IPL 2023: ଚାମ୍ପିଅନ-ରନର୍‌ଅପ୍‌ ଟିମ୍‌ ଓ ଶ୍ରଷ୍ଠ ଖେଳାଳିଙ୍କୁ ମିଳିବ ଏତେ ଟଙ୍କା!

ପୁରସ୍କାର ବାବଦରେ  କେତେ ଖର୍ଚ୍ଚ ହେବ ? ଶ୍ରେଷ୍ଠ ଖେଳାଳି ତାଲିକାରେ ଦେଶୀ ନା ବିଦେଶୀ କାହାର ଆଧିପତ୍ୟ ଅଧିକ ?

ଆଇପିଏଲରେ କେଉଁ ଟିମ କେତେ ପାଇବେ ଟଙ୍କା

ଆଇପିଏଲରେ କେଉଁ ଟିମ କେତେ ପାଇବେ ଟଙ୍କା

  • News18 Odia
  • Last Updated :
  • New Delhi, India
  • Share this:
News18 Odia Digital

IPL 2023: ବିଶ୍ବର ସବୁଠୁ ବଡ଼ କ୍ରିକେଟ୍‌ ଲିଗ୍‌ରେ ପୁରସ୍କାର ରାଶି ବି ବଡ଼ । ତେଣୁ ଲିଗ୍‌ ପର୍ଯ୍ୟାୟ ସରିବା ପରେ କିଏ ମାରିବ ବାଜି ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଚେନ୍ନାଇ ଏଥର ଅନେକଙ୍କ ଫେଭରିଟ ଥିବା ବେଳେ ମ୍ୟାଚରେ କିଛି ବି ଓଲଟପାଲଟ ହୋଇପାରେ । ହେଲେ ଆପଣ ଜାଣିଛନ୍ତି କି ଚାମ୍ପିଅନ ଟିମ୍‌କୁ କେତେ ମିଳିବ ପ୍ରାଇଜ୍‌ ମନି । ଆଉ ରନର୍ସ ଅପ୍‌ ଟିମ୍‌ ପାଇବେ କେତେ ?

ପୁରସ୍କାର ବାବଦରେ  କେତେ ଖର୍ଚ୍ଚ ହେବ ?

ଚଳିତ ୨୦୨୩ ଆଇପିଏଲ ସିଜିନରେ ବିଜେତା ଅର୍ଥାତ ଚାମ୍ପିଅନ ଟିମ୍‌କୁ ମିଳିବ ୨୦ କୋଟି ଟଙ୍କାର ପୁରସ୍କାର । ରନର୍ସ ଅପ୍‌ ଟିମ୍‌କୁ ୧୩ କୋଟି ଟଙ୍କା । ସେହିପରି ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହୁଥିବା ଟିମ୍‌କୁ ମିଳିବ ୭ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି । ସେହିପରି ମ୍ୟାନ ଅଫ ଦ ମ୍ୟାଚ, ଅରେଞ୍ଜ କ୍ୟାପ ଏବଂ ପର୍ପଲ କ୍ୟାପ ବିଜେତାଙ୍କୁ ବି ମିଳିବ ପୁରସ୍କାର  ।  ଏମର୍ଜିଂ ପ୍ଲେୟାରଙ୍କୁ ୨୦ ଲକ୍ଷ ଟଙ୍କା, ଅରେଞ୍ଜ କ୍ୟାପ ବା ସବୁଠୁ ଅଧିକ ରନ ସ୍କୋର କରିଥିବା ଖେଳାଳିଙ୍କୁ ୧୫ ଲକ୍ଷ, ସବୁଠୁ ଅଧିକ ୱିକେଟ ନେଇଥିବା ବା ପର୍ପଲ କ୍ୟାପ୍‌ ବିଜେତାଙ୍କୁ ବି ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ମୋଷ୍ଟ ଭେଲୁଏବଲ ପ୍ଲେୟାରଙ୍କୁ ମିଳିବ ୧୨ ଲକ୍ଷ ଟଙ୍କା । ଏମିତି ଚଳିତ ଆଇପିଏଲ ସିଜିନରେ ପୁରସ୍କାର ରାଶି ବାବଦରେ ୪୬ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଯାହା ଗତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଠାରୁ ପାଖାପାଖ ୨୫ ପ୍ରତିଶତ ଅଧିକ ।

