Tokyo Olympics: ଟୋକିଓ ଯାଇପାରିଲେନି ରେସଲର ଭିନେଶ ଫୋଗଟ; ଭିସା ସାଜିଲା ବାଧକ

ଭିସାର ସମୟ ସୀମା ସରି ଯାଇଥିବାରୁ ଟୋକିଓ ଯାଇ ପାରିନାହାଁନ୍ତି ରେସଲର ଭିନେଶ ଫୋଗଟ। ଭାରତ ୫୩ କିଗ୍ରା କୁସ୍ତିରେ ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ପାଇଁ ଆଶାବାଦୀ ଥିଲା।

ରେସଲର ଭିନେଶ ଫୋଗଟ (ଫାଇଲ ଫଟୋ)

ରେସଲର ଭିନେଶ ଫୋଗଟ (ଫାଇଲ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କରୁଥିବା ରେସଲର ଭିନେଶ ଫୋଗଟ ମଙ୍ଗଳବାର ଦିନ ଫ୍ରାଙ୍କଫର୍ଟରୁ ଟୋକିଓ ଅଭିମୁଖେ ଯାତ୍ରା କରିପାରିଲେ ନାହିଁ।  ତାଙ୍କର ୟୁରୋପୀୟ ୟୁନିଅନ୍ (EU) ଭିସାର ଅବଧି କାଳ ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଯାଇଥିଲା। ଖେଳ ପୂର୍ବରୁ ହଙ୍ଗେରୀରେ ତାଙ୍କ କୋଚ୍ ୱାଲର ଆକୋସଙ୍କ ସହ ତାଲିମ ନେଉଥିବା ଭିନେଶ ମଙ୍ଗଳବାର ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିଥାନ୍ତେ। କିନ୍ତୁ ଜାପାନର ରାଜଧାନୀ ପାଇଁ ଏକ ବିମାନରୁ ବସିବା ପୂର୍ବରୁ ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ତାଙ୍କୁ ଅଟକାଇ ଦିଆଯାଇଥିଲା।

ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ (IOA) ସୂତ୍ରରୁ ପ୍ରକାଶ ଯେ ଏହି ସମସ୍ୟାର ସମାଧାନ ହୋଇଛି ଏବଂ ସେ ବୁଧବାର ଟୋକିଓରେ ପହଞ୍ଚିବେ। ଏଥିରେ କିଛି ଭୁଲ ବୁଝାମଣା ହୋଇଯାଇଥିଲା। ଏହା କୌଣସି ଉଦ୍ଦେଶ୍ୟମୂଳକ ଭାବେ କରାଯାଇ ନଥିଲା। ତାଙ୍କ ଭିସା ୯୦ ଦିନ ପାଇଁ ବୈଧ ଥିଲା। କିନ୍ତୁ ବୁଦ୍ଧାପେଷ୍ଟରୁ ଫ୍ରାଙ୍କଫର୍ଟରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଭିସାର ସମୟ କାଳ ଶେଷ ହୋଇଯାଇଛି। ଏହା ପରେ ଫ୍ରାଙ୍କଫର୍ଟରେ ଥିବା ଭାରତୀୟ ଦୂତବାସ ବିମାନବନ୍ଦରରେ ପହଞ୍ଚି ଏହି ସମସ୍ୟାର ସମାଧାନ କରିଥିଲେ।

ଭିନେଶ ମଙ୍ଗଳବାର ରାତିରେ ଫ୍ରାଙ୍କଫୋର୍ଟ୍ ବିମାନବନ୍ଦରର ଏକ ହୋଟେଲରେ ରହିଥିଲେ।  ବିମାନବନ୍ଦରରେ ତାଙ୍କର RT-PCR ପରୀକ୍ଷା ମଧ୍ୟ ହୋଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଆୟୋଜକ କମିଟିଙ୍କୁ ସୂଚନା ଦିଆଯାଇଛି। ଟୋକିଓ ବିମାନବନ୍ଦରରେ ତାଙ୍କର ପୁନର୍ବାର କୋଭିଡ ପରୀକ୍ଷା କରାଯିବ।

ଭିନେଶ ୫୩ କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ ବର୍ଗରେ ସ୍ୱର୍ଣ୍ଣ ପଦକ ପ୍ରତିଯୋଗୀ ଭାବରେ ଗଣା ଯାଆନ୍ତି।  ଏହି ବର୍ଗର ଶ୍ରେଷ୍ଠ ବୋଲି ପୂର୍ବରୁ ବିବେଚିତ ହୋଇଆସିଛନ୍ତି। ଭିନେଶଙ୍କ ପ୍ରତିଯୋଗିତା ଅଗଷ୍ଟ ୫ରୁ ଆରମ୍ଭ ହେବ।
Published by:Soumya Das
First published: