ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»ବିରାଟ କୋହଲି T20 କ୍ୟାପଟେନ୍ ପଦ ଛାଡ଼ିଲେ, ଗୋଟେ ଲମ୍ବା ପୋଷ୍ଟ୍‌ ଲେଖି ମନର କଥା କହିଲେ

ବିରାଟ କୋହଲି T20 କ୍ୟାପଟେନ୍ ପଦ ଛାଡ଼ିଲେ, ଗୋଟେ ଲମ୍ବା ପୋଷ୍ଟ୍‌ ଲେଖି ମନର କଥା କହିଲେ

Virat Kohli quits T20 captainship | ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବରେ ତାଙ୍କ ଯାତ୍ରାରେ ତାଙ୍କୁ ସମର୍ଥନ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିରାଟ କୋହଲି । ସେ କହିଛନ୍ତି ଯେ ସବୁ ଘନିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପରେ ହିଁ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ବିରାଟ କୋହଲି T20 କ୍ୟାପଟେନ୍ ପଦ ଛାଡ଼ିଲେ, ଗୋଟେ ଲମ୍ବା ପୋଷ୍ଟ୍‌ ଲେଖି ମନର କଥା କହିଲେ
ବିରାଟ କୋହଲି
  • News18 Odia
  • Last Updated: September 16, 2021, 7:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଟି-୨୦ ବିଶ୍ୱ କପ୍‌ (T20 World Cup) ପରେ ଏହି ଫର୍ମାଟରେ ଟିମ୍ ଇଣ୍ଡିଆର କ୍ୟାପଟେନ୍‌ ଦାୟିତ୍ୱରେ ରହିବେ ନାହିଁ ବୋଲି ଘୋଷଣା କରିଛନ୍ତି। ବିରାଟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଟି-୨୦ ବିଶ୍ୱ କପ୍‌ ପରେ ସେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ଅଧିନାୟକତ୍ୱ ଛାଡି଼ଦେବେ । ତେବେ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ସେ ଟିମ୍‌ ଇଣ୍ଡିଆ ସହିତ ଜଡି଼ତ ରହିବେ।

ବିରାଟ ଇଂରାଜୀରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବରେ ତାଙ୍କ ଯାତ୍ରାରେ ତାଙ୍କୁ ସମର୍ଥନ ଦେଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ବି ଦେଇଛନ୍ତି । ଏଥି ସହ ସେ କହିଛନ୍ତି ଯେ ସବୁ ଘନିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପରେ ହିଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତୁ ଜାଣିବା ବିରାଟ ନିଜ ପୋଷ୍ଟରେ କ’ଣ ଲେଖିଛନ୍ତି ।

ଏହା ବି ପଢ଼ନ୍ତୁ | ବାଲେଶ୍ୱର ଚାନ୍ଦିପୁର ITRରେ ହନି ଟ୍ରାପ୍: ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କରେ ଥିଲେ ୪ ଅଭିଯୁକ୍ତ

“ମୁଁ ଭାଗ୍ୟବାନ ଯେ କେବଳ ଭାରତକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମୁଁ ପାଇଛି ତାହା ନୁହେଁ ବରଂ ଦଳକୁ ମୋ ପୂରା ସାମର୍ଥ୍ୟ ଅନୁଯାୟୀ ମୁଁ ନେତୃତ୍ୱ କରିଛି । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବେ ମୋ’ର ଏହି ଯାତ୍ରାରେ ମୋତେ ସମର୍ଥନ କରିଥିବା ସବୁ ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ସେମାନଙ୍କ ବିନା କିଛି କରିପାରି ନ ଥାନ୍ତି । ଦଳର ଖେଳାଳି, ସପୋର୍ଟ ଷ୍ଟାଫ୍, ଚୟନ କମିଟି, ମୋ’ କୋଚ୍ ଓ ଆମ ବିଜୟ ପାଇଁ ପ୍ରାର୍ଥନା କରୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ମୁଁ ଧନ୍ୟବାଦ ଜଣାଉଛି,’’ ଲେଖିଛନ୍ତି କୋହଲି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା

‘‘କାର୍ଯ୍ୟଭାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ହୃଦୟଙ୍ଗମ କରି ଗତ ଆଠ-ନଅ ବର୍ଷ ଧରି କ୍ରମାଗତ ଭାବରେ ସମାନ କାର୍ଯ୍ୟଭାର ପରିଚାଳନା କରି, ସବୁ ତିନୋଟି ଫର୍ମାଟରେ ଖେଳିବା, ପାଞ୍ଚ-ଛଅ ବର୍ଷ ଧରି ଅଧିନାୟକ ପଦରେ ରହିବା ପରେ ମୁଁ ବିଶ୍ୱାସ କରୁଛି ଯେ ଟେଷ୍ଟ ଓ ODI କ୍ରିକେଟରେ ଭାରତୀୟ ଦଳର ନେତୃତ୍ୱ ନେବା ପାଇଁ ମୋତେ ନିଜ ପାଇଁ ସମୟ ଦେବାର ଆବଶ୍ୟକତା ରହିଛି । ମୁଁ ଟି-୨୦ ଫର୍ମାଟରେ ଅଧିନାୟକତ୍ୱ ଗ୍ରହଣ କରି ଭାରତୀୟ ଦଳକୁ ମୋ’ର ସବୁ କିଛି ଦେଇଛି । ମୁଁ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ଭବିଷ୍ୟତରେ ନିଜ ଅବଦାନ ଜାରି ରଖିବି,’’ ଲେଖିଛନ୍ତି କୋହଲି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପାଣିକୋଇଲି ଡବଲ୍ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; କିନ୍ନର ସମେତ ଜଣ ଗିରଫ

ସେ ଆଗକୁ ଆହୁରି ଲେଖିଛନ୍ତି, ‘‘ଆଜ୍ଞା ହଁ, ଏହି ନିଷ୍ପତ୍ତି ନେବାକୁ ମୋତେ ବହୁତ ସମୟ ଲାଗିଲା । ମୋ’ ନିକଟବର୍ତ୍ତୀ ଲୋକଙ୍କ ସହିତ ମୁଁ ବହୁତ ଆଲୋଚନା କରିଥିଲି । ରବି ଶାସ୍ତ୍ରୀ ଓ ରୋହିତ ଶର୍ମାଙ୍କ ସହ କଥା ହେବା ପରେ ମୁଁ ଏହି ନିଷ୍ପତ୍ତି ନେଇଥିଲି । ସେମାନେ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । ମୁଁ ସ୍ଥିର କରିଛି ଯେ ୟୁ.ଏ.ଇ.ରେ ହେବାକୁ ଥିବା ଟି-୨୦ ବିଶ୍ୱ କପ୍‌ ପରେ ମୁଁ ଟି-୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବି । ମୁଁ ବି.ସି.ସି.ଆଇ. ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହାଙ୍କ ସହ ସବୁ ଚୟନକର୍ତ୍ତାଙ୍କ ସହ ଆଲୋଚନା କରିଛି । ମୁଁ ମୋ’ ସାମର୍ଥ୍ୟ ଅନୁଯାୟୀ ଭାରତୀୟ ଦଳର ସେବା କରିବା ଜାରି ରଖିବି ।’’
Published by: Anand S.T. Das
First published: September 16, 2021, 7:28 PM IST