IPLରେ ବିଦେଶୀଙ୍କ ଖେଳାଳିଙ୍କ ଆଧିପତ୍ୟ ଅଧିକ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ଟି ସଂସ୍କରଣରେ ମାତ୍ର ୩ ଥର ଭାରତୀୟ ଖେଳାଳି ଶ୍ରେଷ୍ଠ ପ୍ଲେୟାର ଭାବେ ପୁରସ୍କୃତ ହୋଇଥିବା ବେଳେ ବାକି ସବୁ ଥର ବିଦେଶୀ କ୍ରିକେଟର ବାଜି ମାରିଛନ୍ତି । ଭାରତ ବାହାର ଦେଶ ମଧ୍ୟରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ କ୍ରିକେଟରଙ୍କ ଦବଦବା ଅଧିକ ରହିଛି । ୧୫ଟି ସଂସ୍କରଣରୁ ୱେଷ୍ଟ୍ଇଣ୍ଡିଜ୍ ଖେଳାଳି ୫ ଥର, ଅଷ୍ଟ୍ରେଲିଆ ଖେଳାଳି ୫ ଥର ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ।ସେନ୍ ୱାଟସନ୍, ଆନ୍ଦ୍ରେ ରସେଲ ଓ ସୁନୀଲ ନାରାୟଣ ଦୁଇ ଥର ଲେଖାଏ ବେଷ୍ଟ ପ୍ଲେୟର ହୋଇଛନ୍ତି ।

କେଉଁ ବର୍ଷ କିଏ ଶ୍ରେଷ୍ଠ ଖେଳାଳି ?

୨୦୦୮ରେ ଅଷ୍ଟ୍ରେଲିଆର ସେନ୍ ୱାଟସନ୍

୨୦୦୯ରେ ଅଷ୍ଟ୍ରେଲିଆର ଆଦାମ ଗିଲକ୍ରିଷ୍ଟ

୨୦୧୦ରେ ଭାରତର ସଚିନ ତେନ୍ଦୁଲକର

୨୦୧୧ରେ ୱେଷ୍ଟ-ଇଣ୍ଡିଜ୍ର କ୍ରିସ୍ ଗେଲ୍

୨୦୧୨ରେ ୱେଷ୍ଟଇଣ୍ଡିଜ ସୁନୀଲ ନାରାୟଣ

୨୦୧୩ରେ ଅଷ୍ଟ୍ରେଲିଆର ସେନ୍ ୱାଟସନ୍

୨୦୧୪ରେ ଅଷ୍ଟ୍ରେଲିଆର ଗ୍ଲେନ୍ ମାକ୍ସୱେଲ

୨୦୧୫ରେ ୱେଷ୍ଟ-ଇଣ୍ଡିଜ୍ର ଆନ୍ଦ୍ରେ ରସେଲ ଶ୍ରେଷ୍ଠ ଖେଳାଳି

୨୦୧୬ରେ ଭାରତର ବିରାଟ କୋହଲି

୨୦୧୭ରେ ଇଂଲଣ୍ଡର ବେନ୍ ଷ୍ଟୋକ୍ସ

୨୦୧୮ରେ ୱେଷ୍ଟଇଣ୍ଡିଜ୍ର ସୁନୀଲ ନାରାୟଣ

୨୦୧୯ରେ ୱେଷ୍ଟ-ଇଣ୍ଡିଜ୍ର ଆନ୍ଦ୍ରେ ରସେଲ

୨୦୨୦ରେ ଇଂଲଣ୍ଡୀ ଜୋଫ୍ରା ଆର୍ଚର

୨୦୨୧ରେ ଭାରତର ହର୍ଷଲ ପଟେଲ

୨୦୨୨ରେ ଇଂଲଣ୍ଡର ଜୋସ୍ ବଟଲର୍
Published by:nihar panda
First published: