ଶ୍ରୀକ୍ଷେତ୍ରରେ ପୁରୁଷ ହକି ବିଶ୍ଵକପ ଟ୍ରଫିକୁ ଭବ୍ୟ ସ୍ଵାଗତ

ରଙ୍ଗାରଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଥିଲା।  କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।

ଶ୍ରୀକ୍ଷେତ୍ରରେ ପୁରୁଷ ହକି ବିଶ୍ଵକପ ଟ୍ରଫିକୁ ଭବ୍ୟ ସ୍ଵାଗତ

ଶ୍ରୀକ୍ଷେତ୍ରରେ ପୁରୁଷ ହକି ବିଶ୍ଵକପ ଟ୍ରଫିକୁ ଭବ୍ୟ ସ୍ଵାଗତ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ସାରା ରାଜ୍ୟରେ ଏବେ ବିଶ୍ୱକପ ହକିର ଫିଭର। ଓଡ଼ିଶାରେ  ହକି ବିଶ୍ୱକପ ଟ୍ରଫି  ପହଁଞ୍ଚିବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପୁରୀରେ ମଧ୍ୟ ଟ୍ରଫିକୁ ନେଇ ହୋଇଛି ସ୍ୱତ୍ରନ୍ତ୍ର କାର୍ଯ୍ୟକ୍ରମ ।  ହକି ବିଶ୍ୱକପ ଟ୍ରଫି ସୋମବାର ରାତିରେ ପୁରୀରେ ପହଞ୍ଚିଥିଲା। ଆଜି ସକାଳେ ଭବ୍ୟ ପଟୁଆରରେ ସମୁଦ୍ରକୂଳରେ ପହଞ୍ଚିଥିଲା ଟ୍ରଫି। ରଙ୍ଗାରଙ୍ଗ ଓ  ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଥିଲା।



କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ଏହି ଅବସରରେ ବେଳାଭୂମିରେ ବ୍ୟବସାୟ କରୁଥିବା ଓଟ ଓ ଘୋଡ଼ାଙ୍କୁ ସୁସଜ୍ଜିତ କରାଯାଇଥିଲା। ଚକ ଦେ ଇଣ୍ଡିଆ ସଙ୍ଗୀତ ତାଳେ ତାଳେ ଟ୍ରଫିକୁ ସ୍ବାଗତ କରାଯାଇଥିଲା। ଏଥିରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, କ୍ରିଡାବିତ,ବିଭିନ୍ନ ସ୍ୱେଛାସେବୀ ଓ ସାମାଜିକ ସଂଗଠନର ସଦସ୍ୟ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯୋଗଦେଇଥିଲେ।  ସମସ୍ତେ ଟ୍ରଫି ସହିତ ସେଲଫି ଓ ଫୋଟ ଉଠାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ପୁରୀର ମାଲଖମ୍ବ କ୍ରୀଡ଼ାବିତ ଓ ବାଲୁକା ଶିଳ୍ପୀ ମାନସ ସାହୁ ସେମାନଙ୍କ କଳାକୃତୀରେ ଏହି କାର୍ଯ୍ୟକ୍ରମକୁ ବେଶ୍ ଆକର୍ଷଣ କରିଥିଲେ ।

ସ୍ୱର୍ଣ୍ଣାଭ ବେଳାଭୂମି ପରେ ଟ୍ରଫି ପହଞ୍ଚିଥିଲା  ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ । ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ସେବାୟତ ପ୍ରତିନିଧି ଶ୍ରୀ ନହର ପାଖରୁ ଟ୍ରଫିକୁ ସ୍ୱାଗତ କରିଥିବା ବେଳେ ଘୋଡ଼ା ନାଚ,  ନାଗାନୃତ୍ୟ ଓ ମେଢ଼ ନୃତ୍ୟ ସହ ଦେବଦାସୀ ନୃତ ଶିଳ୍ପୀମାନେ ଟ୍ରଫିକୁ ପାଛୋଡ଼ି ନେଇଥିଲେ । ଶ୍ରୀ ମନ୍ଦିର ସମ୍ମୁଖରେ  ଟ୍ରଫିକୁ ରଖିଯାଇଥିଲା ।  ଟ୍ରଫିରେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଓ ମାଳ ପ୍ରଦାନ କରାଯାଇ ହକି ଆୟଜନର ସଫଳ କାମନା କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ  ସହ ଅରୁଣ ସ୍ତମ୍ଭ  ପାଖକୁ ନିଆଯାଇ ବେଦମନ୍ତ୍ର ସହ ପୂଜାର୍ଚ୍ଚନା  କରାଯାଇଥିଲା। ପରେ ଟ୍ରଫିକୁ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ  ଓ କୋଣାର୍କ ମନ୍ଦିର ନିକଟକୁ ନିଆଯାଇ ପ୍ରଦର୍ଶନ ପରେ ଜିଲ୍ଲାରୁ ବିଦାୟ ଦିଆଯାଇଛି।



ଓଡ଼ିଶା ଦ୍ଵିତୀୟ ଥର ପାଇଁ ୨୦୨୩ ବିଶ୍ୱକପ ପୁରୁଷ ହକି ଆୟୋଜନ କରୁଛି। ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବିତ ।ଏହା ଭୁବନେଶ୍ୱର ଓ ରାଉରକେଲାରେ ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ହକିର ପ୍ରଚାର ପ୍ରସାର ଓ ଲୋକପ୍ରିୟତା ପାଇଁ ଏହି ବିଶ୍ୱକପ ଟ୍ରଫିକୁ ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଆମ ରାଜ୍ୟ ଓଡ଼ିଶାର ୩୦ଜିଲ୍ଲା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।
Published by:Soubhagya Mishra
First published: