FIFA World Cup 2022; ୫୦+ ବ୍ରାଣ୍ଡ ସହିତ ଭାରତରେ ବିଶ୍ୱକପ୍ ପ୍ରସାରଣ କରିଛି Viacom18 ସ୍ପୋର୍ଟସ୍
- News18 Odia
- Last Updated :
- New Delhi, India
News 18 Odia Digital
ଦୋହା: ନଭେମ୍ବର ୨୦ ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଆଜି ହେଉଛି ଅନ୍ତିମ ଦିନ। କହିବାକୁ ଗଲେ, ଚଳିତ ବର୍ଷର ଫୁଟବଲ୍ ବିଶ୍ୱକପ୍ ଏକ ମାସରୁ କମ୍ ସମୟ ମଧ୍ୟରେ ଶେଷ ହେଉଛି । ବିଶ୍ଵର ବିଭିନ୍ନ ସ୍ଥାନରୁ ଫୁଟବଲ୍ ପ୍ରେମୀମାନେ ଏହି ବଡ଼ ଟୁର୍ଣ୍ଣାମେଣ୍ଟର ସାକ୍ଷୀ ହୋଇଥିଲେ । ଚଳିତ ବର୍ଷ ଭାରତରେ ଫିଫା ବିଶ୍ୱକପର ଅଫିସିଆଲ୍ ପ୍ରସାରଣ ପାଇଁ Viacom18 ଦାୟିତ୍ବ ନେଇଛି । ଚଳିତ ବର୍ଷ ସ୍ପୋର୍ଟସ 18, MTV HD ଏବଂ ଜିଓ ସିନେମା ଆପରେ ରେକର୍ଡ ସଂଖ୍ୟକ ଲୋକ ବିଶ୍ୱକପ ଖେଳ ଦେଖିଥିଲେ । ଆଜି ଭାରତୀୟମାନେ ଟିଭି ଏବଂ ଅନ୍ଲାଇନରେ ଫାଇନାଲ ମ୍ୟାଚ୍ ଦେଖିବାକୁ ଚାହିଁ ବସିଛନ୍ତି ।
ଆର୍ଜେଣ୍ଟିନା ବନାମ ଫ୍ରାନ୍ସର ଅନ୍ତିମ ମ୍ୟାଚ୍ ବିଶ୍ୱକପ୍ର ସମାପନ ସମାରୋହ ପୂର୍ବରୁ ହେବ । ଏକ ମାସ ଧରି ଚାଲିଥିବା ଫୁଟବଲ ମ୍ୟାଚ ଆନୁଷ୍ଠାନିକ ଭାବେ ସମାପ୍ତ ହେବ । କତାରରେ ବିଶ୍ୱକପ୍ର ଆୟୋଜକମାନେ ଶେଷ ତଥା ଉଦଘାଟନୀ ସମାରୋହରେ ଫୁଟବଲ ପ୍ରେମୀଙ୍କୁ ସରପ୍ରାଇଯ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ବର୍ଷର ବିଶ୍ୱକପରେ Viacom18 ସ୍ପୋର୍ଟସ୍ ଏବଂ ବାଣିଜ୍ୟ, ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା, ଅଟୋମୋବାଇଲ୍, ଫ୍ୟାଶନ୍, ଆତିଥ୍ୟ ଏବଂ ଫିଣ୍ଟେକ୍ କମ୍ପାନୀ ଆଦି ୫୦ ରୁ ଅଧିକ ବ୍ରାଣ୍ଡ ସହ ସହଭାଗୀ ହୋଇଛନ୍ତି । ଯାହା କେବଳ ଚମତ୍କାର ଅଟେ। Viacom18 ସ୍ପୋର୍ଟସ୍ ସଫଳତାର ସହିତ ଭାରତୀୟ ଦର୍ଶକଙ୍କ ପାଇଁ ଏକ ଭଲ ଟୁର୍ନାମେଣ୍ଟ ପ୍ରସାରଣ କରିଛି। ବନ୍ଦ ସମାରୋହ ପାଇଁ ଶନିବାର ଠାରୁ ଲୁସିଲ ଷ୍ଟାଡିୟମକୁ ସଜାଯାଇଛି । ଅନ୍ତିମ ସମାରୋହ ବିଶ୍ୱକପ୍ ଫାଇନାଲର ଦେଢ଼ ଘଣ୍ଟା କିମ୍ବା ୯୦ ମିନିଟ୍ ପୂର୍ବରୁ ଆରମ୍ଭ ହେବ । ବିଶ୍ୱକପ୍ର ଅନ୍ତିମ ସମାରୋହ ଭାରତୀୟ ସମୟ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।