ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»ବିରାଟ କୋହଲି ଦିନିକିଆ କ୍ରିକେଟ୍ ଟିମ୍ ଅଧିନାୟକ ପଦ ବି ଛାଡ଼ିପାରନ୍ତି; ତାଙ୍କୁ ବିଶ୍ରାମ ଦରକାର

ବିରାଟ କୋହଲି ଦିନିକିଆ କ୍ରିକେଟ୍ ଟିମ୍ ଅଧିନାୟକ ପଦ ବି ଛାଡ଼ିପାରନ୍ତି; ତାଙ୍କୁ ବିଶ୍ରାମ ଦରକାର

Virat Kohli may quit as captain of ODI cricket team | ରବି ଶାସ୍ତ୍ରୀ କହିଛନ୍ତି ଯେ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ସବୁଠାରୁ ଭଲ କ୍ରିକେଟର୍ । ‘‘ସେ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ ପାଇଁ ଭୋକିଲା ଥାଆନ୍ତି । ଦଳର ଅନ୍ୟମାନଙ୍କ ଅପେକ୍ଷା ଅଧିକ ଫିଟ୍ ରହନ୍ତି,’’ ସେ କହିଛନ୍ତି ।

ବିରାଟ କୋହଲି ଦିନିକିଆ କ୍ରିକେଟ୍ ଟିମ୍ ଅଧିନାୟକ ପଦ ବି ଛାଡ଼ିପାରନ୍ତି; ତାଙ୍କୁ ବିଶ୍ରାମ ଦରକାର
ରବି ଶାସ୍ତ୍ରୀଙ୍କ ସହ ବିରାଟ କୋହଲି (ଫଟୋ: ଗେଟି ଇମେଜେସ୍)
  • News18 Odia
  • Last Updated: November 12, 2021, 9:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି (Virat Kohli) କ୍ରିକେଟର ଟି-୨୦ ସଂସ୍କରଣର ଅଧିନାୟକ ପଦ ଛାଡ଼ିଦେବା ପରେ ଏହି ଖେଳର ଅନ୍ୟ ଫର୍ମାଟରେ ବି ଅଧିନାୟକତ୍ୱ ଛାଡି଼ପାରନ୍ତି ବୋଲି କହିଛନ୍ତି ଭାରତୀୟ କ୍ରିକେଟ୍‌ ଟିମର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ (Ravi Shastri) ।ଅଧିନାକତ୍ୱରେ ଥିବା ପ୍ରବଳ ଚାପର ମୁକାବିଲା କରିବା ପାଇଁ, ବିଶେଷତଃ ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିରେ, କୋହଲି ଏହା କରିପାରନ୍ତି ବୋଲି ଶାସ୍ତ୍ରୀ ସୂଚନା ଦେଇଛନ୍ତି । ଭାରତୀୟ ଦଳ ଟି-୨୦ ବିଶ୍ୱ କପରୁ (T20 World Cuo) ଅସମୟରେ ବାହାରିଯିବା ସହିତ ଦଳର ମୁଖ୍ୟ କୋଚ୍‌ ରୂପେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

କରୋନା ଭାଇରସ୍‌ (Coronavirus) ସଂକ୍ରମଣର ଏହି ସମୟରେ ଥକାପଣରୁ ମୁକ୍ତି ପାଇବା ପାଇଁ ବିରାଟ କୋହଲି ଟି-୨୦ ସିରିଜରୁ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟରୁ ବିଶ୍ରାମ ନେଇଛନ୍ତି । ବିଶ୍ୱ କପ୍‌ ପରେ ସେ କ୍ରିକେଟର ଏହି ଛୋଟ ଫର୍ମାଟର ଅଧିନାୟକତ୍ୱ ବି ଛାଡି଼ଛନ୍ତି । ଶାସ୍ତ୍ରୀ ‘ଇଣ୍ଡିଆ ଟୁଡେ’ ସହ କଥାବାର୍ତ୍ତା କରିବା ବେଳେ ତାଙ୍କୁ କୋହଲି ଅନ୍ୟ ଫର୍ମାଟରେ ଅଧିନାୟକତ୍ୱ ଛାଡି଼ବା ବିଷୟରେ ପଚରାଯାଇଥିଲା ।

ଏହା ବି ପଢ଼ନ୍ତୁଓଡ଼ିଶାରେ ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍‌; ନୂଆ ବର୍ଷରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ସ୍କୁଲ୍

