- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆଜି ତୃତୀୟ ODI ରେ ଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ସେ ୧୧୦ ବଲରେ ୧୬୬ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ମୋଟ ୧୩ଟି ଚୌକା ଓ ୮ଟି ଛକା ଅନ୍ତର୍ଭୁକ୍ତ ହୋଇଥିଲା। ଏଥିରେ ତାଙ୍କର ଷ୍ଟ୍ରାଇକ୍ ହାର ୧୫୦ ରୁ ଅଧିକ ଥିଲା।
ପ୍ରଥମ ଦିନିକିଆରେ ମଧ୍ୟ ବିରାଟ ଦମଦାର ଶତକ ହାସଲ କରିଥିଲେ । ଏହି ସିରିଜରେ ଏହା କୋହଲିଙ୍କର ଦ୍ୱିତୀୟ ଶତକ ।ନୂଆ ବର୍ଷର ପ୍ରଥମ ମ୍ୟାଚ୍ରେ କୋହଲି ଗୁଆହାଟୀରେ ଶ୍ରୀଲଙ୍କା ବିପକ୍ଷରେ ଏକ ଶତକ ହାସଲ କରିଥିଲେ । ନଭେମ୍ବର ୨୦୧୯ ପରେ ଭାରତୀୟ ମାଟିରେ କୌଣସି ଫର୍ମାଟରେ ଏହା ତାଙ୍କର ପ୍ରଥମ ଶତକ ଥିଲା । ସେ ଏହାକୁ କୋଲକାତାରେ ପୁନରାବୃତ୍ତି କରିବାରେ ବିଫଳ ହୋଇଥିଲେ, କିନ୍ତୁ ଥିରୁବନନ୍ତପୁରମରେ ବ୍ୟାଟିଂ ପାଇଁ ଭଲ ସ୍ଥିତିର ସୁଯୋଗ ନେଇ ଓପନରଙ୍କଠାରୁ ଉତ୍କୃଷ୍ଟ ଆରମ୍ଭ କରି କୋହଲି ତାଙ୍କ ରେକର୍ଡ ବୁକରେ ଆଉ ଏକ ଶତକ ରଖିଥିଲେ ।
ଖାଲି ଏତିକି ନୁହେଁ ସେ ତାରକା କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଦିନିକିଆ ଶତକ ରେକର୍ଡ ଭାଙ୍ଗିବାପାଇଁ ବିରାଟ କୋହଲି ସକ୍ଷମ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମା ୪୨ ରନ କରି ପାଭିଲିୟନ ଫେରିଥିଲେ। ପୁଣି ଗିଲ୍ ଏବଂ ବିରାଟ କୋହଲି ଦଳର ଇନିଂସ ସମ୍ଭାଳିଥିଲେ। କେଏଲ ରାହୁଲ(୭) ଏବଂ ସୂର୍ଯ୍ୟକୁମାର ଯାଦବ(୪) ରନ କରିଥିଲେ। ବିରାଟ କୋହଲି ଦମଦାର ବ୍ୟାଟିଂ କରିବା ସହ କ୍ରିଜରେ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୦ ରନର ବିଶାଳ ସ୍କୋର କରିଛି। କୋହଲି ୧୧୦ ବଲ୍ରୁ ୧୩ ଚୌକା ଏବଂ ୮ ଛକା ସହ ୧୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।