News 18 Odia Digital
Son of Virender Sehwag; ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର୍ ବିରେନ୍ଦର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ପ୍ରଫେସନାଲ କ୍ରିକେଟରେ ଖେଳୁଥିବା ଦେଖିବାକୁ ମିଳିବ । କଣ୍ଟ୍ରୋଲ୍ ଅଫ୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଆୟୋଜିତ ଅଣ୍ଡର -16 ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ ଆର୍ଯ୍ୟବୀର ସେହୱାଗଙ୍କୁ ଦିଲ୍ଲୀ ଦଳରେ ଚୟନ କରାଯାଇଛି । ଆର୍ଯ୍ୟବୀରଙ୍କୁ ୧୫ ବର୍ଷ ବୟସ ଓ ଘରୋଇ କ୍ରିକେଟରେ ଧମାଲ କରିବାକୁ ପ୍ରସ୍ତୁତ ।
ଆର୍ଯ୍ୟବୀର ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଓ ତାଙ୍କ ପିତାଙ୍କ ପରି ବିସ୍ଫୋରକ ବ୍ୟାଟିଂରେ ବିଶ୍ୱାସ କରନ୍ତି । ଆର୍ଯ୍ୟବୀରଙ୍କ ବ୍ୟାଟିଂ ଶୈଳୀ କିଛି ମାତ୍ରାରେ ବିରେନ୍ଦର ସେହୱାଗଙ୍କ ପରି । ଆର୍ଯ୍ୟବୀର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ବ୍ୟାୟାମର ଭିଡିଓ ସେୟାର୍ କରଥାନ୍ତି ।
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆର୍ଯ୍ୟବୀରଙ୍କ ପ୍ରିୟ ଖେଳାଳି । ସେ ଇନଷ୍ଟାଗ୍ରାମରେ କୋହଲିଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ବିରାଟ କୋହଲିଙ୍କୁ ତାଙ୍କର ପ୍ରିୟ ଖେଳାଳି ବୋଲି ବର୍ଣ୍ଣନା କରିଛନ୍ତି ।
ଅଣ୍ଡର -16 ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ ଦିଲ୍ଲୀ ଟିମ୍ଅର୍ଣ୍ଣବ ବାଗଗା (କ୍ୟାପଟେନ), ପ୍ରଣବ, ସାର୍ଥକ ରୟ, ଅନିନ୍ଦୋ, ଶ୍ରେୟ ସେଠୀ, ପ୍ରୀୟାଂଶୁ, ଲକ୍ଷ୍ମଣ, ଉଦ୍ଧବ ମୋହନ, ଆର୍ଯ୍ୟବୀର ସେହୱାଗ, ଧ୍ରୁଭ, କିରିଟ କୌଶିକ, ନୈତିକ ମାଥୁର, ମୋହକ କୁମାର, ଶାନ୍ତନୁ ଯାଦବ ଏବଂ ସଚିନ । ଯଦିଓ ଆର୍ଯ୍ୟବୀର ପ୍ରଥମ ମ୍ୟାଚ୍ରେ ଖେଳିବାର ସୁଯୋଗ ପାଇ ନଥିଲେ । ବିହାର ବିପକ୍ଷ ମ୍ୟାଚରେ ସେ ଦଳରେ ସ୍ଥାନ ପାଇନଥିଲେ । ଯଦିଓ ଆର୍ଯ୍ୟଭୀର ପ୍ରଥମ ମ୍ୟାଚ୍ରେ ସ୍ଥାନ ପାଇନାହାଁନ୍ତି, କିନ୍ତୁ ସେ ଯେପରି ବ୍ୟାଟିଂ କରନ୍ତି, ତାଙ୍କୁ ଦୀର୍ଘ ସମୟ ଧରି ଦଳରୁ ଦୂରେଇ ରଖାଯାଇପାରିବ ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।