‘‘ରେଡ-ବଲ୍‌ କ୍ରିକେଟରେ ଭାରତ କୋହଲିଙ୍କ ଅଧିନାୟକତ୍ୱରେ ଗତ ପାଞ୍ଚ ବର୍ଷ ଧରି ଏକ ନମ୍ବର ସ୍ଥାନରେ ରହିଆସିଛି । ଯଦି ସେ ମାନସିକ ସ୍ତରରେ ଥକ୍କା ଅନୁଭବ କରୁଥାନ୍ତି, କାରଣ ସେ କହିଛନ୍ତି ଯେ ସେ ନିଜ ବ୍ୟାଟିଂ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି, ତାହେଲେ ସେ (ଅନ୍ୟ ଫର୍ମାଟର ଅଧିନାୟକତ୍ୱ) ଛାଡ଼ିଦେଇପାରନ୍ତି, ଯାହା ନିକଟ ଭବିଷ୍ୟତରେ ହୋଇପାରେ । ଏହା ତୁରନ୍ତ ଘଟିବ ନାହିଁ, କିନ୍ତୁ ଏହା ହୋଇପାରେ,’’ କହିଛନ୍ତି ଶାସ୍ତ୍ରୀ ।

ପତ୍ନୀ ଅନୁଷ୍କାଙ୍କ ସହ ବିରୋଟ କୋହଲି (ଫାଇଲ୍ ଫଟୋ, ଏ.ଏପ୍.ପି.)


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନବୀନ ପଟ୍ଟନାୟକ  ଜଗନ ମୋହନ ରେଡ୍ଡୀଙ୍କ ବୈଠକରେ ଓଡ଼ିଶା ଆନ୍ଧ୍ର ମଧ୍ୟରେ ବିବାଦ ତୁଟାଇବା ପାଇଁ ସହମତି ହେଲା

‘‘ହ୍ୱାଇଟ୍‌-ବଲ୍ କ୍ରିକେଟରେ ବି ଠିକ୍‌ ସେମିତି ଘଟିପାରେ । ସେ (କୋହଲି) କହିପାରନ୍ତି ଯେ ଯଥେଷ୍ଟ ହୋଇଗଲାଣି ଓ ସେ ଟେଷ୍ଟ ଅଧିନାୟକତ୍ୱ ଉପରେ ଧ୍ୟାନ ଦେବେ… ଏହି ନିଷ୍ପତ୍ତି ତାଙ୍କ ମନ ଓ ଶରୀର ଉପରେ ନିର୍ଭର କରିବ । ଏମିତି କରିବାରେ ସେ ପ୍ରଥମ ଖେଳାଳି ହେବେ ନାହିଁ । ଅନେକ ସଫଳ ଖେଳାଳି ନିଜ ଦଳ ପାଇଁ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକତ୍ୱ ଛାଡିଛନ୍ତି,’’ କହିଛନ୍ତି ଶାସ୍ତ୍ରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମାସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅ

ଶାସ୍ତ୍ରୀ କହିଛନ୍ତି ଯେ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ସବୁଠାରୁ ଭଲ କ୍ରିକେଟର୍‌ । ‘‘ସେ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ ପାଇଁ ଭୋକିଲା ଥାଆନ୍ତି । ଦଳର ଅନ୍ୟମାନଙ୍କ ଅପେକ୍ଷା ଅଧିକ ଫିଟ୍‌ ରହନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ । ଆପଣ ଶାରୀରିକ ଭାବରେ ଫିଟ୍ ରହିଲେ ଆପଣ ଦୀର୍ଘାୟୁ ହେବେ,’’ ଶାସ୍ତ୍ରୀ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ମର୍ଡ଼ର: ନାବାଳକ ପୁଅ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା

ଶାସ୍ତ୍ରୀ ଭାରତୀୟ ଦଳର ଅନେକ ଖେଳାଳିଙ୍କ ବିଷୟରେ ପୂର୍ବାନୁମାନ କରି କହିଛନ୍ତି ଯେ କୋଭିଡ୍‌ ବବଲ୍‌ ଥକାପଣରୁ ମୁକ୍ତି ପାଇବା ପାଇଁ କୋହଲିଙ୍କ ପରି ଅନ୍ୟ ଖେଳାଳିମାନେ ବି ଲମ୍ବା ବିରତି ନେଇପାରନ୍ତି । ଶାସ୍ତ୍ରୀ ଦୋହରାଇଛନ୍ତି ଯେ ଆଇ.ପି.ଏଲ୍‌. (IPL 2021) ପରେ ବିଶ୍ୱ କପ୍ ଖେଳିବା ଦଳ ପାଇଁ ଉଚିତ ରାସ୍ତା ନ ଥିଲା, କିନ୍ତୁ କରୋନା (COVID-19) ଯୋଗୁଁ ମ୍ୟାଚ୍‌ ସିଡ୍ୟୁଲ୍‌ ପୁନଃ-ନିର୍ଦ୍ଧାରିତ ହୋଇଥିବାରୁ ସେ ଏଥି ପାଇଁ ବି.ସି.ସି.ଆଇ.କୁ ଦାୟୀ କରିବାକୁ ଚାହୁଁନାହାଁନ୍ତି ।
Published by: Anand S.T. Das
First published: November 12, 2021, 9:47 PM IST