News 18 Odia Digital
ନୂଆ ଦିଲ୍ଲୀ : ଆଜିଠୁ ଠିକ ୧୪ ବର୍ଷ ପୂର୍ବେ ଆନ୍ତର୍ଜାତୀୟ କ୍ରିକେଟ ଜଗତରେ ଡେବ୍ୟୁ କରିଥିଲେ ବିରାଟ କୋହଲି । ୨୦୦୮ ଅଗଷ୍ଟ ୧୮ ରେ ଶ୍ରୀଲଙ୍କା ବିପକ୍ଷରେ ଏକ ଓଡ଼ିଆଇ ମ୍ୟାଚ୍ ସହ ଆନ୍ତର୍ଜାତୀୟ କ୍ରିକେଟ ଜଗତରେ ପାଦ ଥାପିଥିଲେ ସେ । ୧୪ ବର୍ଷ ମଧ୍ୟରେ ସର୍ବାଧିକ ଆନ୍ତର୍ଜାତୀୟ ରନ୍ ଓ ଶତକ କରିବାରେ ଶୀର୍ଷରେ ରହିଛନ୍ତି।
ଡେବ୍ୟୁ ମ୍ୟାଚରେ ୧୨ ରନ୍ କରି ଆଉଟ୍ ହୋଇଯାଇଥିଲେ୨୦୦୮ ଅଣ୍ଡର -୧୯ ବିଶ୍ୱକପରେ ଭାରତୀୟ ଦଳର ବିଜୟ ପରେ ବିରାଟ କୋହଲି ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ସେ ଆରସିବି ପାଇଁ ଭଲ ପ୍ରଦର୍ଶନ କରିଥିଲେ। ଏହା ପରେ ସେ ଅଗଷ୍ଟ ୨୦୦୮ରେ ଶ୍ରୀଲଙ୍କା ଗସ୍ତ ପାଇଁ ଦଳରେ ସ୍ଥାନ ପାଇଥିଲେ। ୫ ମ୍ୟାଚ୍ ବିଶିଷ୍ଟ ଓଡ଼ିଆଇ ସିରିଜର ପ୍ରଥମ ମ୍ୟାଚ୍ ୨୦୦୮ ଅଗଷ୍ଟ ୧୮ ରେ ଡାମବୁଲ୍ଲାରେ ଖେଳାଯାଇଥିଲା । ଏଥିରେ ବିରାଟ କୋହଲି ଖେଳୁଥିବା ଏକାଦଶରେ ମଧ୍ୟ ସ୍ଥାନ ପାଇଥିଲେ। ସେ ୨୨ଟି ବଲରେ ମାତ୍ର ୧୨ ରନ୍ କରିବା ପରେ ଡେବ୍ୟୁ ମ୍ୟାଚରେ ଆଉଟ୍ ହୋଇଥିଲେ। ଏହି ମ୍ୟାଚରେ ଭାରତ ମଧ୍ୟ ପରାସ୍ତ ହୋଇଥିଲା ।
ଡେବ୍ୟୁ ସିରିଜରେ ୫୦ ରନ୍ କରିବାରେ ସକ୍ଷମ ହୋଇଥିଲେ ମକୋହଲି ଏହି ସିରିଜର ସମସ୍ତ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ୫ ଟି ମ୍ୟାଚ୍ ରେ ୧୫୯ ରନ୍ କରିଥିଲେ। ଏହି ସମୟ ମଧ୍ୟରେ ସେ ୫୦ ରନ୍ କରିବାରେ ସକ୍ଷମ ହୋଇଥିଲେ । ସେବେଠାରୁ କୋହଲି ଦିନିକିଆ ଦଳର ନିୟମିତ ଭାବେ ଖେଳି ଆସୁଛନ୍ତି।
ଗତ ୧୪ ବର୍ଷରେ ଏହି ତିନୋଟି ଫର୍ମାଟରେ କୋହଲି ଶୀର୍ଷରେ ଅଛନ୍ତି ।ବିରାଟ କୋହଲି ଏହି ୧୪ ବର୍ଷରେ କ୍ରିକେଟ୍ ର ତିନୋଟି ଫର୍ମାଟରେ ୨୩,୭୨୬ ଆନ୍ତର୍ଜାତୀୟ ରନ୍ ସ୍କୋର କରିଛନ୍ତି । ଆନ୍ତର୍ଜାତୀୟ ସ୍ତରରେ ଏହା ହେଉଛି ସର୍ବାଧିକ ରନ୍ ୧୪ ବର୍ଷ ମଧ୍ୟରେ । ଦ୍ୱିତୀୟ ସର୍ବାଧିକ ରନ୍ ଅଧିକାରୀ ହେଉଛନ୍ତି ଇଂଲଣ୍ଡର ଜୋ ରୁଟ୍ । ସେ ୧୭,୫୬୬ ରନ୍ କରିଛନ୍ତି।
ବିରାଟ ଏପର୍ଯ୍ୟନ୍ତ ୭୦ ଟି ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ଗତ ୧୪ ବର୍ଷ ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ଏହା ହେଉଛି ସର୍ବାଧିକ ଶତକ କରିଥିବା ବ୍ୟାଟ୍ସମ୍ୟାନ୍ । ଦ୍ୱିତୀୟ ସ୍ଥାନରେ ହସିମ୍ ଆମଲା ଅଛନ୍ତି । ସେ ୫୦ଟି ଶତକ ହାସଲ କରିଛନ୍ତି ।
ବିରାଟଙ୍କୁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୫୭ ଥର 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ହାସଲ କରିଛନ୍ତି । ଏହା ହେଉଛି
୧୪ ବର୍ଷ ମଧ୍ୟରେ ସର୍ବାଧିକ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ପାଇଥିବା ଖେଳାଳି। ଏହି ସମୟରେ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି । ରୋହିତ ୩୫ ଥର 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ହାସଲ କରିଛନ୍ତି ।ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।