ବିରାଟ କୋହଲିଙ୍କ ଶ୍ରେଷ୍ଠ ପ୍ରଦର୍ଶନ; ଆଇସିସି ଦେଲା 'ମ୍ୟାନ ଅଫ୍ ଦି ମନ୍ଥ' ପୁରସ୍କାର

ଟି -୨୦ ବିଶ୍ୱକପରେ ବିରାଟ ଖୁବ ଭଲ ପ୍ରଦର୍ଶନ କରିଥିବାରୁ ବିରାଟଙ୍କୁ ଆଇସିସି ପକ୍ଷରୁ ମ୍ୟାନ ଅଫ୍ ଦି ମନ୍ଥ ତଥା ମାସର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।

ବିରାଟ କୋହଲିଙ୍କ ଶ୍ରେଷ୍ଠ ପ୍ରଦର୍ଶନ; ଆଇସିସି ଦେଲା 'ମ୍ୟାନ ଅଫ୍ ଦି ମନ୍ଥ' ପୁରସ୍କାର

ବିରାଟ କୋହଲିଙ୍କ ଶ୍ରେଷ୍ଠ ପ୍ରଦର୍ଶନ; ଆଇସିସି ଦେଲା 'ମ୍ୟାନ ଅଫ୍ ଦି ମନ୍ଥ' ପୁରସ୍କାର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଆପଣଙ୍କ ପ୍ରିୟ କ୍ରିକେଟର ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ମିଳିଛି ଆଉ ଏକ ପୁରସ୍କାର । ପୂର୍ବ କିଛି ମ୍ୟାଚରେ ବିରାଟ ଧମାକେଦାର ବ୍ୟାଟିଂ କରି ଦର୍ଶକଙ୍କ ମନ ଜିଣିଛନ୍ତି । କହିବାକୁ ଗଲେ ବିରାଟ ପୁଣିଥରେ ପୂର୍ବାବସ୍ଥାକୁ ଫେରିଛନ୍ତି । ଟି -୨୦ ବିଶ୍ୱକପରେ ବିରାଟ ଖୁବ ଭଲ ପ୍ରଦର୍ଶନ କରିଥିବାରୁ ବିରାଟଙ୍କୁ ଆଇସିସି ପକ୍ଷରୁ ମ୍ୟାନ ଅଫ୍ ଦି ମନ୍ଥ ତଥା ମାସର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।

ଅକ୍ଟୋବର ମାସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିରାଟଙ୍କ ସମେତ ଜିମ୍ୱାୱେ ଟିମର ସିକନ୍ଦର ରଜା ଓ ସାଉଥ ଆଫ୍ରିକାର ଡେଭିଡ ମିଲରଙ୍କୁ ମଧ୍ୟ ସମ୍ମାନିତ କରିବାକୁ ମନୋନୀତ କରାଯାଇଥିଲା । ସମସ୍ତଙ୍କୁ ପଛରେ ପକାଇ ବିରାଟ କୋହଲି ପ୍ରଥମଥର ଲାଗି ପୁରସ୍କାରକୁ ହାତେଇ ନେଇଛନ୍ତି ।

ସୂଚନାଯୋଗ୍ୟ, କିଛି ବର୍ଷ ହେବ ବିରାଟଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ଅନେକ ଗୁଡିଏ ଖେଳରେ ସେ ଭଲ ପ୍ରଦର୍ଶନ କରିପାରୁନଥିଲେ । କିନ୍ତୁ ଚଳିତ ଟି- ୨୦ରେ ବିରାଟ ପୁଣିଥରେ କ୍ରିକେଟପ୍ରେମୀଙ୍କର ପ୍ରିୟ ହୋଇପାରିଛନ୍ତି ।
Published by:Soubhagya Mishra
First published: