T20 World Cup: କେଉଁ ଦେଶ ଜିତିବ ବିଶ୍ୱ କପ୍? ବୀରେନ୍ଦ୍ର ସେହୱାଗ୍ ଭବିଷ୍ୟତ ବାଣୀ କଲେ

Virendra Sehwag predicts who will win T20 World Cup | ସୁପର୍ ୧୨ର ମ୍ୟାଚ୍ ବର୍ତ୍ତମାନ ଶେଷ ରାଉଣ୍ଡରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ କେଉଁ ଦଳ ଫାଇନାଲରେ ପହଞ୍ଚି ପାରିବେ ଏବଂ କିଏ ଏଥର ଚାମ୍ପିୟନ ହେବ ସେ ବିଷୟରେ କହିଛନ୍ତି ସେହୱାଗ ।

ବୀରେନ୍ଦ୍ର ସେହୱାଗ୍

ବୀରେନ୍ଦ୍ର ସେହୱାଗ୍

  • Share this:
News18 Odia Digital

ନୂଆ ଦିଲ୍ଲୀ: ପୂର୍ବ କ୍ରିକେଟ୍‌ ଖେଳାଳି ବୀରେନ୍ଦ ସେହୱାଗଙ୍କ (Virender Sehwag) ଶୈଳୀ ନିଆରା । ସେ ଯାହା ବି କହନ୍ତି ବିନା ଦ୍ୱିଧାରେ ଓ ସାହସର ସହିତ କହନ୍ତି । ବିଶେଷ କଥା ହେଉଛି ଯେ ସେ ବର୍ତ୍ତମାନର ଟି-୨୦ ବିଶ୍ୱ କପର (T20 World Cup) ସବୁ ମ୍ୟାଚ୍‌ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କେଉଁ ଦଳର କେତେ ଶକ୍ତି ଓ ଏଥର ଚାମ୍ପିଅନ୍ ହେବାର ସବୁଠାରୁ ବେଶୀ ସମ୍ଭାବନା କେଉଁ ଦଳର ଅଛି ତାହା ଉପରେ ସେହୱାଗ୍‌ କ୍ରମାଗତ ଭାବରେ ନିଜର ମତ ରଖୁଛନ୍ତି ।

ସୁପର୍‌ ୧୨ର ମ୍ୟାଚ୍ ବର୍ତ୍ତମାନ ଶେଷ ରାଉଣ୍ଡରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ କେଉଁ ଦଳ ଫାଇନାଲରେ ପହଞ୍ଚି ପାରିବେ ଏବଂ କିଏ ଏଥର ଚାମ୍ପିୟନ ହୋଇପାରିବ ସେ ବିଷୟରେ କହିଛନ୍ତି ସେହୱାଗ । ନିଜ ଫେସବୁକ୍ ପୃଷ୍ଠାରେ ‘ବୀରୁଗିରି ଡଟ୍ କମ୍‌’ କାର୍ଯ୍ୟକ୍ରମରେ ନିଜ ପ୍ରଶଂସକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେହୱାଗ ବିଶ୍ୱ କପ୍ ବିଷୟରେ ଭବିଷ୍ୟବାଣୀ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ମର୍ଡ଼ର: ନାବାଳକ ପୁଅ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା

ସେହୱାଗ କହିଛନ୍ତି, ‘‘ମୋତେ ଗୋଟିଏ ପାଖରୁ ଲାଗୁଛି ପାକିସ୍ତାନ ଓ ଅନ୍ୟ ପଟେ ଇଂଲଣ୍ଡ ଥିବା ଭଳି ଲାଗୁଛି । ଏହି ଦୁଇ ଦଳ ଫାଇନାଲ ଖେଳିବେ । ବୋଧହୁଏ ମୋତେ ଏମିତି ଲାଗୁଛି ଯେ ଇଂଲଣ୍ଡ ଦଳ ଏହି ବିଶ୍ୱ କପ୍‌ ଜିତିବ ।’’

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍‌ ଛାତ୍ରୀ

ଏହି କାର୍ଯ୍ୟକ୍ରମ ସମୟରେ ସେହୱାଗ ନିଜ ପ୍ରଶଂସକଙ୍କୁ ବି ପଚାରିଛନ୍ତି କେଉଁ ଦଳ ବିଶ୍ୱ କପ ଜିତିପାରିବ ବୋଲି । ବାସ୍ତବରେ ସେହୱାଗଙ୍କ କଥା ସତ୍ୟ ବୋଲି ପ୍ରମାଣିତ ହୋଇପାରେ । ଏହି ସମୟରେ ଇଂଲଣ୍ଡ ଦଳ ଜବରଦସ୍ତ ଫର୍ମରେ ଚାଲିଛି । ବ୍ୟାଟିଂଠାରୁ ଆରମ୍ଭ କରି ବୋଲିଂ ପର୍ଯ୍ୟନ୍ତ ସେମାନେ ପ୍ରତି ବିଭାଗରେ ସଫଳତା ହାସଲ କରୁଛନ୍ତି ।



ଏ ପର୍ଯ୍ୟନ୍ତ ଇଂଲଣ୍ଡ ବିଶ୍ୱ କପର ସୁପର୍‌ ୧୨ରେ ନିଜର ସବୁ ମ୍ୟାଚ୍ ଜିତିଛି । ଅନ୍ୟ ପକ୍ଷରେ ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିବା ପରେ ପାକିସ୍ତାନ ଦଳ ବି ଏ ପର୍ଯ୍ୟନ୍ତ ଚାରିଟି ମ୍ୟାଚ୍ ଜିତିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

ସୁପର୍‌ ୧୨ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର୍‌ ଶେନ୍‌ ୱାର୍ଣ୍ଣ (Shane Warne) ଏକ ଟ୍ୱିଟ୍‌ କରି ଲେଖିଥିଲେ ଯେ ଟି-୨୦ ବିଶ୍ୱ କପରେ ଚ୍ୟାମ୍ପିୟନ୍‌ ହେବା ପାଇଁ ଭାରତ ଓ ଇଂଲଣ୍ଡ ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ । ଇଂଲଣ୍ଡ ତ ଆଗରୁ ପହଞ୍ଚି ଯାଇଛି । କିନ୍ତୁ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିବା ପାଇଁ କ୍ରମାଗତ ଭାବରେ ସଙ୍ଘର୍ଷ କରୁଛି । ଯଦି କିଛି ଚମତ୍କାର ଘଟେ ତାହେଲେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିପାରିବ ।
Published by:Anand S.T. Das
First published: