ଭାରତ୍ତୋଳକଙ୍କ ଚମତ୍କାର ପ୍ରଦର୍ଶନ
News 18 Odia Digital
ବର୍ମିଂହାମ; କମନୱେଲଥ ଗେମସରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ । ୨୦ ବର୍ଷୀୟ ଅଚିନ୍ତା ପୁରୁଷ ଭାରୋତ୍ତୋଳନର ୭୩ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କମନୱେଲଥ ଗେମସ୍ ରେକର୍ଡ ସୃଷ୍ଟି କରିବାକୁ ସେ ୩୧୩ କିଲୋଗ୍ରାମର ମିଳିତ ଓଜନ ଉଠାଇଥିଲେ । ମୀରାବାଇ ଚାନୁ ଓ ଜେରେମି ଲାଲରିନୁଙ୍ଗାଙ୍କ ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅଚିନ୍ତା । ବିଜୟର ଶ୍ରେୟ ସେ ତାଙ୍କ କୋଚ୍ ଓ ଭାଇକୁ ଦେଇଥିବା ବେଳେ ମେଡାଲ ସେମାନଙ୍କୁ ସମର୍ପିତ କରିଥିବା କହିଛନ୍ତି ।
ଭାରତ ନାଁରେ ଏବେ ସୁଦ୍ଧା ୬ଟି ମେଡାଲ ଆସିଥିବା ବେଳେ କେବଳ ଭାରୋତ୍ତେଳନରେ ଦେଶକୁ ମିଳିଛି ତିନୋଟି ସ୍ବର୍ଣ୍ଣ ପଦକ ମିଳିଛି । ପୂର୍ବରୁ ଭାରୋତ୍ତଳନରେ ମିରାବାଇ ଚାନୁ, ତାପରେ ଜେରେମି ଏବେ ଅଚିନ୍ତା ଦେଶ ପାଇଁ ଆଣିଛନ୍ତି ଗୌରବ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଗତ ଦୁଇଦିନ ହେବ ଭାରତୀୟ ଭାରତ୍ତୋଳକଙ୍କ କମାଲ ଦେଖିବାକୁ ମିଳିଛି । ଖେଳର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଭାରତକୁ ୬ଟି ପଦକ ମିଳିଛି । ଏଥିରେ ୩ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ରହିଛି ।
ପୂର୍ବରୁ ସଙ୍କେତ ମହାଦେବ ରୌପ୍ୟ, ଗୁରୁରାଜା ବ୍ରୋଞ୍ଜ, ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସ୍ୱର୍ଣ୍ଣ, ବିନ୍ଦ୍ୟାରାଣୀ ରୌପ୍ୟ, ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତିଥିଲେ । ୬ ମେଡାଲ ସହ ଭାରତ ମେଡାଲ ଟାଲିର ଷଷ୍ଠ ସ୍ଥାନରେ ରହିଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।