Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’

Olympics Gold medal winner Neeraj Chopra’s memorable past incident | ଦିନ ଥିଲା ଯେତେବେଳେ ନୀରଜ ଚୋପ୍ରା ୮୦ ମିଟର୍ ଦୂରକୁ ବି ଜାଭେଲିନ୍ ଫିଙ୍ଗିପାରୁ ନ ଥିଲେ । ସେତେବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଭାରତର ସମ୍ମାନ ରକ୍ଷା କରିବାକୁ କହିଥିଲେ । ଏ କଥା ଶୁଣି ନୀରଜ ଭୟଭୀତ ହୋଇଯାଇଥିଲେ ।

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା (ଏ.ପି. ଫଟୋ)

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା (ଏ.ପି. ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତର ତାରକା ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା (Neeraj Chopra) ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି । ସେ ଭାରତର ୧୦୦ ବର୍ଷର ଅପେକ୍ଷାକୁ ସମାପ୍ତ କରି ଆଥଲେଟିକ୍ସରେ ଏକ ଅଲିମ୍ପିକ୍ ପଦକ ଜିତିଛନ୍ତି । ସେ ୮୭.୫୮ ମିଟର ଦୂରତାକୁ ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୩-ବର୍ଷୀୟ ନୀରଜ ଚୋପ୍ରା ନିଜ ଦ୍ୱିତୀୟ ପ୍ରୟାସରେ ଏହି ଦୂରତା ଅତିକ୍ରମ କରିଥିଲେ । ହେଲେ ତାଙ୍କ ପାଇଁ ଏତେ ଦୂର ଜାଭେଲିନ୍‌ ଫିଙ୍ଗିବା ସବୁ ବେଳେ ସେତେ ସହଜ ନ ଥିଲା ।

ଦିନ ଥିଲା ଯେତେବେଳେ ନୀରଜ ଚୋପ୍ରା ୮୦ ମିଟର୍‌ ଦୂରକୁ ବି ଜାଭେଲିନ୍‌ ଫିଙ୍ଗିପାରୁ ନ ଥିଲେ । ସେତେବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଭାରତର ସମ୍ମାନ ରକ୍ଷା କରିବାକୁ କହିଥିଲେ । ସେହି ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଏ କଥା ଶୁଣିବା ପରେ ନୀରଜ ଭୟଭୀତ ହୋଇଯାଇଥିଲେ ।

ଏହା ବି ପଢ଼ନ୍ତୁ | ‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନ ପଟ୍ଟନାୟକ

ଏହି ଘଟଣା ଜୁଲାଇ ୨୦୧୭ରେ ଆୟୋଜିତ ହୋଇଥିବା ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ (Asian Athletics Championship 2017) ସମୟର । ସେତେବେଳେ ନୀରଜ ଚୋପ୍ରା ୮୦ ମିଟର୍‌ ମାର୍କ ମଧ୍ୟ ପାର୍‌ କରିପାରି ନ ଥିଲେ । ଏଭଳି ପରିସ୍ଥିତିରେ ଜଣେ ଅଜ୍ଞାତ ବ୍ୟକ୍ତି ଟ୍ରାକରେ ନୀରଜଙ୍କ ନିକଟକୁ ଆସିଥିଲେ । ନୀରଜ କହିଛନ୍ତି ଯେ ସେହି ବ୍ୟକ୍ତି ଜଣେ ଅଧିକାରୀଙ୍କ ପରି ଦେଖାଯାଉଥିଲେ ଓ ସେ କହିଥିଲେ ଯେ ସେ ତାଙ୍କୁ ଭାରତର ସମ୍ମାନ ରକ୍ଷା କରିବାକୁ କହିଥିଲେ । ତାଙ୍କ କଥା ନୀରଜଙ୍କୁ ଟିକେ ଚିନ୍ତିତ କରିଥିଲା ।

ନିଜ ସ୍ୱର୍ଣ୍ଣ ପଦକ ସହ ନୀରଜ ଚୋପ୍ରା (ଏ.ପି. ଫଟୋ)


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୟୂରଭଞ୍ଜ: ବାଙ୍ଗିରିପୋଷି ଘାଟିରେ ସିରିଜ୍ ଦୁର୍ଘଟଣା ହେଲା; ଟ୍ରକ୍ ଭାରସାମ୍ୟ ହରେଇ ୫ଟି ଗାଡ଼ିକୁ ପିଟିଲା

‘‘ଭାରତର ସମ୍ମାନ ରକ୍ଷା କରି ଦେ, ସବୁ ଠିକ୍‌ ହୋଇଯିବ,’’ ସେହି ଅଜ୍ଞାତ ବ୍ୟକ୍ତି ତାଙ୍କୁ କହିଥିଲେ ବୋଲି ନୀରଜ ଚୋପ୍ରା ସେତେବେଳେ ଏକ ସାକ୍ଷାତକାରରେ କହିଥିଲେ । ସେହି ଅପରିଚିତ ବ୍ୟକ୍ତିଙ୍କୁ କି ଉତ୍ତର ଦେବେ ତାହା ସେ ଜାଣି ପାରି ନ ଥିଲେ, କିନ୍ତୁ ମନ ଭିତରେ ସେ ସେହି ଲକ୍ଷକୁ ସାଇତି ରଖି ଆଗକୁ ବଢ଼ିଥିଲେ ।

ଏହା ବି ପଢ଼ନ୍ତୁ | ବନ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ: ବିଦ୍ୟାଙ୍କୁ ଘଣ୍ଟା ଜେରାରୁ ମିଳିଲାନି ବିଶେଷ କିଛି; ମୋବାଇଲରେ ଫଟୋର ରହସ୍ୟ ?

ତା’ ପରେ ନୀରଜ ସେହି ପ୍ରତିଯୋଗିତାରେ ୮୫.୨୩ ମିଟର୍‌ ଦୂରତାକୁ ଜାଭେଲିନ୍‌ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ତା’ ପରେ ତାଙ୍କର ଚମତ୍କାର ପ୍ରଦର୍ଶନ ଜାରି ରହିଥିଲା । ନୀରଜ ୨୦୧୮ରେ କମନୱେଲଥ ଗେମ୍ସ, ଡାଇମଣ୍ଡ ଲିଗ୍ ଓ ଏସୀଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏବେ ସେ ନିଜ କରିୟରର ସବୁଠାରୁ ବଡ ଟାଇଟଲ୍ ଜିତିଛନ୍ତି । ସେ ଏକ ଅଲିମ୍ପିକ୍ ଚାମ୍ପିଅନ୍ ହୋଇଛନ୍ତି ।



ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ପ୍ରଥମ ଥ୍ରୋରେ ୮୭.୦୩ ମିଟର୍‌ ଦୂରତାକୁ ଜାଭେଲିନ୍‌ ଫିଙ୍ଗି ଏକ ନମ୍ବର ସ୍ଥାନରେ ରଖିଥିଲେ । କିନ୍ତୁ ଏହା ପରେ ସେ ପରବର୍ତ୍ତୀ ଥ୍ରୋରେ ନିଜର ପ୍ରଦର୍ଶନକୁ ଉନ୍ନତ କରିଥିଲେ। ଟୋକିଓରେ କୌଣସି ଖେଳାଳି ଫାଇନାଲରେ ନୀରଜଙ୍କ ଦୂରତା ନିକଟରେ ପହଞ୍ଚି ପାରି ନ ଥିଲେ ।
Published by:Anand S.T. Das
First published: