Ind Vs UAE Women's World Cup: ଟିମ ଇଣ୍ଡିଆର ଲଗାତାର ବିଜୟ; ଶେଫାଳୀ-ଶ୍ୱେତାଙ୍କ ଶାନଦାର ବ୍ଯାଟିଂ

Ind Vs UAE Women's World Cup: ପଡ଼ିଆରେ ୟୁଏଇ ଖେଳାଳିଙ୍କ ହୋସ ଉଡାଇଲେ ଭାରତୀୟ ୨ ମହିଳା କ୍ରିକେଟର ।

ଟିମ ଇଣ୍ଡିଆର ଲଗାତାର ବିଜୟ

ଟିମ ଇଣ୍ଡିଆର ଲଗାତାର ବିଜୟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Ind Vs UAE Women's World Cup: ଭାରତୀୟ ଦଳ(Indian Womens team)ର ବିଜୟ ଅଭିଯାନ ଅଣ୍ଡର -୧୯ (Under 19) ମହିଳା ବିଶ୍ୱକପ ୨୦୨୩ ରେ ଜାରି ରହିଛି। ସୋମବାର ବେନୋନିରେ ଖେଳାଯାଇଥିବା ମ୍ୟାଚରେ ଭାରତ ୟୁଏଇକୁ ୧୨୨ ରନରେ ପରାସ୍ତ କରିଛି। ୟୁଏଇ ଜିତିବା ପାଇଁ ୨୨୦ ରନର ଟାର୍ଗେଟ ଥିଲା, ମାତ୍ର ପାଞ୍ଚ ୱିକେଟ୍ ହରାଇ ୨୦ ଓଭରରେ ୯୭ ରନ୍ କରିପାରିଥିଲା।

ଭାରତୀୟ ଦଳର ଏହି ବିଶାଳ ବିଜୟରେ କ୍ୟାପଟେନ ଶେଫାଲୀ ବର୍ମା ଏବଂ ଉପ-ଅଧିନାୟକ ଶ୍ୱେତା ସେରାୱତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଉଭୟ ଶ୍ୱେତା ଓ ଶେଫାଲୀ ଝଡ଼ ଭଳିଡ ଇନିଂସ ଖେଳିଥିଲେ। ଶ୍ୱେତା ୭୪ ରନ୍ ସଂଗ୍ରହ କରିଥିଲେ। ଏଥିସହିତ ଶେଫାଲୀ ବର୍ମା ୭୮ ରନର ଇନିଂସ ଖେଳିଥିଲେ। ଜାନୁଆରୀ ୧୯ ରେ ସେମାନଙ୍କର ଶେଷ ଗ୍ରୁପ୍-ଡି ମ୍ୟାଚ୍ ରେ ଭାରତୀୟ ଦଳ ସ୍କଟଲ୍ୟାଣ୍ଡକୁ ଭେଟିବ। ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ସାତ ୱିକେଟରେ ପରାସ୍ତ କରିଥିଲା।

Indian Cricketers Toddler: ଦେଖନ୍ତୁ ଆପଣଙ୍କ ପ୍ରିୟ କ୍ରିକେଟରଙ୍କ ପିଲା ଦିନର କ୍ଯୁଟ ଫଟୋ


ଓପନର ଶେଫାଲୀ ବର୍ମା ଓ ଶ୍ୱେତା ସେରାୱତ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଭାରତୀୟ ଦଳର ଧମାକାଦାର ଆରମ୍ଭ କରିଥିଲେ। ଉଭୟ ୮.୩ ଓଭରରେ ସହଭାଗିତାରେ ୧୧୧ ରନ କରିଥିଲେ। ଶେଫାଲୀ ବର୍ମା ମାତ୍ର ୩୪ ବଲରେ ୧୨ ଚଉକା ଓ ଚାରି ଛକା ସହ ୭୮ ରନ୍ ସଂଗ୍ରହ କରିଥିଲେ।

ଶେଫାଲୀ ଆଉଟ ହେବା ପରେ ଶ୍ୱେତା ସେରାୱତ ଓ ରିଚା ଘୋଷଙ୍କ ମଧ୍ୟରେ ୮୯ ରନ୍ ଭାଗିଦାରୀ ହୋଇଥିଲା। ଶ୍ୱେତା ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୪୯ ଟି ବଲରେ ଅପରାଜିତ ୭୪ ରନ୍ କରିଥିଲେ, ଯେଉଁଥିରେ ୧୦ ଚଉକା ଥିଲା। ରିଚା ଘୋଷ ୨୯ ବଲରେ ୪୯ ରନ୍ ସଂଗ୍ରହ କରିଥିଲେ। ଏହି ତିନୋଟି ବ୍ୟାଟ୍ସମ୍ୟାନଙ୍କ ଫ୍ଲିଷ୍ଟ ଇନିଂସ ଆଧାରରେ ଭାରତ ୨୦ ଓଭରରେ ତିନୋଟି ୱିକେଟ୍ ହରାଇ ୨୧୦ ରନ୍ ସ୍କୋର କରିଥିଲା।

Australian Open 2023: କ୍ୟାରିୟର ଶେଷ ଗ୍ରାଣ୍ଡସ୍ଲାମ୍ ଖେଳିବେ ସାନିଆ ମିର୍ଜା!


ୟୁଏଇର ଇନିଂସ ବିଷୟରେ କହିବାକୁ ଗଲେ, ବଡ ଟାର୍ଗେଟର ଚାପ ବ୍ୟାଟ୍ସମ୍ୟାନଙ୍କ ଉପରେ ସ୍ପଷ୍ଟ ଦେଖାଯାଉଥିଲା ଓ ସେମାନେ ଦ୍ରୁତ ଗତିରେ ସ୍କୋର କରିପାରିନଥିଲେ। ମହିକା ଗୌର ସର୍ବାଧିକ ୨୬ ଏବଂ ଲବନ୍ୟା କେନି ୨୪ ରନ୍ ଯୋଗଦାନ କରିଥିଲେ। ଭାରତ ପାଇଁ ପି ଚୋପ୍ରା, ମନ୍ନତ କାଶ୍ୟପ, ଶବନମ ଏମଡି ଓ ଟି ସାଧୁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Published by:Soumya Das
First published: