ବାକି ଥିବା ମାତ୍ର ତିନିଟି ବଲରୁ ୬ ରନ୍ ସ୍କୋର କରିବାକୁ ପଡି଼ବ।
ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲାଚତୁର୍ଥ ବଲରେ ସୁନୀଲ ନରେନ୍ (୦) ଏକ ବଡ଼ ସଟ୍ ମାରିବା ଚକ୍କରରେ ଲଙ୍ଗ୍-ଅଫରେ ଆଉଟ୍ ହୋଇଗଲେ । ଏହି ସମୟରେ ଅଶ୍ୱିନ୍ ହ୍ୟାଟ୍ରିକର ନିକଟତର ଥିଲେ, ଆଉ କେ.କେ.ଆର୍.କୁ ଏହି ମ୍ୟାଚ୍ ଜିତିବା ପାଇଁ ମାତ୍ର ୨ଟି ବଲରୁ ୬ ରନ୍ ସ୍କୋର୍ କରିବାକୁ ଥିଲା । କିନ୍ତୁ ରାହୁଲ ତ୍ରିପାଠୀ (୧୨*) ପଞ୍ଚମ ବଲରେ ଗୋଟିଏ ଛକ୍କା ମାରି କେ.କେ.ଆର୍.ର ବିଜୟ ନିଶ୍ଚିତ କରିଦେଲେ (Rahul Tripathi six) ।
ଏଇଠି ଦେଖନ୍ତୁ ରାହୁଲ ତ୍ରିପାଠୀଙ୍କ ସେହି ବିଜୟୀ ଛକ୍କା:
କେ.କେ.ଆର୍. ଦଳ ପୂର୍ବରୁ ୨୦୧୨ ଓ ୨୦୧୪ରେ ଫାଇନାଲରେ ପ୍ରବେଶ କରିଥିଲା ଓ ଉଭୟ ଥର ଚାମ୍ପିୟନ୍ ହୋଇଥିଲା । ଏହି ଦଳ ଏବେ ସାତ ବର୍ଷ ପରେ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି । ଫାଇନାଲ ମ୍ୟାଚ୍ KKR ଓ ଚେନ୍ନାଇ ସୁପରକିଙ୍ଗ୍ସ (CSK) ମଧ୍ୟରେ ଅକ୍ଟୋବର୍ ୧୫ରେ ଖେଳାଯିବ (KKR vs CSK) ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | UPରେ ‘କାର୍ ଚକ ତଳେ କୃଷକ ମୃତ୍ୟୁ’ ଘଟଣାର VIDEO ଦେଖାଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀଲିଗ୍ ରାଉଣ୍ଡ ପରେ ଦିଲ୍ଲୀ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ଥିଲା । କ୍ୱାଲିଫାୟର-୧ରେ ଏହି ଟିମକୁ ଶେଷ ଓଭରରେ CSK ପରାସ୍ତ କରିଥିଲା । ଧୋନି (MS Dhoni) ଟମ୍ କରେନଙ୍କ ବଲରେ ବିଜୟୀ ଛକ୍କା ମାରିଥିଲେ । କ୍ୱାଲିଫାୟର-୨ରେ ଏହି ଟିମକୁ ପୁଣି ଥରେ ଶେଷ ଓଭରରେ ପରାଜୟର ସାମନା କରିବାକୁ ପଡ଼ିଲା । ଏଥର ରାହୁଲ ତ୍ରିପାଠୀ ଛକ୍କା ମାରିଲେ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋବାଇଲ୍ ଫୋନ୍ ହେଲା କାଳ; ଗେମ୍ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ରଶୀର୍ଷରେ ରହିବା ସତ୍ତ୍ୱେ ଦିଲ୍ଲୀ ଟିମ୍ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିପାରି ନାହିଁ। ଏହା ପୂର୍ବରୁ ୨୦୧୨ରେ ଓ ୨୦୧୬ରେ ବି ଏହି ଦଳ ଶୀର୍ଷରେ ରହିବା ସତ୍ତ୍ୱେ ଫାଇନାଲରେ ପ୍ରବେଶ କରିପାରି ନ ଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।