News18 Odia Digital
Usain bolt loses Money: ବିଶ୍ୱର ଦ୍ରୁତତମ ସ୍ପିଣ୍ଟର ଉସେନ ବୋଲ୍ଟ (Usain Bolt) କାଙ୍ଗାଳ ହୋଇଯାଇଛନ୍ତି। ତାଙ୍କର ସମସ୍ତ ରୋଜଗାର ତାଙ୍କ ଆକାଉଣ୍ଟରୁ ଚାଲିଯାଇଛି। ଖବର ଅନୁଯାୟୀ, ବୋଲ୍ଟ ଏକ ଘରୋଇ ନିବେଶ ଆକାଉଣ୍ଟରେ ପ୍ରାୟ ୧୦୧ କୋଟି ଟଙ୍କା ରଖିଥିଲେ। କିନ୍ତୁ କୌଣସି କାରଣବଶତଃ ତାହା ଏବେ ଶୂନରେ ପହଞ୍ଚଛି । ୮ ଅଲିମ୍ପିକ୍ ସ୍ୱର୍ଣ୍ଣ (Olympic Gold Medal) ଜିତିଥିବା ବୋଲ୍ଟ, ୨୦୧୮ରେ ସବୁଠାରୁ ଧନୀ ଆଥଲେଟ୍ ତାଲିକାରେ ୪୫ତମ ସ୍ଥାନରେ ରହିଥିଲେ। ସେହି ସମୟରେ ସେ ପ୍ରତି ମାସରେ ୧ ମିଲିୟନ ଡଲାର ରୋଜଗାର କରୁଥିଲେ।
PCB: କିଏ ହେବ ପାକିସ୍ତାନ କ୍ରିକେଟ ଟିମ୍ କୋଚ? ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ
ଏହି ଖବବ ପରେ ଜାମାଇକାର ଆର୍ଥିକ ସେବା ଆୟୋଗ ତଦନ୍ତ ଆରମ୍ଭ କରିଛନ୍ତି। ୧୦ ଦିନ ମଧ୍ୟରେ ବୋଲ୍ଟ ତାଙ୍କର ସମସ୍ତ ଟଙ୍କା ଫେରସ୍ତ ମାଗିଛନ୍ତି। ଯଦି ଏହା ନହୁଏ ତେବେ ବୋଲ୍ଟ ନିବେଶ ସଂସ୍ଥା ବିରୋଧରେ ଏକ ଠକେଇ ମାମଲା ଦାୟର କରିବେ।
IND vs NZ: ହାଇକୋର୍ଟରେ ପହଞ୍ଚିଲା ବିବାଦ; ବାତିଲ ହେବ ନା ବଦଳିବ ଭେନ୍ୟୁ?
ଚାଇନାରେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବୋଲ୍ଟ ତାଙ୍କ କ୍ୟାରିୟରର ପ୍ରଥମ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତିଥିଲେ। ଚାଇନାରେ ସେ ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିଲେ, ଲଣ୍ଡନ ଅଲିମ୍ପିକ୍ସରେ ସେ ୧୦୦, ୨୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିଲେ। ତାଙ୍କ କ୍ୟାରିୟରରେ ୮ଟି ସ୍ୱର୍ଣ୍ଣ ଜିତିଥିଲେ। ଏହା ବ୍ୟତୀତ ସେ ବିଶ୍ୱ ଚାମ୍ପିଅନସିପରେ ୧୧ଥର ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ଜିତିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।