Virat Kohli Rankings: ଖରାପ ଫର୍ମରେ ଅଛନ୍ତି ବିରାଟ; ରାଙ୍କିଙ୍ଗ କହୁଛି ତାଙ୍କ କାହାଣୀ

Virat Kohli Rankings: ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ଉପରେ ଟିମ୍ ଇଣ୍ଡିଆ ନିର୍ଭରଶୀଳ ହେବ। କିନ୍ତୁ ବିରାଟ କୋହଲି ଏହି ସିରିଜରେ ନିଜର ଉପସ୍ଥିତି ଦେଖାଇ ପାରିବେ କି?

ଖରାପ ଫର୍ମରେ ଅଛନ୍ତି ବିରାଟ

ଖରାପ ଫର୍ମରେ ଅଛନ୍ତି ବିରାଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Virat Kohli Rankings: ଆସନ୍ତା କାଲିଠୁ ନାଗପୁରରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ଦଳ। ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ବର୍ଡର-ଗାଭାସ୍କର ଟ୍ରଫିର ଆରମ୍ଭକୁ ଚିହ୍ନିତ କରିବ, କିନ୍ତୁ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ ପାଇଁ ଭାରତୀୟ ଦଳ ପ୍ରସ୍ତୁତ କି?

ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳି ବ୍ୟାଟିଂରେ ଶାନଦାର ପ୍ରଦର୍ଶନ କରିପାରିବେ କି? ଇତିମଧ୍ୟରେ ଯଦି ବିରାଟ କୋହଲିଙ୍କ ଆଇସିସି ରାକିଙ୍ଗ (Virat Kohli Rankings) ଦେଖିବେ ପ୍ରଶଂସକମାନେ ହୁଏତଃ ନିରାଶ ହୋଇପାରନ୍ତି।

ଆଜ୍ଞା ହଁ, ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବିରାଟ କୋହଲି ୧୫ ନମ୍ବରରେ ଅଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକଙ୍କ ରାଙ୍କିଙ୍ଗରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ତାଙ୍କ ଦମଦାର ଫର୍ମରେ ନାହାଁନ୍ତି।

ଆଇସିସି ରାଙ୍କିଙ୍ଗରେ ବିରାଟ କୋହଲି କେଉଁଠାରେ ଅଛନ୍ତି?

ଆଇସିସି ODI ରାଙ୍କିଙ୍ଗରେ ବିରାଟ କୋହଲିଙ୍କର (Virat Kohli) ୭୨୭ ରେଟିଂ ପଏଣ୍ଟ ରହିଛି। ବ୍ୟାଟ୍ସମ୍ୟାନଙ୍କ ପାଇଁ ଆଇସିସି ରାଙ୍କିଙ୍ଗରେ ବିରାଟ କୋହଲି ୭ ନମ୍ବରରେ ଅଛନ୍ତି।

ସେହିପରି ଆଇସିସି ODI ରାଙ୍କିଙ୍ଗରେ ଯୁବ ଖେଳାଳି ଶୁଭମାନ ଗିଲ ବିରାଟ କୋହଲିଙ୍କଠାରୁ ଉର୍ଦ୍ଧ୍ୱରେ ଅଛନ୍ତି। ଶୁବମାନ ଗିଲଙ୍କ ସମ୍ପ୍ରତି ପ୍ରଦର୍ଶନ ଚମତ୍କାର ହୋଇଛି।

ଏହା ବ୍ୟତୀତ, ଯଦି ଆମେ ଆଇସିସି ଟି -୨୦ ରାଙ୍କିଙ୍ଗ ବିଷୟରେ କହିବା, ବିରାଟ କୋହଲି ୧୫ ନମ୍ବରରେ ଅଛନ୍ତି। ବିରାଟ କୋହଲିଙ୍କର ୬୧୨ ରେଟିଂ ପଏଣ୍ଟ ରହିଛି। ଟେଷ୍ଟ ରାଙ୍କିଙ୍ଗରେ ବିରାଟ କୋହଲି ମଧ୍ୟ ୧୫ତମ ସ୍ଥାନରେ ଅଛନ୍ତି। ବିରାଟଙ୍କ ଉପରେ ଭାରତୀୟ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ରୋହିତ ଶର୍ମା ଅଛନ୍ତି।

ବିରାଟ କୋହଲିଙ୍କୁ ତାଙ୍କ ପୁରୁଣା ଶୈଳୀରେ ଦେଖିବାକୁ ମିଳିବ କି?

ଆଇସିସି ଟି -୨୦ ରାଙ୍କିଙ୍ଗରେ ସୂର୍ଯ୍ୟ କୁମାର ଯାଦବ ବିରାଟ କୋହଲିଙ୍କଠାରୁ ଊର୍ଦ୍ଧ୍ୱରେ ଅଛନ୍ତି। ଯଦିଓ ଅତୀତରେ ବିରାଟ କୋହଲି ଟି -୨୦ ବିଶ୍ୱକପ ବ୍ୟତୀତ ଅନ୍ୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, କିନ୍ତୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପୁରୁଣା ଶୈଳୀରେ ଦେଖିବାକୁ ମିଳିବ କି? ତେବେ ଏହା ଆଗାମୀ ଦିନରେ ଜଣାପଡ଼ିଯିବ।

ହେଲେ ଆଇସିସି ରାଙ୍କିଙ୍ଗରୁ ଏହା ସ୍ପଷ୍ଟ ହୋଇଛି ଯେ ପୂର୍ବତନ ଭାରତୀୟ ଅଧିନାୟକ ତାଙ୍କ ଶ୍ରେଷ୍ଠ ଫର୍ମରେ ନାହାଁନ୍ତି। ଉଲ୍ଲେଖନୀୟ କଥା ହେଉଛି, ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୯ ଆର୍ଥାତ୍ ଆସନ୍ତାକାଲିଠୁ ନାଗପୁରରେ ଖେଳାଯିବ।
Published by:Lipina Das
First published: