News18 Odia Digital
Virat Kohli-Sourav Ganguly Controversy: ଭାରତର ଦୁଇ ପୂର୍ବତନ ଅଧିନାୟକଙ୍କ (Virat Kohli-Sourav Ganguly Controversy) ମଧ୍ୟରେ ବିବାଦ। ବିରାଟ କୋହଲି (Virat Kohli) ଓ ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ମଧ୍ୟରେ ତୁ-ତୁ-ମେ-ମେ।
ଶନିବାର ଦିଲ୍ଲୀ-ବେଙ୍ଗାଲୁରୁ ମ୍ୟାଚ ପରେ ଗାଙ୍ଗୁଲିଙ୍କ ସହ ହାତ ମିଳାଇ ନଥିଲେ, ଆଉ ଏବେ ଇନଷ୍ଟାଗ୍ରାମ୍ରୁ (Instagram) ଅନ୍ଫଲୋ Unfollow) କରିଦେଇଛନ୍ତି କୋହଲି। ଯାହାକୁ ନେଇ ଏବେ କ୍ରିକେଟ୍ (Cricket) ଜଗତରେ ଚର୍ଚ୍ଚା ଜୋର ଧରିଛି।
କୋହଲି ଓ ଗାଙ୍ଗୁଲିଙ୍କ (Kohli- Ganguly) ମଧ୍ୟରେ କିଛି ଠିକ ଚାଲିନି କି? ଏବେ ବି କିଛି ବିବାଦ ରହିଛି କି? କାରଣ ଶନିବାର ବେଙ୍ଗାଳୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହାଇ ଭୋଲଟେଜ୍ ଆଇପିଏଲ୍ ମ୍ୟାଚ୍ ପରେ ଉଭୟ ଫ୍ରାଞ୍ଚାଇଜ୍ର ଖୋଳାଳିମାନେ ହାତ ମିଳାଇଥିଲେ ।
ହେଲେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି କୋହଲି ଏବଂ ଗାଙ୍ଗୁଲି ହାତ ମିଳାଇ ନଥିବାର ଦେଖିବାକୁ ମିଳୁଛି। କୋହଲି ଡିସି ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗଙ୍କ ସହ ବାର୍ତ୍ତାଳାପରେ ଜଡିତ ଥିବାବେଳେ ଗାଙ୍ଗୁଲି ଅନ୍ୟ ଖେଳାଳିଙ୍କୁ ଭେଟିବା ପାଇଁ ଧାଡ଼ିରେ ଯାଇଥିଲେ।
ଏହି କ୍ଲିପ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ କିଛି ପ୍ରଶଂସକ ଅନୁଭବ କରିଛନ୍ତି ଯେ କୋହଲି ଜାଣିଶୁଣି ଗାଙ୍ଗୁଲିଙ୍କୁ ଅଣଦେଖା କରିଛନ୍ତି। ଏବେ ଇନଷ୍ଟାଗ୍ରାମ୍ରେ ଗାଙ୍ଗୁଲିଙ୍କୁ କୋହଲି ଅନଫଲୋ କରିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ତେବେ କିଛି ଦିନ ପୂର୍ବରୁ ଭାରତର ଦୁଇ ପୂର୍ବତନ ଅଧିନାୟକଙ୍କ ମଧ୍ୟରେ ବିବାଦ ନେଇ ଚର୍ଚ୍ଚା ଜୋର ଧରିଥିଲା। କୋହଲି ଟି-୨୦ ନେତୃତ୍ୱ ଛାଡ଼ିବା ଓ ଦିନିକିଆ ଅଧିନାୟକତ୍ୱରୁ ହଟାଯିବା ପରେ ଆରମ୍ଭ ହୋଇଥିଲା ବିବାଦ।
ହେଲେ ଅଧିନାୟକତ୍ବ ନ ଛାଡ଼ିବାକୁ ନେଇ ଗାଙ୍ଗୁଲି ପରାମର୍ଶ ଦେଇଥିବା କହିଥିଲେ। ଆହୁରି ମଧ୍ୟ ପରବର୍ତ୍ତୀ ସମୟରେ କୋହଲିଙ୍କୁ ନିଜ ତୁଳନାରେ ଭଲ ଖେଳାଳି ବୋଲି କହିଥିଲେ ସୌରଭ ଗାଙ୍ଗୁଲି। ହେଲେ ବିବାଦକୁ ନେଇ କୌଣସି ପ୍ରକାର ମୁହଁ ଖୋଲି ନାହାଁନ୍ତି ବିରାଟ କୋହଲି।
ପ୍ରକାଶ ଥାଉକି ଅକ୍ଟୋବର ୨୦୨୧ରେ, କୋହଲି ଭାରତର ଟି-୨୦ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ମଧ୍ୟ ODIରେ ପଦବୀରୁ ହଟାଇ ଦିଆଯାଇଥିଲା।
ପଢ଼ନ୍ତୁ ଏହି ଖବର: ସାମ୍ନାକୁ ଆସିଲା ବଡ଼ ଖବର; ଏଣିକି ଆଧାର କାର୍ଡ଼ ସହ ଲିଙ୍କ ହେବ ସମ୍ପତ୍ତିବିସିସିଆଇର ନିଷ୍ପତ୍ତି ବିଷୟରେ ତାଙ୍କୁ ଅବଗତ କରାଯାଇନଥିବା ଦାବି କରି ଷ୍ଟାର ବ୍ୟାଟ୍ସମ୍ୟାନ ଏହି ବିବାଦ ସୃଷ୍ଟି କରିଥିଲେ। ତେବେ ଗାଙ୍ଗୁଲି ଏହି ବୟାନର ବିରୋଧ କରିଥିଲେ। ଏହି ଘଟଣା ସେତେବେଳେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ମାସକ ପରେ କୋହଲି ଦକ୍ଷିଣ ଆଫ୍ରିକାରେ ୨-୧ ଡ୍ରବିଂ ପରେ ଜାନୁଆରୀ ୨୦୨୨ରେ ମଧ୍ୟ ଟେଷ୍ଟ ଅଧିନାୟକତ୍ୱ ଛାଡ଼ିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।